Home ଜିଲ୍ଲା ପରିକ୍ରମା ଧାମରାରେ ପୁଲିସ ଓ ବନ ବିଭାଗର ମିଳିତ ଚଢାଉ, ଆତ୍ମରକ୍ଷା କରିବାକୁ ଯାଇ ଛାତରୁ ଡେଇଁଲେ...

ଧାମରାରେ ପୁଲିସ ଓ ବନ ବିଭାଗର ମିଳିତ ଚଢାଉ, ଆତ୍ମରକ୍ଷା କରିବାକୁ ଯାଇ ଛାତରୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର, ପ୍ରତି ଆକ୍ରମଣରେ ପୁଲିସ ଗୁରୁତର

39

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନଗର ବନବିଭାଗ , ତାଳଚୁଆଏବଂ ଧାମରା ସାମୁଦ୍ରିକ ଥାନା ପୁଲିସର ମିଳିତ ଚଢାଉ ସମୟରେ ଭୟଭୀତ ହୋଇ ଜୈନେକ ଯୁବକ ନିଜର ଆତ୍ମରକ୍ଷା କରିବାକୁ ଯାଇ ୨ତାଲା ଛାତ ଉପରୁ ଡେଇଁ ମୁର୍ମୁଷ ଅବସ୍ଥାରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ପ୍ରାପ୍ତ ଘଟଣାରୁ ଜଣାଯାଇଛି ଗତ ମାସରେ ନିରଞ୍ଜନ ମଣ୍ଡଳଙ୍କ ଏକ ସୁଲା ଟ୍ରଲର(ଜନନୀ-୧) ନିଷିଦ୍ଧାଚଂଳରୁ ମାଛ ମାରୁଥିଲା । ଏହି ଖବର ପାଇବା ପରେ ରାଜନଗର ବନବିଭାଗ ଏବଂ ତାଳଚୁଆ ସାମୁଦ୍ରିକ ଥାନା ମିଳିତ ଭାବରେ ଉକ୍ତ ଟ୍ରଲର ଉପରେ ଚଢାଉ କରିଥିଲେ ମାତ୍ରଉକ୍ତ ଟ୍ରଲରର ଚାଳକ ବନବିଭାଗ ଏବଂ ପୁଲିସ ଉପରେ ଆକ୍ରମଣ କରି କୌଶଳପୂର୍ଣ ଭାବରେ ଖସି ପଳାଇଥିଲା । ଏନେଇ ରାଜନଗର ବନବିଭାଗ ରେ ଏକ କେସ ରୁଜୁ ହୋଇଥିଲା(କେସ ନଂ -୩ଜି/୨୦-୨୧)ା । ପରେ ଏହି ବୋଟକୁ ଖୋଜିବା ପାଇଁ ପୁନଶ୍ଚ ବନବିଭାଗ ଏବଂ ତାଳଚୁଆ ମେରାଇନ ମିଳିତ ଚଢାଉ କରି ସଂପୃକ୍ତ ବୋଟକୁ ଜବତ କରିବା ସହ ସେଥିରେ ଥିବା ସମସ୍ତ ଷ୍ଟାଫ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମାତ୍ର ବୋଟର ମାଲିକ ପୁଲିସ ଆଖିରୁ ଧୂଳି ଦେଇ ଫେରାର ହୋଇଯାଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ରାଜନଗର ବନବିଭାଗ, ତାଳଚୁଆ ମେରାଇନ ଏବଂ ଧାମରା ମେରାଇନ ଥାନା ମିଳିତ ଭାବରେ ନିରଞ୍ଜନ ମଣ୍ଡଳଙ୍କ ବାସ ଗୃହ ଉପରେ ଚଢାଉ କରିଥିଲେ ।ପୁଲିସ ଏବଂ ବନବିଭାଗର ମିଳିତ ଉପସ୍ଥିତ ଦେଖି ନିରଞ୍ଜନ ମଣ୍ଡଳଙ୍କ ବଡପୁଅ ବାପି ମଣ୍ଡଳ ଘରର ୨ ତାଲା ଛାତ ଉପରକୁ ପଳାଇ ଯାଇଥିଲେ । ଛାତକୁ ଯାଇ ବାପି ତଳକୁ ଡେଉଁବାକୁ ଉଦ୍ୟତ ହେଉଥିବା ବେଳେ ମିଳିତ ବାହିନୀ ବାପିକୁ ଡେଉଁବାକୁ ବାରଣ କରିଥିଲେ ହେଲେ ବାପି ମଣ୍ଡଳ ୨ ତାଲା ଛାତ ଉପରୁ ତଳକୁ ଡେଇଁ ପଡିଥିଲା । ବାପିର ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଏବଂ କାନରୁ ଅବିରତ ରକ୍ତ ବୋହିବାରେ ଲାଗିଥିଲା । ପୁଲିସ ବାପିକୁ ଉଦ୍ଧାର କରିବାକୁ ଯାଉଥିବା ବେଳେ ବାପିଙ୍କ ପରିବାର ବର୍ଗ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ମାତ୍ର ପୁଲିସ ତାହାକୁ ଖାତିର ନକରି ବାପିକୁ ଉଦ୍ଧାର କରି ଏକ ପ୍ରାଇଭେଟ ଗାଡିରେ ଭୂବନେଶ୍ୱର ଆମ୍ରି ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିଲେ । ସର୍ବଶେଷ ଖବର ଅନୁଯାୟୀ ବାପିଙ୍କ ଅବସ୍ଥା ସଂକର୍ଟାପର୍ଣ ହେବାରୁ ତାଙ୍କୁ ଆଇସିୟୁ ରେ ଭର୍ତି କରାଯାଇଛି । ମାତ୍ର ନିରଞ୍ଜନ ମଣ୍ଡଳଙ୍କ ପରିବାର ବର୍ଗଙ୍କ ଆକ୍ରମଣରେ ଜଣେ ପୁଲିସ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.