Home ଜିଲ୍ଲା ପରିକ୍ରମା ମାଲକାନଗିରି ମଣ୍ଡଳସ୍ତରୀୟ ବିଜ୍ଞାନମେଳା,୧୭୪ଟି ପ୍ରକଳ୍ପ ମଧ୍ୟରୁ ୬ଟି ଜିଲ୍ଲାରସ୍ତର କୁ ମନୋନୀତ

ମାଲକାନଗିରି ମଣ୍ଡଳସ୍ତରୀୟ ବିଜ୍ଞାନମେଳା,୧୭୪ଟି ପ୍ରକଳ୍ପ ମଧ୍ୟରୁ ୬ଟି ଜିଲ୍ଲାରସ୍ତର କୁ ମନୋନୀତ

149

ମାଲକାନଗିରି,୬ା୧୨(ଓଡିଆ ପୁଅ )  ମାଲକାନଗିରି ବୁଟିଗୁଡା ସରକାରି ଉଚ୍ଚପ୍ରାଥମିକ ବିଦ୍ୟାଳୟ  ପରିସରରେ ଜିଲ୍ଲାଶିକ୍ଷା ବିଭିଗ ଆନୁକୁଲ୍ୟରେ ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।  ମାଲକାନଗିରି  ବ୍ଲକ ଶିକ୍ଷାଧିକାରୀ ହିମାଶୁଂଭୁଷଣ ସମରଥ  ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ  ମୁଖ୍ୟଅତିଥି ଭାେବେ ଯୋଗଦେଇ ବିଜ୍ଞାନମେଳାକୁ ଆନୁଷ୍ଟିକ ଭାବେ ଉଦଘାଟନ କିରଥିଲେ । ଏହି ଅବସରେ  ମୁଖ୍ୟବକ୍ତା ଭାବେ ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା,ସାମ୍ମାନିତ ଅତିଥିଭାବେ ଏବିଓ ଅଶୋଭରଜଂନ ମାଲି,ସୁଧାରାମ ଦାସ,ବିଜୟକୁମାର ଦାସ,ଜିଲ୍ଲାଶିକ୍ଷକ ସଂଘ ସଭାପତି ରଜିଂତ ନାୟକ,ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ  ଯୋଗଦେଇ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଭରିରହିଛି ଅପାର ସମ୍ଭାବନା,ତାହାକୁ ନେଇ କେବଳ ଭଲପାଠପଢି ଚାକିରି ପଛରେ ଦୈଡିଲେ ଠିକ ହେବନାହିଁ,ପାଠ ସହିତ ଅନ୍ୟାନ ଭଲକାମ କରିବା ଦରକାର,ବିଜ୍ଞାନ ଦ୍ୱାରା ସବୁକିଛି ସମ୍ଭବପର ହୋଇପାରେ, ବିଶିଷ୍ଟ ବୈଜ୍ଞାନିକ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ବୈଜ୍ଞାନିକ ଓ ସୁନାଗରିକ ହେବାକୁ ଚେଷ୍ଟାକରିବା ଦରକାର ବୋଲି ମଚାଂସିନ ଅତିଥିମାନେ କହିଥିଲେ ,ସଭାପ୍ରାମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଦେଶାତ୍ମାକବୋଧ ସଙ୍ଗୀତ ଗାନକରିଥିଲେ । ଅତିଥିମାନେ ବିଜ୍ଞାନମେଳା ପରି ଦର୍ଶନକରି ବେଶ ଖୁସିହୋଇଥିଲେ । ବିଜ୍ଞାନମେଳାରେ  ଆଦିବାସୀ ଛାଚ୍ର ଛାତ୍ରୀ ମାନେ ପ୍ରଦୁଷଣ ମୁକ୍ତ ପରିବେଶ ,ଗୋବର ବମରୁ ଜଙ୍ଗଲ ସୃଷ୍ଟି,ସବୁଜ ଗୃହ, ପୋକମରା ଯନ୍ତ୍ର, ବାୟୁନିୟନ୍ତ୍ରଣ ଓ ପ୍ରଦୁଷଣ,  ପୋଡାତେଲରୁ ବାୟୋଡିଜେଲ ଯନ୍ତ୍ର, ପାଣି ଫିଲଟରଯନ୍ତ୍ର,ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଭିନ୍ନବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ଏହି ଉତ୍ସବରେ ମାଲକାନଗିରି ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ବିଜ୍ଞାନମେଳାରେ ୧୭୪ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ, ବିଜ୍ଞାନ ମେଳା ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ସମ୍ମାନିତ ଅତିଥିଭାବେ ମାଲକାନଗିରି ବ୍ଲକ ଚେୟାରମେନ ଅକ୍ଷୟ କୁମାର ନାୟକ,ପଡିଆ ବ୍ଲକ ଶିକ୍ଷାଅଧିକାରୀ ଚିତରଜଂନ ପାଣ୍ଡେ,ଯୋଗଦେଇ କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ବିଜ୍ଞାନ ମେଳାରେ ୧୭୪ଟି ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଟ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାପାଇଁ ମନୋନିତ ହୋଇଛି । ଶିକ୍ଷକ ଶୁକାନ୍ତ କୁମାର ସାହୁ, ଦେବରାଜ ସାହୁ,ବୃଷକେତୁ ବେହେରା, ରତିକାନ୍ତ ପାଣିଗ୍ରାହୀ,ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.