Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ୫୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,୧୩୭ସୁସ୍ଥ,କଟେଂନମେଟଂ ଜୋନକୁ ବିଶୋଧନ କରାଗଲା

ମାଲକାନଗିରି ଜିଲ୍ଲାରେ ୫୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,୧୩୭ସୁସ୍ଥ,କଟେଂନମେଟଂ ଜୋନକୁ ବିଶୋଧନ କରାଗଲା

77

ମାଲକାନଗିରି,୧୭ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ପରିସ୍ଥିତି ଉଦ ବେଗଜନକ ହେଉଛି । ଗତ କାଲି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜିଲ୍ଲାରେ ସର୍ବାଧିକ ୫୪ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣ କରୋନା ଯୋଦ୍ଧା ଥିବା ବେଳେ ଅନ୍ୟ ୪୧ଜଣ ସ୍ଥାନୀୟ ଜନସାଧରଣ ବୋଲି ଜଣାପଡିଛି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ପୌରପରିଷଦ କଟେଂନମେଟଂ ଜୋନରୁ ୧୦ଜଣ କରୋନା ଯୋଦ୍ଧାଙ୍କ ସହ ୨୧ଜଣ,ମାଲକାନଗିରି ବ୍ଲକ ଅଚଂଳରୁ ୩ଜଣ,କୋରକୁଣ୍ଡା ବ୍ଲକ ବାଲିମେଳା ସହରରୁ ୨୧ଜଣ,ଜଣେ କାଲିମେଳା ବ୍ଲକ ଏମଭି୯୦ ଗ୍ରାମରୁ,୬ଜଣ ଖଇରପୁଟ ବ୍ଲକ ଅଚଂଳରୁ ଓ ୨ଜଣ ମାଥିଲି ବ୍ଲକ ଅଚଂଳରୁ ଚିହ୍ନଟ ହୋଇଛନ୍ତି ।ମାଲକାନଗିରି ପୌରପରିଷଦର୨୧ଜଣଙ୍କ ମଧ୍ୟରୁ ୧୬ଜଣ ପୁର୍ବ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୫ଜଣ ମାଲକାନଗିରି ପୌରାଚଂଳ କଟେଂନମେଟଂ ଜୋନ ଅଚଂଳର ସେମାନଙ୍କ ଲକ୍ଷଣ ଥିବା ସୁଚନା ମିଳିଛି । ମାଲକାନଗିରି ବ୍ଲକର ଅଚଂଳର ୩ଜଣଙ୍କ ମଧ୍ୟରୁ ଜଣେ ଲକ୍ଷଣ ଜନିତ କରୋନା ଯୋଦ୍ଧା ହୋଇଥିବା ବେଳେ ଅନ୍ୟଦୁଇଜଣ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ଠିକ ସେହିପରି କୋରକୁଣ୍ଡା ବ୍ଲକ ସ୍ଥ ବାଲିମେଳା ସହରରୁ ୨୧ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ ପୁବ ର୍ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବେଳେ ୩ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି । କାଲିମେଳା ବ୍ଲକ ଏମଭି୯୦ ଗ୍ରାମର ଆକ୍ରାନ୍ତ ଜଣଙ୍କ ଦିଲ୍ଲୀଫେରନ୍ତା ସେ ପୁବ ର୍ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ,ମାଥିଲି ବ୍ଲକର୨ଜଣ ମଧ୍ୟରୁ ଜଣେ କରୋନା ଯୋଦ୍ଧା ସେ ପୁବ ର୍ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିଲେ ।ଅନ୍ୟଜଣେ ହଟସ୍ପଟ ଜିଲ୍ଲାରୁ ଆସିଥିଲେ ।ଖଇରପୁଟ ବ୍ଲକର ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଫେରନ୍ତା ଗୋବିନ୍ଦପାଲି ଗ୍ରାମର ହୋଇଥିବା ବେଳେ ୨ଜଣପୁବ ର୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଅନ୍ୟ୩ଜଣ ଆକ୍ରାନ୍ତ ହଟସ୍ପଟଜିଲ୍ଲାରୁ ଆସିଥିବାର ଜଣାପଡିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,ବାଲିମେଳା ସହରର ସାଇବାବା ଲାଇନ,ଅରବିନ୍ଦ ଲାଇନ,ମେନରୋଡ ଲାଇନ,ଅଫିସରର୍ସ କଲୋନି,ମାଲକାନଗିରି ବ୍ଲକ,କାଲିମେଳା ବ୍ଲକର ଏମଭି୯୦ଗ୍ରାମ, ଖଇରପୁଟ ବ୍ଲକର ଗୋବିନ୍ଦପାଲି,ମାଥିଲି ବ୍ଲକର ମେଡିକାଲ ଲାଇନ ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬ ହୋଇଥିବା ବେଳେ ସଥିମଧ୍ୟରୁ ୧୩୭ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୨୯ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫୪ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ମାଲକାନଗିରି ପୌରପରିଷଦ ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ପୌରପରିଷଦ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଠାରୁ ସହରର ସାହିବସ୍ତି ଗୁଡିକରେ ବିଶୋଧନ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଲକ୍ଷଣ ଓ ପରିବାରର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ,କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ଲକଡାଉନ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାପାଳ ମନୀଷଅଗ୍ରଓ୍ବାଲ  ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.