Home ଓଡ଼ିଶା ରେଳବାଇ ଘରୋଇ କରଣ ବିରୁଦ୍ଧରେ ସି.ଆ.ଟି.ୟୁର ବିକ୍ଷୋଭ

ରେଳବାଇ ଘରୋଇ କରଣ ବିରୁଦ୍ଧରେ ସି.ଆ.ଟି.ୟୁର ବିକ୍ଷୋଭ

145

ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦେଶରେ ସର୍ବବୃହତ ରାଷ୍ଟାୟତ ଉଦ୍ୟୋଗ ରେଳବାଇକୁ ଦେଶୀ ବିଦେଶୀ ପୁଞିପତିଙ୍କ ହାତରେ ଟେକି ଦେବେ କେନ୍ଦ୍ରରେ ମୋଦି ସରକାର।କରୋନା ମହାମାରୀ ର ସୁଯୋଗ ନେଇ ଦେଶରେ ୧୦୯ ଟି ରୁଟ୍‌ରେ ୧୫୧ ଟି ଟ୍ରେନ୍ ଚଳାଇବାକୁ ଟାଟା, ଅଦାନୀ, ଏସେଲ୍ ଭଳି ବୃହତ ଘରୋଇ କମ୍ପାନୀକୁ ଅନୁମତି ମିଳିବା ସେମାନଙ୍କ ସହାୟତାରେ ଚାଲିବ ଯାତ୍ରୀବାହୀ ଟ୍ରେନ୍ ପୂର୍ବରୁ ସରକାର ସଫେଇ, ଟିକଟକାଉଣ୍ଟର, ବେର୍ଡରୋଲ ଘରୋଇ କଟାଂକ୍ଟର ହାତରେ ସମର୍ପି ଦେଇଥିବା ବେଳେ ଆଗକୁ କେତେକ ଷ୍ଟେସନ ଓ ଏହା ଅନ୍ତର୍ଗତଜମି, ଭିତ୍ତିଭୂମୀ, ବିଦ୍ୟୁତ୍ କ୍ଷେତ୍ର ମଧ୍ୟ ଘରୋଇ କରଣ କରିବାକୁ ମୋଦୀ ସାରକାର ଟେଣ୍ଡର କରିବେ ବୋଲି ରେଳବୋର୍ଡ ସୂଚନା ଦେଇଛନ୍ତି। ରେଳ ଘରୋଇ କରଣ ହେଲେ ଆତ୍ମ ନିର୍ଭର ନୁହେଁ ବରଂ ଆତ୍ମ ସମର୍ପଣ ହେବ, ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇବେ ଓ ପରିବହନ ସମ୍ପୂର୍ଣ୍ଣ ବ୍ୟୟବହୁଳ ହେବ। ଘରୋଇ କମ୍ପାନୀ ଟ୍ରେନ୍ ଚଳାଇବାକୁ ଅନୁମତୀ ପାଇଲେ ଯାତ୍ରୀଭଡା ଧାର୍ଯ୍ୟ ମନଇଚ୍ଛା କରିବେ। ପୁଞ୍ଜିପତି ୧୫୧ ଟି ଟ୍ରେନ୍ ମଧ୍ୟରୁ ପୁରୀ ହାୱାଡା, ପୁରୀ ଆସାଲସୋଲ, ପୁରୀ ପ୍ରୟାଗରାଜ ଭଳି ଅନେକ ରେଳଗାଡି ଘରୋଇହାତକୁ ଯିବ ରେଳବାଇ ଘରୋଇ କରଣ କୁ ବିରୋଧ କରି ସି-ଆଇ-ଟି-ୟୁ ପୁରୀ ଜିଲ୍ଲା ତରଫରୁ ପୁରୀ ରେଳଷ୍ଟେସନ୍ ରେ ପ୍ରତିବାଦ ବିକ୍ଷୋଭ ସହ ଷ୍ଟେସନ୍ ମ୍ୟାନେଞ୍ଜରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଭକ୍ତ ବିକ୍ଷୋଭ ପ୍ରତିବାଦରେ ଶ୍ରମିକନେତା ଜଗନ୍ନାଥ ଦେଓ ଶରତ କୁମାର ରାୟଗୁରୁ ଆତ୍ମନିର୍ଭରଶୀଳ ଘୋଷଣା କରିଥିବା ନରେନ୍ଦ୍ର ମୋଦୀ ଦେଶର ସଂପଦକୁ ପୁଞ୍ଜିପତିଙ୍କୁ ବିକ୍ରି କରିବା ଦୋମୁହାଁ ନୀତି ଯାହା ଦେଶର ସ୍ୱାର୍ଥ ବିରୋଧି ବୋଲି କହିଥିଲେ। ଦେଶର ପ୍ରତିରକ୍ଷା, ବ୍ୟାଙ୍କ, ବୀମା, ନାଲକୋ, ବି-ପି-ସି-ଏଲ, ବି-ଏସ୍‌-ଏନ୍‌-ଏଲ୍‌, ପାଣି ବନ୍ଦର, ବିମାନ ବନ୍ଦର ଗୁଡିକରୁ ପୁଞ୍ଜି ପ୍ରତ୍ୟାହାର କରି ଦେଶର ଅର୍ଥନୀତିକୁ ପୁଞ୍ଜିପତିଙ୍କ ହାତରେ ସମର୍ପୀ ଦେଇଥିବା ମୋଦୀ ସରକାର ବିରୁଦ୍ଧରେ ଜନ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ରାଜମହାରଣା, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ଟୁନା ନାୟକ, ଲକ୍ଷ୍ମୀ ମଲ୍ଲିକ, ବିଭୁତି ରାଉତ୍‌ରାୟ ବିକ୍ଷୋଭ ପ୍ରତିବାଦକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.