Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୧୩୦ତମ ଡଃ ଆମ୍ବେଦକର ଜୟନ୍ତୀ ପାଳନ ଓ ରକ୍ତଦାନ ଶିବୀର

ମାଲକାନଗିରି ଜିଲ୍ଲାରେ ୧୩୦ତମ ଡଃ ଆମ୍ବେଦକର ଜୟନ୍ତୀ ପାଳନ ଓ ରକ୍ତଦାନ ଶିବୀର

27

ମାଲକାନଗିରି,୧୪ । ୪(ଓଡିଆ ପୁଅ ) ଲକ ଡାଉନ ପରିସ୍ଥିତି ପାଇଁ ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବ ନିରା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲାସଦର ମହକୁମା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ ନିକଟରେ ଜିଲ୍ଲାଅନୁସୂଚୀତଜାତି, ଉପଜାତି କର୍ମଚାରୀ ସଂଘ ପକ୍ଷରୁ ନବଭାରତର ସଂବିଧାନ ପ୍ରଣେତା ବିଧିସତ୍ୱ ଭାରତରତ୍ନ ବାବା ସାହେବ ଢଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ଉତ୍ସବ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଏହି ଅବସରେ ସ୍ୱଚ୍ଛାକୃତ ରକ୍ତଦାନ ଶିବୀରର ଆୟୋଜନ କରାଯାଇଥିଲା । କୋଭିଡ କଟକଣା ପାଇଁ ୧୦ ୟୁନିଟ ରକ୍ତସଂଗ୍ରହ ହୋଇଛି । ଏହି ଅସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱ ପ୍ରଧାନ, ତହସିଲଦାର ଗୁଣନିଧି ନାୟକ, ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା,ସହକାରି ଜିଲ୍ଲାପାଳ ଜଗଦିଶ କାର୍ତାମି,ଆଦିବାସୀ ନେତା ଘେନୁ ମୁଦୁଲି,ସାମ୍ବାଦିକ ରତ୍ନାକରଦାଶ,ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ,ପୁବ ର୍ତନ ଉପ ଜିଲ୍ଲାପାଳ ରଥିକୃଷ୍ଣପାତ୍ର,ଲକ୍ଷମ୍‌ଣ ଚନ୍ଦ୍ର ଘରାମୀ,ରବିନ୍ଦ୍ର ମାଡି,କେ.ଦେଶୀ ରୁଜା ଆଚାରୀ ପ୍ରମୁଖ ଯୋଗଦେଇ ଯୋଗଦେଇ ବ୍ରୋଚଂ ନିର୍ମିତ ଡଃ ଆମ୍ବେଦକର ଙ୍କ ବିରାଟକାୟ ପ୍ରତିମୂର୍ତୀରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକର ଙ୍କ ବହୁମୁଖିପ୍ରତିଭା ସଂପର୍କରେ କହିଥିଲେ । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ସନୁ ଅନୁଗୁ,ଜରା ସବରା ମାଢୀ, ପ୍ରମୁଖ ଆମ୍ବେଦକର ପ୍ରେମୀ ଓ ଅନ୍ୟାନ ବୁଦ୍ଧିଜିବି ମାନେ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକରଙ୍କ ସ୍ମୁତିଚରାଣ କରିଥିଲେ । ବିଭିନ୍ନ ପ୍ରତି ଯୋଗତୀରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିିଥି ମାନେ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ । ଲକ ଡାଉନ ଯୋଗୁ ସାମାଜିକ ଦୂରତା ଅବଲମ୍ବନ କରି ଗରିବଙ୍କୁ ମାସ୍କ ବଟଂନ କରାଯାଇଥିଲା । ଅନୁରୁପ ଶାନ୍ତିପୁର ଏମଭି୨୬ ଗ୍ରାମରେ ବେଙ୍ଗାଲୀ ସମାଜ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ସଭାପତି ଗୌରାଙ୍ଗ କର୍ମକାରଙ୍କ ଅଧ୍ୟକ୍ଷତାରେ ଡଃ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି, ଏହି ଅବସରେ ମୁଖ୍ୟଅତିଥି ଭାବେ ବିଧାୟକ ଆଦିତ୍ୟ ମାଢି ଯୋଗଦେଇ ଡଃ ଆମ୍ବେଦକର ଫଟୋଚିତ୍ରରୋ ମାଲ୍ୟାର୍ପସହ ତାଙ୍କ ବହୁମୁଖି ପ୍ରତିଭାସଂପର୍କରେ କହିଥିଲେ । ଏହି ଅବସରେ ବହୁ ବୁଦ୍ଧିଜୀବୀ,ବେଙ୍ଗେଲି ସମାଜ ର କର୍ମକର୍ତା ଙ୍କ ସହିତ ଅନ୍ୟାନ ଅତିଥି ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.