Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ସାଧାରଣ ବଟଂନ ରେ ସ୍ୱାସ୍ଥ୍ୟବର୍ଦ୍ଦକ ଭିଟାମିନଯୁକ୍ତ ଚାଉଳ ବଟଂନର ସୁଭାରମ୍ଭ 

ମାଲକାନଗିରି ଜିଲ୍ଲାରେ ସାଧାରଣ ବଟଂନ ରେ ସ୍ୱାସ୍ଥ୍ୟବର୍ଦ୍ଦକ ଭିଟାମିନଯୁକ୍ତ ଚାଉଳ ବଟଂନର ସୁଭାରମ୍ଭ 

20

ମାଲକାନଗିରି,୨୯ା୭ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ସାଧାରଣ ବଟଂନରେ ସ୍ୱାସ୍ଥ୍ୟବର୍ଦ୍ଦକ ଭିଟାମିନ ଯୁକ୍ତ ଚାଉଳ ବଟଂନ ବ୍ୟବସ୍ଥାର ସୁଭାରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସାଧାରଣ ବଟଂନରେ ସ୍ୱାସ୍ଥ୍ୟବର୍ଦ୍ଦକ ଭିଟାମିନ ଯୁକ୍ତ ଚାଉଳ ବଟଂନ ଓ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ର ପ୍ରଚଳନ ବ୍ୟବସ୍ଥାକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାସଦର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ସ୍ଥ ଭାଟିଶାଳଗୁଡା ସାହି ଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ରୀଡା ଯୁବବ୍ୟପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାଯ ର୍୍ୟକ୍ରମକୁ ଉଦଘାଟନ କରି ହିତାଧିକାରୀଙ୍କୁ ଭିଟାମିନ ଯୁକ୍ତ ଚାଉଳ ବଟଂନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାପାଳ ବୀଶାଲ ସିଂ,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଲ ରାମେଶ୍ୱର ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୁୟାଁ,ଜିଲ୍ଲା ଖାଉଟି ଯୋଗଣ ଅଧିକାରୀ ଅଜୟ କୁମାର ରଥ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗରିବ ହିତାଧିକାରୀ ଙ୍କୁ ଖାଦ୍ୟ ସୁରକ୍ଷା ର ସୁଦୃଢିକରଣ ଓ ଅପପୃଷ୍ଟି ଜନିତ ସମସ୍ୟା ଦୂରିକରଣ ନିମନ୍ତେ ଏହି ଚାଉଳ ଉପଯୋଗି ହେବ, ଏହା ଏକ ପାଇଲଟ ପ୍ରକଳ୍ପ,ଏହି ଚାଉଳ ରକ୍ତହିନତା ଓ ପୃଷ୍ଟିହିନତା କୁ ଦୁରକରିବ,ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୧ଲକ୍ଷ ୫୭ହଜାର ୮୩ଗୋଟି ପରିବାରର ୫ ଲକ୍ଷ ୪୬ହଜାର ୫ଶହ ୧ଜଣ ହିତାଧିକାରୀ ଉପକୃତ ହେବେ,ସେମାନଙ୍କୁ ୧୧୫ଟି ସୁଲଭ ମୂଲ୍ୟ ଦୋକାନରେ ୩,୨୧୦.୩୧୩ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ।ସେମାନଙ୍କ ମଧ୍ୟରୁ ୧ଲ କ୍ଷ୪୯ ହଜାର୯ଶହ ୫୦ଗୋଟି ପରିବାରର ୫ଲକ୍ଷ୨୧ହଜାର୫ଶହ ୯୯ଜଣ ହିତାଧିକାରୀ ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅନୁସାରେ ଅନ୍ତ ର୍ଭୁକ୍ତ ହୋଇଥିବା ବେଳେ ୭ହଜାର ୧ଶହ୩୩ ଗୋଟି ପରିବାର ୨୪ହଜାର୯ଶହ୨ଜଣ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି ।ଭିଟାମିନ ଯୁକ୍ତ ଚାଉଳ କଣିକାରେ ଆଇରନ,ଭିଟାମିନ ବି-୧୨,ଫଲିକ ଏସିଡ ଭଳି ସ୍ୱସ୍ଥ୍ୟକର ଉପାଦାନମାନ ମିଶ୍ରଣ କରାଯାଇଛି ।ଏହା ଦ୍ୱାରା ଅପପୃଷ୍ଟି ଭଳି ତ୍ୱରିତ ସମସ୍ୟାର ସମାଧାନରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ପାଳନ କରି ବିଭିନ୍ନ ଗ୍ରାମରୁ ହିତାଧିକାରୀ ମାନେ ଭିଟାମିନ ଯୁକ୍ତ ଚାଉଳ ନେବାକୁ ଆସିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.