Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଲକ୍ ଡାଉନ୍ ଦୋକାନ ବଜାର ବନ୍ଦ,ଯାନବାହନ ଚଳାଚଳ ଠପ

ମାଲକାନଗିରି ଜିଲ୍ଲାରେ ଲକ୍ ଡାଉନ୍ ଦୋକାନ ବଜାର ବନ୍ଦ,ଯାନବାହନ ଚଳାଚଳ ଠପ

137

ମାଲକାନଗିରି,୨୪ା୩ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ଭୟାବହ ପରିସ୍ଥତି ସୃଷ୍ଟି କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟରାତ୍ର ଠାରୁ ୨୯ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ । କରୋନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଜିଲ୍ଲାରେ ହାଇଆଲର୍ଟ ଜାରିସହତ ଆନ୍ଦ୍ର,ତେଲେଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତକୁ ସିଲ କରାଯାଇ ଦୋକାନବଜାର ଯାନବାହନ ଓ ବସଚଳାଚଳ କୁ ବନ୍ଦକରିଦିଆଯାଇଛି । ଚଳଚଚଂଳ ସହର ଯେଉଁ ଆଡକୁ ଦେଖିବ ଏବେ ଜନଶୂନ୍ୟ ହୋଇ ଖାଁ ଖାଁ ଦେଖାଯାଉଛି , ଔଷଧ,କ୍ଲିନକ ,ପାଥୋଲ୍ୟାବ,ଫଳ,ତେଜରାତୀ.ଖିର,ପନିପରିବା ,ମାଛ,ମାଂସ,ଅଣ୍ଡାଦୋକାନ ସହ କେତକ ଅତ୍ୟାବସ୍ୟକୀୟ ସାମଗ୍ରୀ ଦୋକାନ କୁ ଛାଡିଦେଲେ ସବୁ ହୋଟେଲ,ଜଳଖିଆ ଓ ଅନ୍ୟାନ ଦୋକାନ ବଜାର ଗୁଡିକ ରେ ତାଲାପଡି ଯାଇଛି ।କୌଣସି ସ୍ଥାନରେ ସାତଜଣରୁ ଅଧିକ ବ୍ୟକ୍ତି ରହିବେ ନାହିଁ, ସମସ୍ତଙ୍କର ଦୂରତା ଏକ ମିଟର ରୁ ଅଧିକ ବ୍ୟବଧାନ ରହିବ,ସମସ୍ତ ଜନସାଧାରଣ ବାହାରେ ନ ବୁଲି ନିଜ ଘରେ ରହୁନ୍ତୁ ବୋଲି ଜିଲ୍ଲାପ୍‌୍ରଶାସନ ପ କ୍ଷରୁ ଡାକବାଜି ଯନ୍ତ୍ରରେ ସହର ଓ ଗ୍ରାମଗୁଡିକରେ ପ୍ରଚାର କରାଯାଉଛି । ଦିନକୁ ଦିନ ଭୟଙ୍କର ରୂପନେଇ କାୟାବିସ୍ତାର କରିଚାଲିଛି ମହାମାରୀ କରୋନା,ସମଗ୍ର ବିଶ୍ୱରେ କରୋନା ର ଭୟାବହ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି । ମାଲକାନଗିରି ଜିଲ୍ଲାକୁ ଆସୁଥିବା ଓ ଜିଲ୍ଲାରୁ ବାହାର ରାଜ୍ୟକୁ ଚଳାଚଳକରୁଥିବା ଆନ୍ତରାଜ୍ୟ ବସଗୁଡିକ ସୋମବାର ଠାରୁ ବନ୍ଦ କରାଯାଇଛି । ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା,ବିଜୟନଗରମ,ହାଇଦ୍ରାବାଦ,ଛତିଶଗଡ ରାଜ୍ୟ ଜଗଦଲପୁର,ରାଇପୁର, ଆନ୍ଦ୍ରପ୍ରଦେଶ ଦେଇ ଭୁବନେଶ୍ୱର, ବ୍ରହ୍ମପୁର, ଭଜଂନଗର କୁ ଚଳାଚଳା କରୁଥିବା ୨୧ଟି ଆନ୍ତରାଜ୍ୟ ବସ ଚଳାଚଳ ଉପରେ ରୋକ ଲଗାଯାଇଛି । ଆଜି ଠାରୁ ଜିଲ୍ଲାଭିତରେ ଚଳାଚଳ କରୁଥିବା ସରକାରୀ ଓ ଘରୋଇବସ ସହ ଅନ୍ୟାନ ୪ଚକିଆ ତିନିଚକିଆ ଚକିଆ ଯାନବାହନ ଚଳାଚଳକୁ ବନ୍ଦକରିଦିଆ ଯାଇଛି । ଜିଲ୍ଲାସଦର ମହକୁମା ସହିତ ସାତଟି ଯାକ ବ୍ଲକରେ କ କୋନା ସଂକ୍ରମଣ ଉପରେ ଜନସଚେତନତାର ବାର୍ତା ଦେବା ପାଇଁ ୬୦୦ସରକାରି କର୍ମଚାରୀ ଙ୍କ ସହିତ ୩୦ଜଣ ପ୍ରଶାସନିକ ଅଧିକାରୀ ଙ୍କୁ ମୁତୟନ କରାଯାଇଛି । ମାଜିଷ୍ଟ୍ରେଷ୍ଟ ଓ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୨୭ଟି ଡିଜିଟାଲ ମେଗା ଫୋନ ର ବ୍ୟବସ୍ଥା ହୋଇଛି । ଏହି ମେଗା ଫୋନରେ କରୋନା ସତର୍କତା ପାଇଁ ସାଇରନ ବାଜିବା ସହିତ ଜନସଚେତନତାର ବାର୍ତାଦେଇ ହେବ । ସହର ବାସୀଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ଆଜି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଡ. ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଂଠ ନାଇଡୁ , ଆନ୍ୟାନ ଅଧିକାରୀ କିଛି ସମାଜ ସେବୀ ମାନେ ବିଭିନ୍ନ ଦୋକାନ ବଜାର ବୁଲି କେବଳ ଔଷଧ,ଡାଲିଚାଉଳ ତେଜରାତୀ ଦୋକାନ ଓ ପନିପରିବା ଦୋକାନ କୁ ଛାଡି ହୋଟେଲ, ଜଳଖିଆ ଓ ଅନ୍ୟାନ ଦୋକାନଗୁଡିକ ବନ୍ଦରଖିବା ପାଇଁ ପରାମର୍ଶ ଦେଇଥିଲେ । କରୋନା ସଂକ୍ରମଣ ନ ହେବାପାଇଁ ବ୍ୟବସାୟୀ ମାନଙ୍କୁ ବୁଝାଇବା ସହିତ ଡିଜିଟାଲ ମୋଗା ଫୋନ ଦ୍ୱାରା କରୋନା ଭାଇରସ ଠାରୁ ଦୁରରେ ରହି କୌଣସି ସ୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, ଭଲଭାବରେ ହ୍ୟାଣ୍ଡ ଓ୍ୟାସ,ସାବୁନରେ ହାତ ଧୋଇବା, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରିବା ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ନାମପଜିଂକରଣ କରନ୍ତୁ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ,ବାହାରକୁ ଗଲେ ରୁମାଲ, ଟିସୁପେପର ବ୍ୟବହାର କରି ସାନିଟାଇଜ ବା ଜୀବାଣୁ ନିଷୋଧକ ବ୍ୟବହାର କରି ବାରମ୍ବାର ହାତ ଧୁଅନ୍ତୁ, ହାଟ ଦୋକାନ ବଜାରରେ ଅଯଥାରେ ଗହଳି ନ କରି କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ପ୍ରଶାସନିକ ଅଧିକାରୀ ମାନେ ଜନସଚେତନତାରା ବାର୍ତା ଦେଇଛନ୍ତ ିା ଜିଲ୍ଲାପ୍ରଶାସନର ବାର୍ତାକୁ ସମ୍ମାନ ଜଣେଇ କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ସମସ୍ତ ହୋଟେଲ,ଜଳଖିଆ ଦୋକାନ ସହିତ ଅନ୍ୟାନ ଦୋକାନ ବଜାର ଗୁଡିକ ବନ୍ଦ ହୋଇଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.