Home Coronavirus Outbreak ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ ) ଆସନ୍ତା...

ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ ) ଆସନ୍ତା ୨୧ ଦିନ ପାଇଁ – PM ନରେନ୍ଦ୍ର ମୋଦୀ

136

ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ଆସନ୍ତା ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ) ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋଶକୁ ସମ୍ବୋଧନ କରି ପ୍ରକାଶ କରିଛନ୍ତି। ବର୍ତ୍ତମାନ ନିଜକୁ ସୁରକ୍ଷିତ ରଖିବା ଏବଂ କରୋନାଭାଇରସକୁ ବନ୍ଦ କରିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ବିକଳ୍ପ – ପରସ୍ପରଠାରୁ କିଛି ଦୂରରେ ରୁହନ୍ତୁ ଏବଂ ଆପଣଙ୍କ ଘର ଭିତରେ ରୁହନ୍ତୁ ବୋଲି ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

ପ୍ରଧାନ ମନ୍ତ୍ରୀ କହିଛନ୍ତିଯେ, ଦେଶବ୍ୟାପୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ୨୧ ଦିନ ଅର୍ଥାତ୍ ୩ ସପ୍ତାହ ପାଇଁ ରହିବ। ଯଦି ଆମେ ଆଗାମୀ ୨୧ ଦିନ (ଦେଶବ୍ୟାପୀ ସଂପୂର୍ଣ୍ଣ ଲକ୍ଡାଉନ୍) ପରିଚାଳନା କରିବାକୁ ସକ୍ଷମ ନୁହଁନ୍ତି, ତେବେ ଆମକୁ ୨୧ ବର୍ଷ ପଛକୁ ଚାଲିଯିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି। ଆପଣଙ୍କୁ ମନେ ରଖିବାକୁ ହେବ ଯେ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ପାଖରେ ପ୍ରାରମ୍ଭରେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଘରେ ରୁହନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.