Home ଓଡ଼ିଶା ରାଜ୍ୟରେ ୧୧୦ ଜଣଙ୍କ ସ୍ୱାବ୍ ମଧ୍ୟରୁ ୨ଜଣଙ୍କ କରୋନା ପଜେଟିଭ୍ ରହିଛି ; ସୁବ୍ରତ ବାଗ୍‌ଚୀ...

ରାଜ୍ୟରେ ୧୧୦ ଜଣଙ୍କ ସ୍ୱାବ୍ ମଧ୍ୟରୁ ୨ଜଣଙ୍କ କରୋନା ପଜେଟିଭ୍ ରହିଛି ; ସୁବ୍ରତ ବାଗ୍‌ଚୀ  

793

ଭୁବନେଶ୍ୱର୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ  ୧୧୦ ଜଣଙ୍କ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଛିଥିବା ସୂଚନା ଦେଇଛନ୍ତି । ୧୧୦ ଜଣଙ୍କ ସ୍ୱାବ୍  ମଧ୍ୟରୁ ୨ ଜଣ ପଜିଟିଭ୍ ଥିବା ଜଣାପଡ଼ିଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ଯେଉଁ ୨ ଜଣ ପଜିଟିଭ୍ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସାଧାରଣ ରୋଗୀଙ୍କ ଭଳି ଖାଇବା-ପିଇବା କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୧୦୪ ହେଲ୍‌ପଲାଇନ୍ ଜରିଆରେ ଏପର୍ଯ୍ୟନ୍ତ ୩୮୬୧ ଜଣ ଲୋକ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୭ ଜଣଙ୍କ ତଥ୍ୟ ମିଳିଛି। ସେଥିରୁ ୫୪ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ୪୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିଭଳି ୧୦୦ ଜଣଙ୍କ ପାଖରେ କିଛି ଲକ୍ଷଣ ଥିବା ସନ୍ଦେହ ଦେଖାଯାଇଥିବା ଶ୍ରୀ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.