Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ,ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ,ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

76

ମାଲକାନଗିରି,୩୧ା୧ (ଓଡିଆ ପୁଅ ) ବିଭିନ୍ନ ଦାବିନେଇ ଆଜି ଠାରୁ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତରାଷ୍ଠ୍ରୀୟ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବାରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଗତ୨୦୧୭ ମସିହାରୁ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି,ସପ୍ତାହକୁ ୫ଦିନ କାର୍ଯ୍ୟଦିବସ, ପାରିବାରିକ ପେନଶନ ବ୍ୟବସ୍ଥା କୁ ଲାଗୁକରିବା ଓ ବ୍ୟାଙ୍କିଙ୍ଗ ଶିଳ୍ପର ପ୍ରଚଳିତ ବିଭିନ୍ନ ଜନସ୍ୱାର୍ଥ ବିରୋଧୀ ଓ ଅଫିସର କର୍ମଚାରୀ ମାରଣ ନୀତିକୁ ବିରୋଧ ଓ ବିଭିନ୍ନ ଦାବିପୁରଣ ନେଇ ମାଲକାନଗିରି ଜିଲ୍ଲା ସାତଟି ବ୍ଲକ ରେ ଥିବା ୩୦ ଟିରୁ ଉର୍ଦ୍ଦ ଜାତୀୟ ସ୍ତରୀୟ ବ୍ୟାଙ୍କର ଶତାଧିକ କର୍ମଚାରୀ ମାନେ ଆଜିଠାରୁ ଦୁଇଦିନିଆ ଧର୍ମଘଟ କରିଛନ୍ତି । ଯାହା ଫଳରେକି ଜିଲ୍ଲାରେ ଥିବା ସବୁ ବ୍ୟାଙ୍କ ଗୁଡିକରେ ତାଲା ପଡି ଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଠାରେ ଥିବା ଏସବିଆଇ ମୁଖ୍ୟଶାଖା,ପଜାଂବ ବ୍ୟାଙ୍କ ଓ ଅନ୍ୟାନ ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ରେ ତାଲାପକାଇ ବ୍ୟାଙ୍କ ଆଗରେ ଧାରଣାରେ ବସିଥିଲେ ।ଜିଲ୍ଲାରେ ହଟାତ ସବୁ ବ୍ୟାଙ୍କ ବନ୍ଦ ହୋଇ ଯାଇଥିବାରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଏହି ସବୁ ବ୍ୟାଙ୍କ ବନ୍ଦହେବା ସଂପର୍କରେ ଆଗରୁ ଜାଣିପାରିନଥିବା ଲୋକମାନେ ଅଯଥାରେ ଖର୍ଚାନ୍ତ ହୋଇ ବ୍ୟାଙ୍କ କାମରେ ଦୁରଦୁରାନ୍ତରୁ ଆସି ନିରାଶ ହୋଇ ଫେରି ଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.