Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ମିସନ ଇନ୍ଦ୍ରଧନୁସ ସୁଭାରମ୍ଭ,ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ସ୍ୱତନ୍ତ୍ର ବ୍ୟବସ୍ଥା

ମାଲକାନଗିରି ଜିଲ୍ଲାରେ ମିସନ ଇନ୍ଦ୍ରଧନୁସ ସୁଭାରମ୍ଭ,ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ସ୍ୱତନ୍ତ୍ର ବ୍ୟବସ୍ଥା

106

ମାଲକାନଗିରି,୩୦ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଇନ୍ଦ୍ରଧନୁସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଇନ୍ଦ୍ରଧନୁସ ସ୍ୱତନ୍ତ୍ର ଟିକାରଣ କାର୍ଯ୍ୟକ୍ରମ ଦ୍ୱରା ଶିଶୁମାନଙ୍କୁ ୧୧ଗୋଟି ପ୍ରାଣଘାତି ରୋଗରୁ ରକ୍ଷା କରାଯାଇପାରିବ ବୋଲି  ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ସଭାଗୃହରେ ସିଡିଏମଓ ଡାକ୍ତର ଅଜୟକୁମାର ବୈଠାରୁ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଆଜି ଠାରୁ ଶିଶୁମାନଙ୍କୁ ୧୧ଗୋଟି ପ୍ରାଣଘାତି ରୋଗରୁ ରକ୍ଷା ପାଇଁ ପ୍ରତିଶେଧକ ସମୂହ ଟୀକାରଣ ଅଭିଯାନ ଆରମ୍ଭ ହେବ,ଏହି କାର୍ଯ୍ୟକ୍ରମ ମାଲକାନଗିରି, କାଲିମେଳା, ପଡିଆ,କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି,ସାତଟି ଯାକ ବ୍ଲକ ଓ ମାଲକାନଗିରି ପୌରପରିଷଦ, ବାଲିମେଳା ଏନଏସି ଅଚଂଳରେ ୪ଟି ପର୍ଯ୍ୟାୟରେ ଟିକାକରଣ କରାଯିବା ପାଇଁ  ନିସ୍ପତି ନିଆଯାଇଛି । ବିଶେଷ କରି ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ସ୍ୱାଭିମାନ ଅଚଂଳରେ  ରେ  ସ୍ୱତନ୍ତ୍ର ଭାବେ ଜୋଡାମ୍ବ,ପଣସପୁଟ, ଜାନବାଇ ତିନୋଟି ସେକ୍ଟର ଖୋଲା ଯାଇ ଘର ଘର ବୁଲି ଟିକାକରଣ କରାଯିବ,ଏହି କାର୍ଯ୍ୟପାଇଁ ଆମ୍ବୁଲାନ୍ସ ଲଚଂ ସହ ଦୁଇଟି ମଟୋରଲଚଂ କୁ କାମରେ ଲଗାଯିବ,ଇତି ମଧ୍ୟରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୨୩ଜଣ ଗର୍ଭବତୀ ମହିଳା ଓ ୨୨୫୮ଜଣ ୦-୨ବର୍ଷର ଶିଶୁଙ୍କୁ ଟିକାକରଣ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଡ.ଧନୂର୍ଯ୍ୟୟ ମହନ୍ତ ,ଡିପିଏମ ସୁଦିପ୍ତ ଦେ,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଶିଭୁଷଣ ମହାପାତ୍ର,ବନବିହାରୀ ମିଶ୍ର,ଟୀକାକରଣ ପରିସଂଖ୍ୟାନ ଅଧିକାରୀ ଶିବପ୍ରସାଦ ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.