Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ବୁଲିଲା କ୍ଷମତା ଏକ୍ସପ୍ରେସ,୧୧ଶହ ଜଣ ଭିନ୍ନକ୍ଷମ ଙ୍କ ନାମ ପଜିଂକରଣ, ୩୬୦ଜଣଙ୍କୁ ପରିଚୟ...

ମାଲକାନଗିରି ଜିଲ୍ଲାରେ ବୁଲିଲା କ୍ଷମତା ଏକ୍ସପ୍ରେସ,୧୧ଶହ ଜଣ ଭିନ୍ନକ୍ଷମ ଙ୍କ ନାମ ପଜିଂକରଣ, ୩୬୦ଜଣଙ୍କୁ ପରିଚୟ ପ୍ରଦାନ

223

ମାଲକାନଗିରି,୨୪ା୧ (ଓଡିଆ ପୁ୍‌ଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି କ୍ଷମତା ଏକ୍ସପ୍ରେସ ସାତଟି ଯାକ ବ୍ଲକ ଭ୍ରମଣ କରି ୧୧୦୦ଜଣ ଭିନ୍ନ କ୍ଷମଙ୍କ ନାମପଜିଂକରଣ ସହ୩୬୦ଜଣଙ୍କୁ ପରିଚୟପ୍ରଦାନ ଓ ମାଗଣାରେ ଚିକିତ୍ସାବ୍ୟବସ୍ଥା ଯୋଗାଇଦିଆ ଯାଇଛି । ଭୁବନେଶ୍ୱର ଠାରୁ ଆସିଥିବା ଏହି କ୍ଷମତା ଏକ୍ସପ୍ରେସ କୁ ସବୁଜପତକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ ଉଦଘାଟନ କରିବାପରେ ଏହା ବିଭିନ୍ନ ବ୍ଲକକୁ ଭ୍ରମଣ କରି ସେଠାରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟସହିତ ସେମାନଙ୍କୁ ମାଗଣାରେ ଚକ୍ଷୁ,କଣ୍ଣ ର୍, ଗଳା,ନାଶା ଆଦି ସ୍ୱାସ୍ଥ୍ୟ ପରୀକ୍ଷାକରିବା ସହିତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଜ୍ଞାନ ର ପ୍ରଫେସର ସତ୍ୟନାରାୟଣ ମହାପାତ୍ର ନଳିନି ପ୍ରଭା ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତ୍ୱତାବଧାନରେ ଏହି କ୍ଷମତା ଏକ୍ସପ୍ରେସ ଗତ୯ଦିନ ହେଲା ମାଲକାନଗିରି ର ବିଭିନ୍ନ ଅଚଂଳ ଭ୍ରମଣ କରି ଭିନ୍ନ କ୍ଷମ ଚିହ୍ନଟ ସହିତ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି । ଆଜି ମାଲକାନଗିରି ପୌରପରିଷଦ କାର୍ଯ୍ୟାଳୟରେ ପହଁଚି ଭିନ୍ନକ୍ଷମ ମାନଙ୍କ ନାମପଜିଂକରଣ ସହ ସେମାନଙ୍କୁ ପରିଚୟପ୍ରଦାନ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ଆଜି ସକାଳେ ପୌରପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ରାଧାମଣିଦଳାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଅଜୟକୁମାର ବୈଠାରୁ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଷମତା ଏକ୍ସପ୍ରେସ କୁ ଉଦଘାଟନ କରିଥିଲେ ।ଏହି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଶଶିଭୂଷଣ ମହାପାତ୍ର,ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ,ପଦ୍ମରଜଂନ ଦାଶ,ଡିପିଏମ ବିଷ୍ଣୁପ୍ରସାଦ ପ୍ରହରାଜ,ବାଲା ମୋହନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଭୁବନେଶ୍ୱର ଇନଷ୍ଟୁଚ ଅଫ ହେଲ୍‌ତ ସାଇନ୍ସ ଓ ଶ୍ରଦ୍ଧାଜଂଳୀ ସଂସ୍ଥା ର ଟିମ ଲିଡର ଡ.ରାଜେଶ ସାହୁଙ୍କ ନେତୃତ୍ୱରେ ଡାକ୍ତର ଦେବାସିଶ ବେହେରା,ଡାକ୍ତର ଜଗଦିଶସାମଲ,ପ୍ରଦୀପ ରାଓ,ସୁଚିତ୍ରା ଜେନା,ରାକେଶ କୁମାର ନାୟକ,ସୁନିଲ କୁମାର,ପାବ ର୍ତୀ ସିଂ ପ୍ରମୁଖ ଏହି କ୍ଷମତା ଏକ୍ସପ୍ରେସ ରେ ଜିଲ୍ଲାଭ୍ରମଣ କରି ଭିନ୍ନ କ୍ଷମ ମାନଙ୍କୁ ଚିହ୍ନଟ,ସେମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଦେବା ସହ ପରିଚୟପତ୍ର ପ୍ରଦାନ କରିଛନ୍ତି । ଏହି କ୍ଷମତା ଏକ୍ସପ୍ରେସ ମାଧ୍ୟମରେ ଭିନ୍ନକ୍ଷମ ଚିହ୍ନଟ,ସ୍ୱାସ୍ଥ୍ୟସେବା,କିନ୍ନର,ଭିନ କ୍ଷମ, ବରିଷ୍ଟନାଗରିକ ଙ୍କୁ ପରାମର୍ଶ ସେବା,ଛାତ୍ରବୃତି ,ଧନ୍ଧାମୁଳକ ଦକ୍ଷତା ତାଲିମ ନିରୁପଣ,ଭିନ୍ନ କ୍ଷମ ମାନଙ୍କ ବିବାହ ପ୍ରୋତ୍ସାହନ ପାଇଁ ପରାମର୍ଶ ଆଦି ୧୫ପ୍ରକାର ସହାୟତା ବ୍ୟବସ୍ଥା ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.