Home ଓଡ଼ିଶା ୨୦୦ କୋଟି କ୍ଲବରେ ସାମିଲ ହେଲା ‘ତାନାଜୀ’

୨୦୦ କୋଟି କ୍ଲବରେ ସାମିଲ ହେଲା ‘ତାନାଜୀ’

265

ମୁମ୍ବାଇ ୨୫-୧ (ଓଡ଼ିଆ ପୁଅ) ଅଜୟ ଦେବଗନଙ୍କର ଷ୍ଟାରର ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସରେ ୨୦୦ କୋଟି କ୍ଲବ ରେ ଏଣ୍ଟ୍ରି ମାରିଛି। ଫିଲ୍ମ ରିଲିଜ୍ ହେବାର କେବଳ ଦୁଇଟି ସପ୍ତାହ ହୋଇଛି। ରିଲିଜ ଦୁଇ ସପ୍ତାହ ପରେ ମଧ୍ୟ ଫିଲ୍ମର ଆମଦାନୀ ବକ୍ସ ଅଫିସରେ କ୍ରମାଗତଭାବେ ଭଲ ଅଛି।

ଫିଲ୍ମ ରିଲିଜ୍ ର ୧୫ ଦିନରେ ଏପର୍ଯ୍ୟନ୍ତ ସର୍ବମୋଟ ୨୦୩ କୋଟି ଟଙ୍କା ଆମଦାନୀ କରିସାରିଲାଣି। ଚଳିତ ସପ୍ତାହରେ ଦୁଇ ବଡ଼ ଫିଲ୍ମ ସିନେମାଘରେ ରିଲିଜ୍ ହୋଇଛି। ଏହାର ପ୍ରଭାବ ‘ତାନାଜୀ’ର ଆମଦାନୀ ଉପରେ ପଡ଼ିପାରେ। ଚଳିତ ସପ୍ତାହରେ ବକ୍ସ ଅଫିସରେ ବରୁଣ ଧୱନ ଏବଂ ଶ୍ରଦ୍ଧା କାପୁର ଷ୍ଟାରର ‘ଷ୍ଟ୍ରୀଟ ଡାନ୍ସର ୩ଡି’ ରିଲିଜ୍ ହୋଇଛି। ତା’ ବ୍ୟତୀତ କଂଗନା ରନୌଟଙ୍କର ଫିଲ୍ମ ‘ପଙ୍ଗା’ ମଧ୍ୟ ଏହି ସପ୍ତାହରେ ରିଲିଜ୍ ହୋଇଛି।

ଉଲ୍ଲେଖଯୋଗ୍ୟଯେ, ଫିଲ୍ମ ‘ତାନାଜୀ- ଦ ଅନସଂଗ ୱାରିୟର’ ର ନିର୍ଦେଶନା ଓମ ରାବତ ଦେଇଛନ୍ତି। ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲୀ ଖାନ, କାଜଲ ଏବଂ ଶରଦ କେଲକର ମୁଖ୍ୟ ଭୂମିକାରେ ଅଛନ୍ତି।

ତାନାଜୀ, ଛତ୍ରପତି ଶିବାଜୀ ମହାରାଜଙ୍କର ସେନାପତି ଥିଲେ। ତାଙ୍କର ବୀରତାର କାହାଣୀ ବହୁତ ପ୍ରଚଲିତ ଥିଲା। ତାଙ୍କ ବୀରତାକୁ ଦେଖି ଶିବାଜୀ ତାଙ୍କୁ ‘ସିଂହ’ କହିଥିଲେ। ୧୬୭୦ ରେ କୋଣ୍ଡାଣା କିଲ୍ଲା (ସିଂହଗଡ଼) କୁ ଜୀତିବା ସମୟରେ ତାନାଜୀ ବୀରଗତି ପ୍ରାପ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.