Home ଓଡ଼ିଶା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ମରଶରୀରକୁ କଂଗ୍ରେସ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ମରଶରୀରକୁ କଂଗ୍ରେସ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

102

ଭୁବନେଶ୍ୱର ତା ୨୪.୧(ଓଡ଼ିଆ ପୁଅ) – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜଗନ୍ନାଥ ରାଉତଙ୍କ ମରଶରୀରକୁ ଆଜି ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତ ରାଉତଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନରେ କଂଗ୍ରେସ ଭବନରେ ପଂହଚିବା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଓ ପୁଷ୍ପଗୁଛ ପ୍ରଦାନ କରି ଶେଷ ସମ୍ମାନ ଜଣାଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, କିଶୋର ଜେନା, କୁମାର ଚିରଞ୍ଜିବ, ଚିନ୍ମୟ ସୁନ୍ଦର ଦାସ, ବିଣାପାଣୀ ସାମଲ, ଉମାବଲ୍ଲଭ ରଥ, ଜ୍ଞାନଦେବ ବେଉରା, ସଂଗ୍ରାମ ଦାସ, ସନତ ଦାସ, ଜ୍ୟୋତିଷ ସାହୁ, ସଂଜୟ ମିଶ୍ର, ଶୈଳେନ୍ଦୁ ମଜୁମଦାର, ନିରଞ୍ଜନ ନାୟକ, ଅମୀୟ ପଟ୍ଟନାୟକ, ଶ୍ରେୟାସ୍ମିତା ପଣ୍ଡା, ରଜନୀ ମହାନ୍ତି, ଜାନକୀ ମଲ୍ଲିକ, ରାଜକିଶୋର ବାରିକ, ଆତ୍ମାରାମ ପତି, ଦେବେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ମିହିର ମହାନ୍ତି, ମନୋଜ ସାହୁ, ମଣିରତ୍ନ ସ୍ୱାଇଁ, ଜିତେନ୍ଦ୍ର ସାମନ୍ତରାୟ, ଅଭିଶେଷ ଦାସ, କୁଳମଣି ସାହୁ ପ୍ରମୁଖ ପୁଷ୍ପାଞ୍ଜଳି ପୂର୍ବକ ଶେଷ ସମ୍ମାନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.