Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ପାସହାର ୯୬.୨୭ ପ୍ରତିଶତ,ଜିଲ୍ଲା ଟପର ହଲେ ଛାତ୍ର ପ୍ରିତୀଶ କୁମାର

ମାଲକାନଗିରି ଜିଲ୍ଲାରେ ପାସହାର ୯୬.୨୭ ପ୍ରତିଶତ,ଜିଲ୍ଲା ଟପର ହଲେ ଛାତ୍ର ପ୍ରିତୀଶ କୁମାର

87

ମାଲକାନଗିରି,୨୫ା୬ (ଓଡିଆ ପୁଅ ) କରୋନା ମହାମାରି ପାଇଁ ହାଇସ୍କୁଲ ଗୁଡିକରେ ମାଟ୍ରିକ ପରୀକ୍ଷା ହୋଇପାରିନଥିବା ବେଳେ କେବ ବୋର୍ଡ ଅଫିସରୁ ୧୦ମ ଶ୍ରେଣୀର ପିଲାମାନଙ୍କ ଟେଷ୍ଟ,ପ୍ରିଟେଷ୍ଟ ପରୀକ୍ଷା ଓ ପୁବ ର୍ବର୍ଷର ମାର୍କକୁ ବେସ କରି ମୂଲ୍ୟାଙ୍କନ କରାଯାଇଛି । ଆଜି ପ୍ରକାଶିତ ହୋଇସାରିଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ମାଲକାନଗିରି ଜିଲ୍ଲା ରେ ଚଳିତ ହାଇସ୍କୁଲ ବାର୍ଷୀକ ପରୀକ୍ଷାରେ ଜିଲ୍ଲାର ୧୨୦ଟି ହାଇସ୍କୁଲରେ ମୋଟ ୭୮୨୯ଜଣ ପିଲା ଫର୍ମ ଫିଲପ କରିଥିଲେ ସେମାନଙ୍କ ମଧ୍ୟରୁ ୧୮୪ଜଣ ଅ୍‌ନୁପସ୍ଥିତ ଥିବା ବେଳେ ୭୬୪୫ ଜଣ ପରୀକ୍ଷାର୍ଥୀ ଙ୍କ ପରୀକ୍ଷାପଳ ପ୍ରକାଶିତ ହୋଇଛି । ସେମାନଙ୍କ ମଧ୍ୟରୁ ୭୫୩୭ଜଣ ପାସ କରିଛନ୍ତି,ଜିଲ୍ଲାରେ ୩୯୦୩ ଜଣ ଛାତ୍ର ଓ ୩୬୩୪ଜଣ ଛାତ୍ରୀ ଅଛନ୍ତି । ଜିଲ୍ଲାରେ ମୋଟ ପାସ ହାର ୯୬.୨୭ ପ୍ରତିଶତ ହୋଇଛି । ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ପ୍ରୀତିଶ କୁମାର ନାୟକ ୫୪୭ ନମ୍ବର ରଖି ଜିଲ୍ଲାରେ ଟପର ସ୍ଥାନ ଅଧିକାର କରିଛନ୍ତି । ଏମଭି୭ ଜଗନ୍ନାଥପଲ୍ଲି ହାଇସ୍କୁଲର ଛାତ୍ର ନରେନ୍ଦ୍ର କୁମାର ଦାସ ୫୪୨ ନମ୍ବର ରଖିସ୍କୁଲ ଟପର ହୋଇଛନ୍ତି । ଜିଲ୍ଲାରେ ଏ-୧ ଗ୍ରେଡରେ ୭ଜଣ ,ଏ-୨ ଗ୍ରେଡ ରେ ୫୬ ଜଣ ,ବି -୧ଗ୍ରେଡ ରେ ୧୭୨ଜଣ,ବି -୨ଗ୍ରେଡରେ ୫୨୦ ଜଣ,ସି ଗ୍ରେଡ ରେ ୧୪୪୫ଜଣ ,ଡି ଗ୍ରେଡ ରେ ୩୧୩୪ଜଣ ,ଇ ଗ୍ରେଡ ରେ ୨୨୦୩ ଜଣ ପାସ କରିଥିବାବେଳେ ଏଫ ଗ୍ରେଡ ରେ ରହି ୧୦୮ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଜିଲ୍ଲାରେ ଅଧିକ ନମ୍ବର ରଖି ଟପର ହୋଇଥିବା ଛାତ୍ର ପ୍ରିତୀଶ ଓ ନରେନ୍ଦ୍ର ଙ୍କ କୃତିତ୍ୱ ପାଇଁ ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ, ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା ଓ ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଏମଭି୭ ଜଗନାଥପାଲି ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନଙ୍କ ସହିତ ଅନ୍ୟମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.