Home ଜିଲ୍ଲା ପରିକ୍ରମା ଜରାନିବାସକୁ ପୋଷ୍ୟ ଭାବେ ଗ୍ରହଣ କଲା ଭଦ୍ରକାଳୀ ଲାୟନ୍‌ସ କ୍ଳବ

ଜରାନିବାସକୁ ପୋଷ୍ୟ ଭାବେ ଗ୍ରହଣ କଲା ଭଦ୍ରକାଳୀ ଲାୟନ୍‌ସ କ୍ଳବ

36

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସଂଗଠନ ଭଦ୍ରକାଳୀ ଲାୟନ୍‌ସ କ୍ଳବ ଭଦ୍ରକ ବ୍ଳକର ଦୈସିଂ ଠାରେ ସ୍ଥିତ କଳ୍ପନା ଦେବୀ ଚ୍ୟାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଜରାନିବାସକୁ ୫ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିଛି । ଭଦ୍ରକାଳୀ ଲାୟନ୍‌ସ କ୍ଳବର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ରଙ୍କ ପୌରୋହିତ୍ୟରେ ପକ୍ଷରୁ ଅନୁଷ୍ଠିତ ଏକ ସଭାରେ ଜରାଶ୍ରମର ପ୍ରତିଷ୍ଠାତା ଡାକ୍ତର ହରେକୃଷ୍ଣ ନାୟକ ଜରାଶ୍ରମ ପ୍ରତିଷ୍ଠା କରିବାର ଆଭିମୁଖ୍ୟ ଉପସ୍ଥାପନା କରିବା ସହିତ ଲାୟନ୍‌ସ କ୍ଳବର ଏଭଳି ମହନୀୟ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହାରଣ ହେବ ବୋଲି କହିବା ସାଙ୍ଗକୁ କ୍ଲବର କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବରିଷ୍ଠ ଅଧିବକ୍ତା ଲାୟନ ପର୍ଶୁରାମ ଦ୍ୱିବେଦୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଲାୟନ୍‌ସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରଫୁଲ୍ଲ ସାମଲ ଉକ୍ତ ଜରାଶ୍ରମକୁ କ୍ଳବ ୫ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କଲା ବୋଲି ସୂଚନା ଦେବା ସହିତ ପ୍ରାଥମିକ ସହାୟତା ରାଶି ପ୍ରଦାନ କରିଥିଲେ । ଅତିଥି ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ୍ ଶରତ ଚନ୍ଦ୍ର ପ୍ରଧାନ, ପାଷ୍ଟ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରକାଶ ଚନ୍ଦ୍ର ଜେନା, ସମ୍ପାଦକ ଲାୟନ ପ୍ରଭାତ ଧଳ ପ୍ରମୁଖ ଯୋଗ ଦେଇ ଜରାଶ୍ରମର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଏହି ଅବସରରେ ଜରାନିବାସରେ ଅନ୍ତେବାସୀମାନେ କିପରି ଅଧିକ ଆନନ୍ଦରେ ଜୀବନଯାପନ କରିବେ ସେ ସମ୍ପର୍କରେ ସେମାନେ ପ୍ରସ୍ତାବ ଦେଇଥିଲେ । ଉକ୍ତ ସଭାରେ ବୈଲୋଚନ ବେହୁରିଆ, ପଦ୍ମନ ରାୟ, ଜିତେନ୍ଦ୍ର ପଣ୍ଡା, ଦିଲିପ ନାୟକ, ମିଥୁନ ନାୟକ, ସଂଜିବ ନାୟକ, ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ଜରାଶ୍ରମ ବୁଲି ଦେଖି ଆନନ୍ଦ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.