Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଳାସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଜିଲ୍ଲା କଳାସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

44

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଳାସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖଚନ୍ଦ୍ର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉତ୍ସବକୁ ସରକାରୀ କଟକଣା ମଧ୍ୟରେ କୋଭିଡ ନିୟମ ପାଳନ କରାଯାଇ ଅତି ନିରାଡମ୍ବର ଭାବରେ ଜିଲ୍ଲାର ସିମିତ ସଂଖ୍ୟକ କଳାକାରଙ୍କୁ ନେଇ ସାମାଜିକ ଦୂରତା ରକ୍ଷା କରାଯାଇ ପାଳନ କରାଯାଇଥିଲା । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭଦ୍ରକ ହେଉଛି ସାହିତ୍ୟ ସଂସ୍କୃତି କଳାର ମାଟି । ଏହି ମାଟିରେ ବହୁ ପ୍ରତିଷ୍ଠିତ କଳାକାରମାନେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । କଳାକାର ଯେତେ ଅଭାବ ବା କଷ୍ଟରେ ଥିଲେ ମଧ୍ୟ ସେ କଷ୍ଟ ଠାରୁ କରୋନା ସମୟରେ କଳା ପରିବେଷଣ କରିନପାରିବା ବଡ଼ ଦୁଃଖ । ସେହିପରି ଭଦ୍ରକ ଜିଲ୍ଲାର କଳା ସଂସ୍କୃତି ସଂଘର କଳାକାରମାନେ ସଂସ୍କୃତି ଅଧିକାରୀ ଭାବରେ ଶ୍ରୀ ବେହେରାଙ୍କ କଳାକାରଙ୍କ ପ୍ରତି ଯେଉଁଭଳି ଭାବରେ କର୍ତବ୍ୟ କରିଛନ୍ତି ତାହା ଆଜିର ବିଦାୟ କାଳୀନ ସଭାରେ ସ୍ପଷ୍ଟ ବାରିହୋଇ ପଡ଼ିଛି ବୋଲି କହିଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି ସଙ୍ଗୀତଜ୍ଞ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭାକୁ ସଂଚାଳନ କରିଥିଲେ ମଂଚ କଳାକାର କାଳନ୍ଦୀ ମଲ୍ଲିକ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ବେଦପାଠ କରାଯାଇଥିଲା । ପ୍ରାରମ୍ଭିକ ଆବାହନୀ ରାଜ୍ୟ ସଙ୍ଗୀତକୁ ଗାୟକ ଉମାକାନ୍ତ ହୋତା ଏବଂ କାଳନ୍ଦୀ ମଲ୍ଲିକ ଗାନ କରିଥିଲେ । ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ନାଟ୍ୟଶ୍ରୀ ନିର୍ମଳ ରାଉତ ।

ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ଉପସଭାପତି ତ୍ରିଲୋଚନ ପଣ୍ଡା, ତିହିଡ଼ି ଉପସଭାପତି ସତ୍ୟବ୍ରତ ତ୍ରିପାଠୀ, ଭଣ୍ଡାରିପୋଖରୀ ଉପସଭାପତି ରବୀନ୍ଦ୍ର କୁମାର ଜେନା, ଗାୟକ ସୁବାସ ଚନ୍ଦ୍ର ବେହେରା, ବରିଷ୍ଠ କଳାକାର ଶରତ ଚନ୍ଦ୍ର ସୂତାର, ବନ୍ଧଟିଆ ଧାମନଗର ଲୋକକଳା ଗ୍ରାମର ସଦସ୍ୟ ବିପିନୀ ବିହାରୀ ପଣ୍ଡା, ବଳରାମ ଦାସ, କଣ୍ଠଶିଳ୍ପୀ ଗୁଣ୍ଡିଚାରାଣି ପଣ୍ଡା, ଗାୟକ ବିନୋଦ ଶତପଥୀ, ଗାୟକ ନାରାୟଣ ବାରିକ, ପ୍ରବୋଧ ନାୟକ, ଚନ୍ଦ୍ରମଣି ମହାପାତ୍ର, ଗାୟକ ଚିନ୍ତାମଣି ନାୟକ ପ୍ରମୁଖ ଯୋଗଦାନ କରି ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କ ବିଦାୟକାଳୀନ ଅଭିବାଦନ ଜରାଇଥିଲେ । ଏତଦବ୍ୟତିତ ଡିଆଇପିଆରଓ ଅଫିସର ମୁଖ୍ୟ ଦପ୍ତରି ତାପସ କୁମାର ନାୟକ, ଅମୂଲ୍ୟ କୁମାର ସାହୁ, ସୁକାନ୍ତ ସାହୁ, ଅଜୟ ନାୟକ, ଅୟେଶକାନ୍ତି ମାଝି, ରଙ୍ଗାଧର ଜେନା କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ । ଏହି ଅବସରରେ ବିଦାୟୀ ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ସହ ଉପହାର ସାମଗ୍ରୀ ଜିଲ୍ଲା କଳା ସଂସ୍କୃତି ସଂଘ କଳାକାର ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ବେଳେ ଜିଲ୍ଳାର ଲୋକକଳା ଗ୍ରାମ ଧାମନଗର ବନ୍ଧୁଟିଆ ଗ୍ରାମ ଏବଂ ଇଣ୍ଟର ନ୍ୟାସନାଲ ଥିଏଟର ଶାଖା ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗାୟକ ଶରତ ଚନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗାୟିକା ସୁକାନ୍ତି ମାଝୀ ଉଦ୍‌ଯାପନୀ କବିତା ପାଠ କରିଥିଲେ । ସୁରେନ୍ଦ୍ର ଦାସ, ଭାସ୍କର ଜେନା, ନାରାୟଣ ଚନ୍ଦ୍ର ବାରିକ, ଭୀମଶେନ ପଣ୍ଡା, ବନମାଳୀ ବାରିକ, ଯୋଗେନ୍ଦ୍ର ସେନାପତି, ଅଜ୍‌ମେର ସାହା, କାଶୀନାଥ ଶର୍ମା, ଅମୂଲ୍ୟରତ୍ନ ସାହୁ ପ୍ରମୁଖ କଳାକାରମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.