Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘରର ଅବ୍ୟବସ୍ଥା,କାମଦେଉନାହିଁ ଇ -ସେବା

ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘରର ଅବ୍ୟବସ୍ଥା,କାମଦେଉନାହିଁ ଇ -ସେବା

39

ମାଲକାନଗିରି,୩୧ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ମୁଖ୍ୟଡାକଘରେ ସବୁବେଳେ ଅବ୍ୟବସ୍ଥା ଲାଗିରହିଥିଲେ ମଧ୍ୟ ବିଭାଗୀୟ କର୍ତୁପକ୍ଷ ଗୁରୁତ୍ୱ ଦେଉନଥିବାରୁ ସାଧାରଣ ଉପଭୁକ୍ତା ମାନେ ନାହିଁ ନଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଏହା ଜିଲ୍ଲାସଦର ମହକୁମା ମୁଖ୍ୟଡାକଘର ହୋଇଥିଲେ ମଧ୍ୟ ଏଠାରେ କାମ ଦେଉନାହିଁ ଇ-ସେବା, ଡାକ କାମରେ ଇ-ସେବା ଓ ଅନଲାଇନ କୁ ଗୁରୁତ୍ୱ ଦିଆଯାଉ ଥିବାବେଳେ ଗତ କିଛି ଦିନହେଲା ଇ-ସେବା ଓ ଅନଲାଇନ କାର୍ଯ୍ୟ କ୍ଷମ ହୋଇପାରୁନଥିବାରୁ ପ୍ରତି ଦିନ ଶହ ଶହ ଗ୍ରାହକ ଡାକଘରକୁ ଆସି ସେମାନଙ୍କ କାର୍ଯ୍ୟ କରି ନପାରି ନାହିଁ ନଥିବା ହଇରାଣ ହେଉଥିବାର ଅଭିଯୋଗ ହେଉଛି । ଉକ୍ତ ଜିଲ୍ଲାଡାକଘର ଅଧିନରେ ୧୨ ଉପଡାକଘର ସହିତ କାଲିମେଳା,ବାଲିମେଳା,ଖଇରରପୁଟ,ମାଥିଲି,ଲାଛିପେଟା (ଏମଭି୭୯) ଡାକଘର ରହିଛି । ଏହି ପୋଷ୍ଟଅଫିସରେ ଏମଜିଏନଆରଏସ ଶ୍ରମିକ ମାନଙ୍କ ପାସବୁକ,ଅନେକ ସରକାରି କର୍ମଚାରି ଙ୍କ ଦରମା, ଓ ଅନ୍ୟାନ ସରକାରି କାମ ହୋଇଥାଏ ,ସେମାନେ ଠିକ ସମୟରେ ସେମାନଙ୍କ ଦରମା ପାଇପାରନ୍ତି ନାହିଁ କି କାମ ହୋଇପାରେନାହିଁ । ଜିଲ୍ଲାସଦର ମହକୁମା ଠାରେ ରେଳବିଭାଗର ଏକ ଟିକେଟ କାଉଁଟଂର ଖୋଲାଯାଇଥିଲା,ଏହାଦ୍ୱାରା ଅନେକ ଯାତ୍ରୀ ଉପକୃତ ହେଉଥିଲେ,ଉକ୍ତ କାଉଟଂର ଟିକୁ ଡାକବିଭାଗକୁ ହସ୍ତାନ୍ତର କରିଦିଆ ଯାଇଥିଲା । ତାହା ମଧ୍ୟ ବନ୍ଦରହିଥିବାରୁ ରେଲ ଯାତ୍ରୀ ମାନେ ଟିକେଟ କାଟିପାରୁନହାଁନ୍ତି ।ଏହି ଡାକଘରେ ମାସକୁ ୧୫ଦିନ ଲିଙ୍କ ଫେଲ ହେଉଥିବାରୁ ଟଙ୍କା ଦେଣ ନେଣ,ସ୍ପିଡପୋଷ୍ଟ,ଅଦି କାମ ହୋଇପାରୁନାହିଁ ।ଡାକବାକ୍ସ ଗୁଡିକ ଭାଙ୍ଗି କଣା ହୋଇ ଯାଇଥିବାରୁ ଚିଠିଗୁଡିକ ବାହରକୁ ଦେଖା ଯାଉଛି ।ବାହେର ବାକ୍ସ ଥିବାରୁ ଅଧାକାଶଂ ସମୟରେ ଉକ୍ତ ଚିଠିଗୁଡିକ ଗାଇ ଛେଳି ଟାଣି ଖାଇଦେଉଛନ୍ତି ।ଡାକଘରେ ରେଭିନ୍ୟୁଷ୍ଟାମ୍ପ, ପୋଷ୍ଟକାର୍ଡ,ଲଫାପା ମିଳୁନାହିଁ, ଜିଲ୍ଲାସଦର ମହକୁମା ଠାରେ ଥିବା ୫୦ରୁ ଉର୍ଦ୍ଦସରକାରି ଓ ୪୦ରୁ ଉର୍ଦ୍ଦ ଘରୋଇ କାର୍ଯ୍ୟାଳୟ ସହିତ ଲକ୍ଷାଧିକ ଜନସାଧରଣ ଏହି ଡାକଘର ଉପରେ ନିର୍ଭର କରିଥାନ୍ତି । ଜୟପୁର ଠାରୁ ମାଲକାନଗିରି କୁ ଡାକଅସୁଥାଏ ,ସରକାରି ବସ ଗୁଡିକ ବନ୍ଦ ହୋଇଗଲେ ଡାକ ଚଳାଚଳ ମଧ୍ୟ ବନ୍ଦ ହୋଇ ଯାଇଥାଏ,ଡାକ ପାଇଁ କୌଣସି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା ନଥିବାରୁ ଜନସାଧାରଣ ସେମାନଙ୍କ ଜରୁରୀ ଚିଠିପତ୍ର, ରେଜେଷ୍ଟ୍ରୀ,ସ୍ପିଡପୋଷ୍ଟ,ଇଟଂରଭ୍ୟିୁ କଲ କାର୍ଡ,ଚାକିରି ଜଏନ ଚିଠି ଆଦି ଠିକ ସମୟରେ ପାଇପାରନ୍ତି ନାହିଁ,

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.