Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଏଡସ ଦିବସ ପାଳନ,୨୯୮ ଏଡସ ରୋଗୀ ଚିହ୍ନଟ,୨୫ଜଣଙ୍କ ମୃତ୍ୟୁ

ମାଲକାନଗିରି ଜିଲ୍ଲାରେ ଏଡସ ଦିବସ ପାଳନ,୨୯୮ ଏଡସ ରୋଗୀ ଚିହ୍ନଟ,୨୫ଜଣଙ୍କ ମୃତ୍ୟୁ

196

ମାଲକାନଗିରି,୧ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଓ ପରିବର୍ତନ ସ୍ୱେଚ୍ଛାସେବୀ ଅନୁଷ୍ଟାନର ମିଳିତ ସହ ଯୋଗରେ ସ୍ଥାନିୟ ସିଡିଏମଓ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ ହୋଇ ଯାଇଛି । ଓମ ଭୂବ ର୍ସ୍ୱ ,ଘଡେଇ ମହାବିଦ୍ୟାଳ.ସତ୍ୟନରାୟଣ ଜିଏନଏମ ସେଟଂର ର ଛାତ୍ର ଛାତ୍ରୀ ଓ ମହିଳାସ୍ୱାସ୍ଥ୍ୟ କର୍ମୀ ମାନେ ଏଡସ ଜନସଚେତନତାର ପ୍ଲାକାର୍ଡ ହାତରେ ଧରି ଗୋଷ୍ଠୀ ହିଁ ପରିବର୍ତନ ଓ ସଂସ୍କାର ଆଣେ ବୋଲି ସ୍ଲୋଗାନ ପକାଇ ସିଡିଏମଓ କାର୍ଯ୍ୟାଳୟଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସୋଭାଯାତ୍ରାରେ ଯାଇ ସହର ପରିକ୍ରମାକରିଥିଲେ । ପରେ ସିଡିଏମଓ କାର୍ଯ୍ୟାଳୟ ପରିସରରେ   ବିଶ୍ୱ ଏଡସ ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ଅଜୟକୁମାର ବୈଠାରୁ,ଜିଲ୍ଲାଜନସ୍ୱାସ୍ଥ୍ୟ ଅଧିକାରୀ ଡା ଧନୂର୍ଯ୍ୟୟ ମହନ୍ତ,  ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଧନେଶ୍ୱର ମହାପାତ୍ର,ଡିପିଏମ ସୁଦିପ୍ତକେଶ, ବନବିହାରୀ ମିଶ୍ର,କାର୍ଯ୍ୟକ୍ରମ ପରିଚାଳକ ବାବୁଜି ଖରା,ସଂଗ୍ରାମପଣ୍ଡା,ଅଜିତ ଦଳେଇ ପ୍ରମୁଖ ଯୋଗଦେଇ ଭୟାବହ ଏଡସ  ରୁ ଦୁରେଇ ରହି ଏହାର ପ୍ରତିକାର ପ୍ରତି ଜନ ସଚେତନତା ସୃଷ୍ଟିକରିବା ଦରକାର ବୋଲି କହିଥିଲେ । ମାଲକାନଗିରି ଜିଲ୍ଲାରେ ଗତ ୨୦୦୬ ମସିହାରୁ ୨୦୧୯ ନଭେମ୍ବର ମାସ ପର୍ଯ୍ୟନ୍ତ ୪୭୮୨୮ଜଣଙ୍କ ର ଏଚଆଇଭି ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୯୮ଜଣ ଏଡସ ରୋଗି ଚିହ୍ନଟ ହୋଇଥିବା ବେଳେ ୨୫ଜଣଙ୍କର ମୃତ୍ୟୁ ଘଟିଛି । ଏଡସ ରୋଗରେ ଆକ୍ରନ୍ତ ମାନଙ୍କୁ କୋରାପୁଟ ଓ ମାଲକାନଗିରି ହସପିଟାଲରୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି ବୋଲି ସିଡିଏମଓ ଡା ବୈଠାରୁ ସୁଚନାଦେଇଥିଲେ । ଅନୁରୁପ ସତ୍ୟନାରାୟଣ ଜିଏନଏମ କଲେଜ  ପରିସରରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ପ୍ରାଧିକରଣ ସଚିବ ଅମରେଶ  ନାୟକ ଅଧ୍ୟକ୍ଷତାରେ  ଏଡ୍ସ ଦିବସ ପାଳତି ହୋଇ ଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାଜଜ ରୋହିତ ଲାଲ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ମହଲତ ସା,ସିଡଏମଓ ଅଜୟକୁମାର ବୈଠାରୁ,ସହକାରି ଏସପି ଉଦ୍ଧବ ଚରଣ ନାୟକ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ଅଧ୍ୟାପକ ରଜଂନକୁମାରସ୍ୱାଇଁ,ଜିଏନଏମ କଲେଜ ପରିଚାଳକ ସଜଂୟକୁମାର ପାଣିଗ୍ରାହୀ,ପ୍ରମୁଖ ଯୋଗଦେଇ ଊୟାବହ ଏଡସ ରୋଗସଂପର୍କରେ କହିଥିଲେ । ଜିଲ୍ଲାରେ ଉପଯୁକ୍ତ ଭାବେ ଜନସଚେତନା ଅଭାବରୁ ଆନ୍ଦ୍ର ଛତିଶଗଡ ରାଜ୍ୟସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜନସଚେତନତା ଅଭାବରୁ ଏଡସ ରୋଗ କାୟାବିସ୍ତାର କରିଛି,ପ୍ରକୃତରେ ଏହି ଏଡସ ରୋଗୀ ଚିହ୍ନଟ ଓ ମୃତ୍ୟୁସଂଖ୍ୟା ସରକାରି ଆକଳନ ଠାରୁ ଅନେକ ଅଧିକ ଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ବହୁସଂଖ୍ୟାରେ ରାଜ୍ୟବାହରକୁ ଦାଦନଖଟିବାକୁ ମହିଳା ଓ ପୁରୁଷ ମାନେ ଯାଇଥାନ୍ତି, ଜନସଚେତନତା ଅଭାବରୁ ବିଭିନ୍ନ କାରଣରୁ ସେମାନେ ଅଜାଣତରେ ଏଡ୍ସ ଭୁତାଣୁ ଦ୍ୱାରା ଶିକାର ହୋଇଥାନ୍ତି, ଲୋକ ଲଜ୍ୟାପାଇଁ ଏହାକୁ ଲୁଚାଇରଖି କିଏ ମୃତ୍ୟୁବରଣ କରିଥାଏ ତ ଅନ୍ୟ କିଏ ରୋଗ ଯନ୍ତ୍ରଣାରେ ଛଟପଟ ହୋଇମରଣ କୁ ଅପେକ୍ଷା କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.