Home ଆନ୍ତର୍ଜାତୀୟ ଆମେରିକାରେ ପୁଣି ସନ୍ଦିଗ୍ଧ ଆକ୍ରମଣକାରୀର ଗୁଳିଚାଳନା, ୨ ଗୁରୁତର ସମେତ ୧୧ ଆହତ

ଆମେରିକାରେ ପୁଣି ସନ୍ଦିଗ୍ଧ ଆକ୍ରମଣକାରୀର ଗୁଳିଚାଳନା, ୨ ଗୁରୁତର ସମେତ ୧୧ ଆହତ

172

ନୂଆଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଆମେରିକାରେ ପୁଣି ଥରେ ଲୋକମାନଙ୍କ ଉପରେ ଗୁଳିବର୍ଷାର ଘଟଣା ସାମନାକୁ ଆସିଛି। ଗୁଳିକାଣ୍ଡର ଏହି ଘଟଣା ଆମେରିକାର ନ୍ୟୁ ଅରଲିୟନ୍ସସ ସହରରେ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଗୁଳିକାଣ୍ଡରେ ୧୧ଜଣ ଲୋକ ଆହତ ହୋଇଛନ୍ତି। ପୁଲିସ ଅନୁସାରେ ସମସ୍ତ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି। ଏହି ଘଟଣାରେ ଦୁଇ ଜଣ ଲୋକ ଗୁରୁତର ଭାବେ ଆହତ ହେବାର ମଧ୍ୟ ଖବର ଆସିଛି। ବିଦେଶୀ ମିଡ଼ିଆ ଖବରରୁ ଜଣାପଡ଼ିଛିକି ସ୍ଥାନୀୟ ପୁଲିସ ଘଟଣାସ୍ଥଳ ନିକଟରେ ଥିବା ଏକ ସଂଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଏହି ଗୁଳିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ଆସିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.