Home ଓଡ଼ିଶା ହାଇଦ୍ରାବାଦ ଗ୍ୟାଙ୍ଗରେପ ମର୍ଡର : ଚାରି ଦିନ ପରେ ଆକ୍ସନରେ ଆସିଲେ କେସିଆର, କହିଲେ –...

ହାଇଦ୍ରାବାଦ ଗ୍ୟାଙ୍ଗରେପ ମର୍ଡର : ଚାରି ଦିନ ପରେ ଆକ୍ସନରେ ଆସିଲେ କେସିଆର, କହିଲେ – ଫାଷ୍ଟ ଟ୍ରାକ କୋର୍ଟରେ ହେବ ମାମଲାର ଶୁଣାଣି

626

ହାଇଦ୍ରାବାଦ ୧-୧୨ (ଓଡ଼ିଆ ପୁଅ) ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ଭେଟେନାରୀ ଡକ୍ଟରଙ୍କର ପ୍ରଥମେ ଗ୍ୟାଙ୍ଗରେପ ଏବଂ ପରେ ହତ୍ୟା ମାମଲାରେ ଚାରି ଦିନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆର ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ମାମଲାର ଶିଘ୍ର ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟ ବନାଇବା ପାଇଁ ଘୋଷଣା କରିଛନ୍ତି। କେ ଚନ୍ଦ୍ରଶେଖର ରାଓ ଏହି ମାମଲାରେ ପ୍ରଥମ ଥର ପ୍ରତିକ୍ରିୟା ଦେଇ ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି କି ଏହି ମାମଲାରେ ଜାଞ୍ଚ ଶିଘ୍ର କରାଯାଉ।

ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି, ‘ଦୋଷିମାନଙ୍କୁ ଅତି ଶିଘ୍ର କଡ଼ା ଦଣ୍ଡ ଦିଆଯିବ। ମୁଖ୍ୟମନ୍ତ୍ରୀ ଏହି ମାମଲାରେ ପାଇଁ ଫାଷ୍ଟ ଟ୍ରେକ କୋର୍ଟର ଗଠନ ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଏହି ଘଟଣା ପରେ ନିଜର ପ୍ରଥମ ସାର୍ବଜନିକ ବୟାନରେ ରାଓ ଚାରି ଜଣ ଲୋକଙ୍କର ଦ୍ଵାରା ୨୫ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାକୁ ‘ଭୟାବହ’ କହି ସେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ତାଙ୍କର କାର୍ଯ୍ୟାଳୟ ଦ୍ଵାରା ଜାରୀ ଏକ ବୟାନ ଅନୁସାରେ ସେ ଅଧିକାରୀମାନଙ୍କୁ ତ୍ଵରିତ କୋର୍ଟର ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଏବଂ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷିମାନଙ୍କୁ କଡ଼ା ଦଣ୍ଡ ମିଳିବା ସହ ସରକାର ମହିଳା ପଶୁ ଚିକିତ୍ସକଙ୍କର ପରିବାରକୁ ଯଥାସମ୍ଭବ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ହାଇଦ୍ରାବାଦରେ ଜଣେ ଭେଟେନାରୀ ଡକ୍ଟରଙ୍କ ସହିତ ପ୍ରଥମ ଗଣ ଦୁଷ୍କର୍ମ କରି ପରି ଜୀଅନ୍ତା ଜାଳିଦେବା ଘଟଣା ସମ୍ପୂର୍ଣ୍ଣ ଦେଶର ଲୋକମାନଙ୍କୁ ଦୋହଲାଇ ଦେବା ସହିତ ଆକ୍ରୋଶିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.