Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା କୋଭିଡ ହସପିଟାଲ,ପ୍ରଥମ ପର୍ଯ୍ୟାୟରେ ୩୦ଶଯ୍ୟା ପରବର୍ତି ସମୟରେ ୧୦୦ଶଯ୍ୟାକୁ ବୃଦ୍ଧିପାଇଁ...

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା କୋଭିଡ ହସପିଟାଲ,ପ୍ରଥମ ପର୍ଯ୍ୟାୟରେ ୩୦ଶଯ୍ୟା ପରବର୍ତି ସମୟରେ ୧୦୦ଶଯ୍ୟାକୁ ବୃଦ୍ଧିପାଇଁ ନିସ୍ପତି

135

ମାଲକାନଗିରି,୧୩ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ରାଜ୍ୟସରକାର ଓ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ଠାରେ ଆଜି ବିଧିବଦ୍ଧ ଭାବେ କୋଭିଡ-୧୯ହସପିଟାଲ ଶୁଭାଆରମ୍ଭ ହୋଇଛି । ଏ ନେଇ ଆଜି ସଂନ୍ଧ୍ୟାରେ ହସପିଟାଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସୁଚନା ଦେଇଛନ୍ତି । ଜିଲ୍ଲାରେ ଥିବା ପୁରଣା ହସପିଟାଲକୁ କରୋନା ରୋଗୀ ଚିକିତ୍ସାଳୟ ଭାବେ ଖୋଲାଯାଇଛି ,ଏହି କୋଭିଡ-୧୯ ହସପିଟାଲରେ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୁଳକ ଭାବେ କରୋନା ସଂକ୍ରମଣ ଙ୍କ ପାଇଁ ୩୦ଟି ଶଯ୍ୟା ରହିଛି, ସେଥିମଧ୍ୟରୁ ଅକ୍ସିଜେନ ସହ ୪ଟି ସ୍ୱତନ୍ତ୍ର ଭେଟିଂଲେଟର କୋଠରୀ ଓ ୨୦ଟି ଆଇସୋଲେଶନ ବେଡ ରଖାଯାଇଛି, ପରବର୍ତି ସମୟରେ ଏହା ୧୦୦ଶଯ୍ୟାକୁ ବୃଦ୍ଧିକରା ଯିବ,କରୋନା ପାଇଁ ଜିଲ୍ଲାରେ ୩୫ଜଣ ଡାକ୍ତର ସହ ୭୭ଜଣ ସ୍ୱାସ୍ଥ୍ୟକର୍ମୀ ଙ୍କୁ ମୂତୟନ କରାଯାଇଛି, କୋଭିଡ ହସପିଟାଲରେ ସ୍ୱତନ୍ତ୍ର ଭାବେ ତାଲିମ ପାଇଥିବା ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଙ୍କୁ ନୁଯୁକ୍ତି ଦିଆ ଯାଇଛି । କୋଭିଡ ହସପିଟାଲରେ ମୁତୟନ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରତି ଗୁରତ୍ୱ ଦିଆଯାଇଛି ।ଜିଲ୍ଲାରେ ମୋଟ୯୯ଜଣ କରୋନା ସନ୍ଧିଗ୍ଧଙ୍କ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଥିଲା ଇତି ମଧ୍ୟରେ ୫୯ଜଣଙ୍କର ନେଗେଟିଭ ରିପୋର୍ଟ ଆସିଛି । ବାହାର ରାଜ୍ୟରୁ ଆସୁଥିବା କରୋନା ସନ୍ଦିଗ୍ଧ ଙ୍କୁ କ୍ୱାରାଟେଂଇନ ରେ ୧୪ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଜିଲ୍ଲାର ୧୪୯ଟି ସ୍ଥାନରେ ସଙ୍ଗରୋଧ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି । ରାଜ୍ୟଫେରନ୍ତା ୬ହଜାର ୫୦୦ଙ୍କୁ ସ୍ୱତନ୍ତ୍ର ଭାବେ କ୍ୱାରାଟାଂଇନ ଗୃହରେ ୧୪ଦିନ ରଖା ଯାଇ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । ସମଗ୍ରବିଶ୍ୱରେ କରୋନା ମହାମାରୀ ରୂପ ନେଇ ଏହାକୁ ଜାତୀୟ ବିପତି ଭାବେ ଘୋଷଣା କରାଯାଇଥିବାରୁ ଏହାର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ପଦକ୍ଷେପ ନିଆଯାଇଛି । ଲକଡାଉନ ନିୟମକୁ ମାନନ୍ତୁ କୌଣସି ସ୍ଥାନରେ ଗହଳି ନକରି ସାମଜିକ ଦୂରତା ରକ୍ଷାକରନ୍ତୁ,ଭଲଭାବରେ ହାତ ଧୁଅନ୍ତୁ, କଥା ହେଲା ବେଳେ ପ୍ରାୟ ଏକ ମିଟିର ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ମୁହଁରେ ମାସ୍କ ଲଗାନ୍ତୁ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣକୁମାର ପାଢୀ,ଏଡିଏମଓ ଡା.ଶିବପ୍ରସାଦ ମହାରଣା,ଏଡିଏମଓ ଅନିଲକୁମାର ମିଶ୍ର,ଭେଷଜ ବିଶେଜ୍ଞ ଡା.କୃଷ୍ଣଚନ୍ଦ୍ର ମହାପାତ୍ର,ଅସ୍ତିଶଲ୍ୟ ବିଶେଜ୍ଞ ଡା. ସପନକୁମାର ଧିଣ୍ଡା,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦୀଲିପ ଚନ୍ଦ୍ର ସାମନ୍ତରାୟ,ପ୍ରମୁଖ ଡାକ୍ତର,ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାସ୍ତରୀୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ । ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ମାନେ ସ୍ୱତନ୍ତ୍ର କୋଭିଡ-୧୯ ହସପିଟାଲ କୋଠରୀ ଗୁଡିକୁ ପରିଦର୍ଶନ କରି ସ୍ଥିତିପରଖି ମୁତୟନ ହୋଇଥିବା କରୋନା ଯୁଦ୍ଧା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.