Home Coronavirus Outbreak କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ କରୋନା ପଜିଟିଭ ବିଷୟରେ

କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ କରୋନା ପଜିଟିଭ ବିଷୟରେ

68

କେନ୍ଦ୍ରାପଡା ୧୩/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପୂର୍ବରୁ ଜିଲ୍ଲାର ଆଳି ବ୍ଲକ ଅଂଚଳରେ ପ୍ରଥମେ ଗୋଟିଏ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ଗୋଟିଏ କରୋନା ପଜିଟିଭ ରୋଗୀ ରାଜନଗର ବ୍ଲକ ଅଂଚଳରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ସଂପୃକ୍ତ କରୋନା ପଜିଟିଭ ମହିଳା ରୋଗୀ ଜଣଙ୍କ ବାହାର ରାଜ୍ୟରୁ ଆସିଥିବା ବେଳେ ସେ କ୍ୱାରେଂଟାଇନରେ ଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ପରୀକ୍ଷା ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସଥିପାଇଁ ରାଜନଗର ବ୍ଲକର ସଂପୃକ୍ତ ରାଜସ୍ୱ ଗ୍ରାମ ସମେତ ସେହି ଗ୍ରାମର ଏକ ପଡା ଗ୍ରାମକୁ ସାନିଟାଇଜ କରାଯିବା ସହ ତାହାର ଚର୍ତୁପାଶ୍ୱର୍କୁ ସିଲ କରିଦିଆଯାଇଛି। ସେହି ଅଚଂଳରୁ କେହି ବାହାରକୁ ନଆସିବା ଏବଂ ବାହାରୁ ସେହି ଅଚଂଳକୁ କେହି ପ୍ରବେଶ କରିବା ଉପରେ କଟକଣା ଜାରିକରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.