Home ଓଡ଼ିଶା ଲକ୍‌ଡାଉନ୍ ସମୟରେ ରାସ୍ତାକଡରୁ ଶିଶୁ କନ୍ୟା ଉଦ୍ଧାର

ଲକ୍‌ଡାଉନ୍ ସମୟରେ ରାସ୍ତାକଡରୁ ଶିଶୁ କନ୍ୟା ଉଦ୍ଧାର

178

କଟକ୧୩ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନା ଲକ୍‌ଡାଉନ୍ ଚାଲିଥିବା ବେଳେ କମିଶରନେଟ୍ ପୁଲିସ ରାସ୍ତା କଡରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି କଟକ ଡିସିପି ପିଲାଟିକୁ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।କଟକର ସିଡିଏ ସେକ୍ଟର ୮ ରାସ୍ତା କଡ଼ରୁ ଏହି ନବଜାତକୁ ଉଦ୍ଧାର କରାଯାଇଛି। ଶିଶୁଟିର ଅବସ୍ଥା ସ୍ଥିର ଥିବାବେଳେ ଶିଶୁଟିକୁ କିଏ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଥିଲା ଏବେ ତାହାର ଖୋଳତାଡ଼ କରିଛି ପୁଲିସ। ଘଟରାରୁ ପ୍ରକାଶ ମର୍କତ ନଗର ପୁଲିସ ପକ୍ଷରୁ ସିଡିଏ ଅଂଚଳରେ ପ୍ୟାଟ୍ରୋଲିଙ୍ଗ କରାଯାଉଥିବାବେଳେ ସେକ୍ଟର ୮ ରିଙ୍ଗରୋଡ଼ରେ ଏକ କନ୍ୟା ସନ୍ତାନକୁ କେହି ଅବହେଳିତ ଅବସ୍ଥାରେ ଛାଡି ଚାଲିଯାଇଥିବାର ପୁଲିସ କର୍ମୀମାନେ ଦେଖିଥିଲେ। ପୁଲିସ କର୍ମଚାରୀମାନେ ନବଜାତକୁ ଉଦ୍ଧାର କରି ତୁରନ୍ତ ଶିଶୁଭବନରେ ଭର୍ତ୍ତି କରିଥିଲେ।ସରଦାର ବହ୍ଲଭ ଭାଇ ପଟେଳ ଶିଶୁଭବନର ଡାକ୍ତରମାନେ ନବଜାତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ସେ ସୁସ୍ଥ ଥିବାର ଜଣାପଡିଛି। ତେବେ ଲକଡାଉନକୁ ନେଇ ଏବେ ସହରରେ କଟକଣା ଥିବାବେଳେ କିଏ ଏହି ଶିଶୁଟିକୁ ରାସ୍ତା କଡରେ ଛାଡି ଚାଲିଯାଇଛନ୍ତି ତାହା ବାବଦରେ ଏବେ ପୁଲିସର ଖୋଳତାଡ଼ ଜାରି ରହିଛି।

https://twitter.com/cpbbsrctc/status/1249609349443403778

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.