Home ଜିଲ୍ଲା ପରିକ୍ରମା କଳାହାଣ୍ଡି କପ ପାଇଁ ମାଲକାନଗିରି ଜିଲ୍ଲାରେ ଖେଳାଳୀ ଚୟନ ଆରମ୍ଭ

କଳାହାଣ୍ଡି କପ ପାଇଁ ମାଲକାନଗିରି ଜିଲ୍ଲାରେ ଖେଳାଳୀ ଚୟନ ଆରମ୍ଭ

88

ମାଲକାନଗିରି,୩ା୩(ଓଡିଆ ପୁଅ ) କଳାହାଣ୍ଡି କପ ପ୍ରତିଯୋଗୀତା ପାଇଁ ଓଡିଶା କ୍ରୀକେଟ ସଂଘ ନିର୍ଦ୍ଦେଶ କ୍ରେମ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କ୍ରୀକେଟ ସଂଘ ପକ୍ଷରୁ ଖେଳାଳୀ ଚୟନ ଆରମ୍ଭ ହୋଇଯାଇଛି । ଜିଲ୍ଲାର ମାଲକାନଗିରି,କାଲିମେଳା,ପଡିଆ, କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ଯାକ ବ୍ଲକର କ୍ରୀକେଟ କ୍ଲବକୁ ନେଇ କ୍ରୀକେଟ ମ୍ୟାଚ ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ମଇଦାନ ରେ କଳାହାଣ୍ଡି କପ ପ୍ରିତି ଯୋଗୀତାରେ ଭାଗନେବା ପାଇଁ କ୍ରୀକେଟକ ମ୍ୟାଚର ପ୍ରଥମ ଦିବସରେ ମାଲକାନଗିରି କ୍ଲବ ସହ ବାଲିମେଳା କ୍ରୀକେଟ କ୍ଲବ ମଧ୍ୟରେ ଖେଳ ହୋଇଥିଲା, ଏଥିରେ ବାଲିମେଳା କ୍ଲବ ୬ଉଇକେଟ ରେ ୧୩୮ରନ ସଂଗ୍ରହ କରି ମାଲକାନଗିରି କ୍ଲବ କୁ ହରାଇ ବୀଜୟ ହାସଲ କରିଛି,ମାଲକାନଗିରି କ୍ଲବ ପ୍ରଥମେ ବ୍ୟାଟିଂ କରି ୨୯.୩ ଓଭର ରେ ୧୩୬ ରନ ସଂଗ୍ରହ କରି ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ବାଲିମେଳା କ୍ଲବ ୪ଉଇକେଟ ହରାଇ୧୩୮ରନ ସଂଗ୍ରହ କରି ବୀଜୟୀ ହୋଇଛନ୍ତି ,ବାଲିମେଳା କ୍ଲବର ଦେବେନ୍ଦ୍ର ସର୍ବାଧିକ୩୪ରନ କରିଥିବା ବେଳେ ମାଲକାନଗିରି କ୍ଲବର ଶଙ୍କର ମହାନ୍ତି ୨୯ରନ ରେ ୩ଟି ଉଇକେଟ ନେଇଥିଲେ । ଏହି ମ୍ୟାଚ ୫୦ ଓଭର ଲେଖା ଖେଳ ହୋଇଥିଲା । ମାଲକାନଗିରି କ୍ରୀକେଟ ସଂଘର ଶଙ୍କର ଖିତି,ଏସ.ପ୍ରସାଦ ରାଓ,ଶତବୀର ସିଂ,ହୃଦାନନ୍ଦ ସାହୁ,ରଜଂନକୁମାର ମହାନ୍ତି,ଆଲୋକ ମହାପାତ୍ର,ସୂର୍ଯ୍ୟନରାୟଣ ନାୟକ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହି ଚୟନ କାର୍ଯ୍ୟ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଚାଲୁରହି ବିଭିନ୍ନ କ୍ଲବର ଖେଳାଳୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.