Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସପାଳନ,ନୃତ୍ୟ ସଂଗୀତରେ ଝୁମିଲେ ଦିବ୍ୟାଙ୍ଗ

ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସପାଳନ,ନୃତ୍ୟ ସଂଗୀତରେ ଝୁମିଲେ ଦିବ୍ୟାଙ୍ଗ

102

ମାଲକାନଗିରି,୪ ।୧୨ (ଓଡିଆ ପୁଅ )  ମାଲକାନଗିରି   ଜିଲ୍ଲାସମାଜିକ ସୁରକ୍ଷା ,ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଜିଲ୍ଲା ଆଇନ ସେବାପ୍ରାଧିକରଣ  ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନିୟ ନଗରଭବନ ପରିସରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରିଣୀ  ରାଧାମଣୀ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲା ଆଇନ ସେବା ପ୍୍ରାଧିକରଣ ସଚିବ ଅମରେଶ ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦ୍ଧବଚରଣ ନାୟକ,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଯୋଗଦେଇ ଜଗତର ନାଥ ଜଗନ୍ନାଥ ନିଜେ ଭିନ୍ନ କ୍ଷମ ହୋଇ ଥିଲେ ମଧ୍ୟ ସେ ସମଗ୍ର ଜଗତକୁ ଚଳାଇପାରୁଛନ୍ତି ,କେବେବି କାହକୁ ଭିନ୍ନକ୍ଷମ ବୋଲି ଭାବି ିଘୃଣାକରିବା ଉଚିତ ନୁହଁ, ସେମାନେ ମଧ୍ୟ ସାଧରଣ ମଣିଷ ପରି ,ସେମାନଙ୍କୁ ଶିକ୍ଷା,ତାଲିମ,ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରତି ଗୁରୁତ୍ୱ ଦେବା ଦରକାର,ସେମାନଙ୍କର ନିରନ୍ତର ବିକାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ ବୈଷୟିକ ଶିକ୍ଷାକୁ ଗୁରତ୍ୱ ଦେଇ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦରକାର ବୋଲି ମଚାଂସିନ ଅତିଥି ମାନେ ମତ ଉପସ୍ଥାପନ କରିଥିଲେ । ଏହି ଉତ୍ସବରେ ନାୟକଗୁଡା ସ୍ଥ ସ୍ୱତନ୍ତ୍ର ଭିନ୍ନ କ୍ଷମ ବିଦ୍ୟାଳୟର ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନକରିଥିଲେ । ମାଲକାନଗିରି  ସାତଟି ଯାକ ବ୍ଲକର ଶତାଧିକ ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ଓ ଭିନ୍ନକ୍ଷମ ମାନେ ଅଶଂଗ୍ରହଣ କରିଥିଲେ । ଅପରାହ୍ନରେ ସେମାନଙ୍କ ମଧ୍ୟରେ ସଂଗୀତ,ନୃତ୍ୟ,ପ୍ରବନ୍ଧ, ବକୃତା,ଚିତ୍ରାଙ୍କନ, କ୍ରୀଡା ପ୍ରତି ଯୋଗୀତା କରା ଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱହାସଲ କରିଥିବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଅପରାହ୍ନରେ ପୁରସ୍କାର ଓ ମାନପତ୍ରପ୍ରଦାନ କରା ଯାଇଥିଲା । ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ବେଶ ଚମକ୍ରାର ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ସକାଳେ ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ମାନେ ମାଲକାନଗିରି ସହରରେ ଏକ ସଚେତନତା ସୋଭାଯାତ୍ରା କରିଥିଲେ ।ଶେଷରେ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଜଂନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.