Home ଜିଲ୍ଲା ପରିକ୍ରମା ଜାତୀୟସ୍ତର କରାଟେ ପ୍ରତିଯୋଗିତା ରେ ମାଲକାନଗିରି ଜିଲ୍ଲାର ୭ଆଦିବାସୀ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

ଜାତୀୟସ୍ତର କରାଟେ ପ୍ରତିଯୋଗିତା ରେ ମାଲକାନଗିରି ଜିଲ୍ଲାର ୭ଆଦିବାସୀ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

112

ମାଲକାନଗିରି,୪ ।୧୨ (ଓଡିଆ ପୁଅ ) ଝାରସୁଗୁଡା ଠାରେ ଅନୁଷ୍ଟିତ ୬ଷ୍ଟ ଜାତୀୟ ମୁକ୍ତ କରାଟେ ପ୍ରତିଯୋଗୀତାରେ ୧୩ଟି ରାଜ୍ୟର ଶତାଧିକ ଛାତ୍ର ଛାତ୍ରୀ ଅଶଂଗ୍ରଣ କରିଥିଲେ, ସେମାନଙ୍କ ମଧ୍ୟରୁ ମାଲକାନଗିରି ଆଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମିର ଛାତ୍ର ରାମ ମାଡକାମି,ଅର୍ଜୁନ ଖରା,ଛାତ୍ରୀ ଦୁତିକା ଓଡି,ସାବିତ୍ରୀ ଖେମୁଡୁ, ଦୁତିକା ଦୁରଆ,ଶସ୍ମିତା କବାସୀ,୭ଜଣ ଆଦିବାସୀ ଛାତ୍ର ଛାତ୍ରୀ ଏହି ଜାତୀୟ କରାଟେ ପ୍ରତି ଯୋଗୀତାରେ ଭାଗନେଇ ବୀଜୟ ହାସଲ କରି ୨ଟିସ୍ୱଣ୍ଣ ର୍ ,୧ଟି ରୌପ୍ୟ ଓ ୪ଟି ବ୍ରୋଚଂ ପଦକ ହାସଲକରି ଜିଲ୍ଲାର ଗୌରବ ଆଣିଦେଇଛନ୍ତି । । ସବଜୁନିୟର ବର୍ଗରେ ଦୁତିକା ଦୁରୁଆ ବିଜୟୀ ହୋଇ ସ୍ୱଣ୍ଣ ର୍ ପଦ, କନିଷ୍ଟ ବାଳିକା ବର୍ଗରେ ଶସ୍ମିତା କବାସୀ ବିଜୟୀ ହୋଇ ସ୍ୱଣ୍ଣ ର୍ ପଦକ ହାସଲକରିଥିବା ବେଳେ ସବଜୁନିୟର ବର୍ଗରେ ଅର୍ଜୁନ ଖରା ବିଜୟୀ ହୋଇ ରୌପ୍ୟ ପଦକ,ସବଜୁନିୟର ବର୍ଗରେ ରାମ ମାଡକାମି ବିଜୟୀ ହୋଇ ବ୍ରୋଚଂ ପଦକ,ସବଜୁନିୟର ବର୍ଗରେ ଦୁତିକା ଓଡି ବିଜୟୀ ହୋଇ ବ୍ରୋଚଂ ପଦକ,ସବଜୁନିୟର ବର୍ଗରେ ସାବିତ୍ରୀ ଖେମୁଡୁ ବିଜୟୀ ହୋଇ ବ୍ରୋଚଂ ପଦକ ପାଇଛନ୍ତି । ଜାତୀୟସ୍ତର ପ୍ରତି ଯୋଗୀତାରେ ୭ଜଣ ଆଦିବାସୀ ଛାତ୍ର ଛାତ୍ରୀ  ସ୍ୱଣ୍ଣ ର୍,ରୌପ୍ୟ,ବ୍ରୋଚଂ ପଦକ ପାଇ କୃତିତ୍ୱ ହାସଲକରିଥିବା  ଖବର ଜାଣିବା ପରେ ସମଗ୍ର ମାଲକାନଗିରି ଜିଲ୍ଲାକ୍ରୀଡା ପ୍ରେମୀଙ୍କ ମନରେ ଆନନ୍ଦ ଖେଳି ଯାଇଛି । ମାଲକାନଗିରି ଜିଲ୍ଲାସୁଚନା ଲୋକସଂପର୍କ ଓ ସଂସ୍କୃତି ଅଧିକାରୀ ଡ.ଗୁଣନିଧି ନାୟକ,ଡିଆରଡିଏ ଅତିରିକ୍ତପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଜିଲ୍ଲାକ୍ରୀଡା ଅଧିକାରୀ କୁଣମଣି ନିଆଲ,ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମୀର ପରିଚାଳକ ବିନାଶ କୁମାର ମିଶ୍ର,ଅଧ୍ୟକ୍ଷ ରତ୍ନାକରଦାଶ,କେ.ଦେଶୁ ରାଜା ଆଚାରୀ, ମହେଶ୍ ଛତ୍ରୀ,ରମ୍ୟରଜଂନପରିଡା,ଜୟନ୍ତି ବରୁଦା,ଚନ୍ଦ୍ରସେଖର ପୁଜାରୀ ଙ୍କ ସହିତ ଜିଲ୍ଲାବାସୀ ଏହି ବୀଜୟୀ ପ୍ରତିଯୋଗୀ ମାନଙ୍କୁ  ସ୍ୱାଗତସମ୍ବୋର୍ଦ୍ଦନା ଜଣାଇ ସେମାନଙ୍କ ସଫଳତା କାମନା କରିଛନ୍ତି । ସୁଚନା ଯୋଗ୍ୟ ଯେ ଉତରପ୍ରଦେଶ ଠାରେ ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ ଜୁଡୋ ପ୍ରତି ଯୋଗୀତାରେ ଓଡିଶା ଜୁଡୋ ଟିମ ପକ୍ଷରୁ ଅଲଓଡିଶା ମାର୍ଶଲ ଏକାଡେମୀ ର ଛାତ୍ର ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଚଂଳ ପାପରମେଟଲା ଗ୍ରାମର ଆଦିବାସୀ ବାଳକ ମାସି ହନ୍ତାଳ ଭାଗନେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.