Home ଓଡ଼ିଶା ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୁକ୍ତ ଗିରଫ

ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୁକ୍ତ ଗିରଫ

355

ବାରିପଦା,୪/୧୨ (ଓଡ଼ିଆ ପୁଅ) : ମୟୂରଭଞ୍ଜରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥମିବାର ନାମ ନେଉନାହିଁ। ରାଇରଙ୍ଗପୁର ଅଧ୍ୟାପିକାଙ୍କୁ ଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ବାରିପଦା ସଦର ଥାନା ଅଧିନରେ ଜଣେ ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ଏହି ଥାନା ଅନ୍ତର୍ଗତ ମୋହିନୀଗଞ୍ଜ ଅଞ୍ଚଳର ପୀଡ଼ିତା ବିଧବା ମହିଳା ଜଣଙ୍କ ଗତକାଲି ରାତିରେ ତାଙ୍କ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୮ଟା ସମୟରେ ଅଭିଯୁକ୍ତ ଶ୍ରୀକାନ୍ତ ମୁଖୀ(୩୫) କବାଟ ବାଡ଼େଇ ତାଙ୍କୁ ଡାକିଥିଲେ। ପୀଡ଼ିତା କବାଟ ଖୋଲିବା ପରେ ଅଭିଯୁକ୍ତ ଜୋରଜବରଦସ୍ତ ଅତର୍କିତ ଭାବେ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିବା ଆଜି ସଦର ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ମହିଳା। ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଗିରଫ କରାଯାଇଥିବା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ୍ ସୂଚନା ଦେଇଛନ୍ତି। ଏନେଇ ସଦର ଥାନାରେ କେସ୍ ନଂ-୧୬୯ ଆଧାରରେ ଦଫା ୩୭୬/୫୧୧/୫୦୬/୪୨୭/୩୨୩ ନେଇ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯିବା ନେଇ ଥାନା ଆଇଆଇସି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.