Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ୧୮୫୮ ଜଣ,...

ମାଲକାନଗିରି ଜିଲ୍ଲାରେ ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ୧୮୫୮ ଜଣ, ସୁସ୍ଥ ହେଲେ ୧୨୧୮ଜଣ

64

ମାଲକାନଗିରି, ୨୪ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି, ଆଜି ଜିଲ୍ଲାରେ ଗୋଟିଏ ଦିନରେ ୭୮ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟଙ୍କ ମଧ୍ୟରୁ ୩୨ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୧୧ଜଣଙ୍କର ରୋଗର ଲକ୍ଷଣ ଥିଲା ଓ ୩୫ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି। ମାଲକାନଗିରି ପୌରପରିଷଦ ଅଚଂଳରୁ ୨୮ଜଣ, ବାଲିମେଳା ଏନଏସି ଅଚଂଳରୁ ୧୧ଜଣ, କାଲିମେଳା ବ୍ଲକ ଅଚଂଳରୁ ଜଣେ, ମାଲକାନଗିରି ବ୍ଲକଅଚଂଳରୁ ୮ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୧୪ଜଣ, ଖଇରପୁଟ ବ୍ଲକ ଅଚଂଳରୁ ଜଣେ, ମାଥିଲି ବ୍ଲକ ଅଚଂଳରୁ ଜଣେ, ଚିତ୍ରକେଣ୍ଡା ବ୍ଲକ ଅଚଂଳରୁ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମିତ ୭୮ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୮ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୧୮ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୬୩୬ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି। ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୭୮ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି। ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି।ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳ ରେ ପ୍ରତି ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍ ନିୟମ ବଳବତର ରହିବ, ସଟ୍‌ଡାଉନ ପାଇଁ ସହରବାସୀ କିଛି ଭୟଭିତ କିମ୍ବା ଛାନିଆ ହୁଅନ୍ତୁ ନାହିଁ, କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସଟ୍‌ଡାଉନ୍ ନିୟମପାଳନ କରି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.