Home ଜିଲ୍ଲା ପରିକ୍ରମା କୁଳ ବେଉସାକୁ ଫେରୁଛନ୍ତି ଯୁବ ପିଢି

କୁଳ ବେଉସାକୁ ଫେରୁଛନ୍ତି ଯୁବ ପିଢି

116

ବାହାନଗା,୨୪ା୮(ଭାରତୀ ଦାସ / ଓଡ଼ିଆ ପୁଅ)ବାଲେଶ୍ୱର ଜିଲ୍ଲା ବାହାନଗା ଓ ରେମୁଣା ବ୍ଲକର ଯୁବ ପିଢି ମାନେ ନିଜ ନିଜ କୁଳ ବେଉସାକୁ ଫେରୁଥିବାର ନଜରକୁ ଆସୁଛନ୍ତି । କରୋନା ମହାମାରୀର ଭୟାବହତାକୁ ଆଖି ଆଗରେ ରଖି ଯେଉଁ ଯୁ ପିଢୀ ମାନେ ବାହାର ରାଜ୍ୟରେ କାମ ଧନ୍ଦା କରି ପେଟ ପୋଷୁଥିଲେ । କରୋନା ପାଇଁ ସେମାନେ ନିଜ ନିଜ ଗ୍ରାମକୁ ଫେରି ନିଜ ନିଜର କୁଳ ବେଉସା ଆପଣେଇବାରେ ଲାଗିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ରେମୁଣା ବ୍ଲକ ଜାମୁକା ମୁହାଣ ଓ ବାହାନଗା ବ୍ଲକର ଗଦେଇ ସାଗର ମତ୍ସ ଅବତରଣ କେନ୍ଦ୍ର ମାନଙ୍କରେ । ନିଜ ନିଜର କାଠି ଜାଲ ନିଜେ ଧରି ନିଜର ପରିବାର ପୋଷଣ କରିବା ପାଇଁ ମାଛ ଧରିବା ପାଇଁ ଧାଇଁ ଯାଉଛନ୍ତି ସମୁଦ୍ରକୁ । କେହି କେହି ନିଜର ବାପା ଜେଜେବାପଙ୍କର କୌଳିକ ବୃତ୍ତିକୁ ବଞ୍ଚାଇବାକୁ ମାଳ ଜାଲ ଧରି ମଧ୍ୟ ସମୁଦ୍ରକୁ ଯାଉଛନ୍ତିତ କେହି ବୋଟରେ ଜାଲ ଭାଗ କରି ମଧ୍ୟ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି । କେହି କେହି ମଧ୍ୟ ମାଛ ବ୍ୟବସାୟରେ ମାତିଥିବାର ଦେଖା ଯାଇଛି । ଯହା ସେଥିରୁ ଅର୍ଥ ଉପାର୍ଜନ କରୁଛନ୍ତି ଚଳାଇ ନେଉଛନ୍ତି ସେମାନଙ୍କର ପରିବାର । ଯଦି ସେମାନଙ୍କୁ ଆଗାମୀ ଦିନରେ ସରକାରଙ୍କ ତରଫରୁ ପ୍ରତ୍ସାହନ ରାଶି ଯୋଗାଇ ଦିଆଯାଆନ୍ତା ସେମାନେ ମଧ୍ୟ ବାହାର ରାଜ୍ୟକୁ ନଯାଇ କିଛି କରି ପାରନ୍ତେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.