Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ପୁଲିସର ସଫଳତା,ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଗୋଳାବାରୁଦ ଜବତ

ମାଲକାନଗିରି ଜିଲ୍ଲା ପୁଲିସର ସଫଳତା,ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଗୋଳାବାରୁଦ ଜବତ

108

ମାଲକାନଗିରି,୨୪ା୮ (ଓଡିଆ ପୁଅ ) ମାଓବାଦୀ ପୁଲିସର ଛକାପଝାଂ ଲୁଚକାଳି ଖେଳ ମଧ୍ୟରେ ଆଜି ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ଗତ ଦୁଇଦିନ ହେଲା ମାଲକାନଗିରି ଡିଭିଏଫ ,ବଡିଗେଟା ବିଏସଏଫ କ୍ୟାମ୍ପର ଯବାନ ମାନେ କାଲିମେଳା ଥାନାସ୍ଥ କୁରୁପ,ସୁଧାକୋଣ୍ଡା,ଏଲକାନୁର,ଜଙ୍ଗଲରେ କମ୍ବିଅପରେସନ କରୁଥିବା ସମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କର ବନ୍ଧୁକ କାରଖାନା ଠାବ କରିଛନ୍ତି । ଏକ ଗୁପ୍ତସ୍ଥାନରେ ଡମ୍ପି ହୋଇ ରହିଥିବା ୧୨ବୋର ବନ୍ଧକର କ୍ୟାଟେରିିିିିିିିିିିିିିିିିିିିିିିିିିିିିିଜ ୪୮ଟି କ୍ୟାପ,୧୨ବୋର ବନ୍ଧୁକ ର ଆମିନେସନ ୧୨ବୋର ଆମୁନେସନ ୨ଟି,ଡେଟୋନେଟର ୯୩ଟି ,ଗ୍ୟାସସିଲିଣ୍ଡର ୨ଟି,ଲେଦମେସିନ ୧ଟି,ଗ୍ୟାସଓଲଡିଂ ସିଲିଣ୍ଡର ୧ଟି,ବନ୍ଧୁକ ନଳିପାଇଁ ଲୁହାପାଇପ ଓ ପବିପୁଳପରିମାଣର ଅତ୍ୟାଧୁନିକ ବନ୍ଧୁକ ତିଆରି ସାମଗ୍ରୀ,ମାଓବାଦୀଙ୍କ ପୁସ୍ତକ କୁ ପୁଲିସ ଜବତ କରିଛି । ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରିଶିକେଶ ଡି, ଖିଲାରୀ ଜବତ ସାମଗ୍ରୀ ଗୁଡିକୁ ପ୍ରଦର୍ଶନକରି କହିଥିଲେ ମାଲକାନଗିରି ଜିଲ୍ଲାପୁଲିସ,ବିଏସଏଫ ଯବାନ, ଏସଓଜି, ଡିଭିଏଫ ଯବାନ, ମିଳିତ ଭାବେ ମାଓଅପରେସନ ଚାଲିଛି, ଦୁର୍ଗମ ଅପହଁଚ ମାଓପ୍ରବଣ ଇଲାକା ଗୁଡିକରେ ସର୍ଚଅପରେସନ କରାଯାଇ ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ଲୁଚାଇରଖିଥିବା ବନ୍ଧୁକ ତିଆରି ସାମଗ୍ରୀ,ଗୋଳାବାରୁଦ,ମାଓସାମଗ୍ରୀ ଜବତ କରିବାରେ ପୁଲିସ ସଫଳ ହୋଇଛି, କୌଣସି ଏକ ବଡଧରଣର ମାଓହିଂସକାଣ୍ଡ ଘଟାଇବା ପାଇଁ ମାଓବାଦୀ ମାନେ ଯୋଜନା କରୁଥିଲେ ,ଏହି ସାମଗ୍ରୀ ଜବତ ହୋଇ ଯିବାପରେ ସେମାନଙ୍କ ହିଂସାକାଣ୍ଡର ଯୋଜନା ପଣ୍ଡ ହୋଇଯାଇଛି ମାଓପ୍ରବଣ ଅଚଂଳରେ ନିୟମିତ ଭାବେ ମାଓଦମନ କାର୍ଯ୍ୟଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.