Home ଓଡ଼ିଶା ମାଲକାନଗିରି ଜିଲ୍ଲାପ୍ରଶାସନ ଓ ୟୁନିସେଫ ପକ୍ଷରୁ କରୋନା ସଚେତନତା ରଥ ଉଦଘାଟିତ

ମାଲକାନଗିରି ଜିଲ୍ଲାପ୍ରଶାସନ ଓ ୟୁନିସେଫ ପକ୍ଷରୁ କରୋନା ସଚେତନତା ରଥ ଉଦଘାଟିତ

34

ମାଲକାନଗିରି,୬ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଳାପ୍ରଶାସନ,ଓଡିଆ ଭାଷା,ସାହିତ୍ୟ ସଂସ୍କୃତି ଭିଭାଗ,ସୂଚନା ଲୋକ ସଂପର୍କ ବିଭାଗ ଓ ୟୁନିସେଫ ସଂସ୍ଥା ମିଳିତି ଉଦ୍ୟମରେ ଆଜି ଜିଲ୍ଲାପାଳହ୍‌କ କାର୍ଯ୍ୟାଳୟ ଠାରେ କରୋନା ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରି ବ୍ୟାପିବାକୁ ଲାଗିଥିବାରୁ ଜିଲ୍ଲାବାସୀ କରୋନା ମହାମାରି ଠାରୁ କିପରି ସୁରକ୍ଷିତ ହେବେ ସେନେଇ ଆଜି ଏକ କରୋନା ସଚେତନତା ରଥକୁ ଉପ ଜିଲ୍ଲପାଳ ରାମେଶ୍ୱର ପ୍ରଧାନ ସବୁଜ ପତାକ ଦେଖାଇ ଉଦଘାଟନକରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରା ଡାକ୍ତର ପ୍ରଫୁଲ କୁମାର ନନ୍ଦ, ଜିଲ୍ଲାସୂଚନା ଲୋକ ସଂପର୍କ ଅଧିକାରୀ ସ୍ନିଗ୍ଧାରାଣି ଚୌଧୂରୀ,ଆଦିବାସୀ ନେତା ଘେନୁ ମୁଦୁଲି,ୟୁନିସେଫ ଜିଲ୍ଲା ସଂଯୋଜକ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗର ହରେକୃଷ୍ଣକିର୍ତନିୟା,ରଂଜନ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରଥ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକ ପରିକ୍ରମା କରି କୋଭିଡ ନିୟମ ପାଳନ କରି ମାସ୍କପରିଧାନ କରିବା ସାମାଜିକ ଦୂରତା ଅବଲମ୍ବନ କରିବା, କରୋନା କଟକଣା ମାନିବା ଓ କରୋନା ମାହାମାରିରୁ କିପରି ସୁରକ୍ଷିତ ରହିବେ ସେନେଇ ଗାଁ କୁ ଗାଁ ପରିକ୍ରମା କରି ମାସ୍କ ସନିଟାିଜର ବାଟିଂବା ସହ ଜନ ସଚେତନତାର ବାର୍ତାଦେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.