Home କଟକ ସାଲେପୁର ଶିଶୁଆ ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷତି

ସାଲେପୁର ଶିଶୁଆ ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷତି

57

ସାଲେପୁର, ୦୬/୦୬ (ଓଡ଼ିଆ ପୁଅ/ଅଭୟ ଜେନା) ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ତିନିବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ଏହି ଅଗ୍ନି କାଣ୍ଡରେ  ଚାରୋଟି ପରିବାର ବହୁମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛନ୍ତି। ଜିତେନ୍ଦ୍ର ନାଥ ଶର୍ମା, ଦେବେନ୍ଦ୍ର ନାଥ ଶର୍ମା, ଶ୍ୟାମ ସୁନ୍ଦର ନାଥ,  ବିଶ୍ୱଜିତ ନାଥଙ୍କ ଘର ସମ୍ପୂର୍ଣ୍ଣପୋଡି ଯାଇଛି। ଘରେ ଚୁଲିରେ ରୋଷେଇକରି ଖାଇ ଶୋଇଥିବା ସମୟରେ ହଠାତ ଝଡି ପବନବର୍ଷା ଆସିଥିଲା।ଚୁଲିରୁଜଳନ୍ତା ପାଉଁଶ ଉଡିଯାଇ ଘରେ ଲାଗିଥିବା ର ଅନୁମାନ କରାଯାଉଛି।, ପବନ ଝଡି ଏତେମାତ୍ରାରେ ହୋଇଥିଲା ଯେ ଅଗ୍ନିଶମଗାଡି ଆସିଲା ବେଳକୁ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିଲା।ଏହି ଅଗ୍ନି କାଣ୍ଡ ରେ ଲକ୍ଷା ଧିକ ଟଙ୍କା ର ଜିନିଷପୋଡି ଯାଇଥିବାବେଳେ ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାସ ଦୁଃଖ ପ୍ରକାଶ କରି ଅଗ୍ନିବିପନ୍ନ ପରିବାର ଙ୍କୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.