Home Coronavirus Outbreak ଲୋକସେବା ଭବନରେ ‘କରୋନା’ ମୁକାବିଲା ଆଲୋଚନା – ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା ଉପରେ...

ଲୋକସେବା ଭବନରେ ‘କରୋନା’ ମୁକାବିଲା ଆଲୋଚନା – ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା ଉପରେ ଗୁରୁତ୍ବାରୋପ

219

ଭୁବନେଶ୍ୱର ୧୮-୩ (ଓଡ଼ିଆ ପୁଅ) ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏବଂ ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ, DRDA ପ୍ରକଳ୍ପ ନିର୍ଦ୍ଦେଶକ ତଥା ୩୧୪ ବ୍ଲକ୍ ର ବିଡ଼ିଓମାନଙ୍କ ସହ ଆଲୋଚନା କରି ଜିଲ୍ଲା ଏବଂ ଗ୍ରାମାଞ୍ଚଳରେ କରୋନାର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଲୋକମାନଙ୍କ ଭିତରେ ସଚେତନତା ଆସିଲେ କରୋନାକୁ ହରାଇବା ସହଜ ହେବ। କରୋନା ସଂପର୍କିତ ରାଜ୍ୟ ସରକାରଙ୍କ ବିଭିନ୍ନ ପରାମର୍ଶ, ନିର୍ଦ୍ଦେଶାବଳୀ ସଂପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପରାମର୍ଶ ଦେଇଥିଲେ।

ଏହି ଭିଡିଓ ଆଲୋଚନା ସମୟରେ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା, ପେନ୍ସନ୍ ଓ ରାସନ ସାମଗ୍ରୀ ଆଦି ପ୍ରଦାନ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାବ୍ୟତୀତ ଅଙ୍ଗନବାଡୀରେ ପିଲାମାନଙ୍କ ପାଖରେ ଆଗୁଆ ଶୁଖିଲା ଖାଦ୍ୟ ପହଞ୍ଚାଇବା ଏବଂ ANM ଓ ଆଶାକର୍ମୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷଧ ପହଞ୍ଚାଇବା ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା।

କରୋନାର ମୁକାବିଲା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବିଜୁଳି, ପାଣି, ଶୌଚାଳୟ ଏବଂ ବିଦ୍ୟୁତ back up ସୁବିଧା ଥିବା ଏକ ନିର୍ଦ୍ଦିଷ୍ଟ ଘରକୁ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକସ୍ଥଳେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବରେ ବ୍ୟବହାର କରାଯିବ। ଏଥିପାଇଁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁମୋଦନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.