Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି,ନୂତନ ଜିଲ୍ଲାପାଳ ଭାବେ ଡ.ଓ୍ୟାଇ ବିଜୟ ଙ୍କୁ ଦାଇତ୍ୱ

ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି,ନୂତନ ଜିଲ୍ଲାପାଳ ଭାବେ ଡ.ଓ୍ୟାଇ ବିଜୟ ଙ୍କୁ ଦାଇତ୍ୱ

28

ମାଲକାନଗିରି,୧୬ ।୧୧ (ଓଡିଆ ପୁଅ ) ମାନ୍ୟବର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ପୁଲିସ ହତ୍ୟାମାମଲା ରୁଜୁକରିବା ପରେ ଆଜି ସକାଳୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କୁ ରାଜ୍ୟସରକାର ବଦଳି କରିଦେଇ ତାଙ୍କ ସ୍ଥାନରେ ନୂତନ ଜିଲ୍ଲାପାଳ ଭାବେ ଡ. ଓ୍ୟାଇ.ବିଜୟ ଙ୍କୁ ନିଯୁକ୍ତି ଦିଆଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ର ଉପସଚିବ ଭାବେ ବଦଳି କରାଯାଇଥିବା ବେଳେ ଓରେଡା ର ରାଜ୍ୟମୁଖ୍ୟ ନିର୍ବାହି ଡ.ଓ୍ୟାଇ ବିଜୟଙ୍କୁ ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆ ଯାଇଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଗତ ଡିସେମ୍ବର ମାସ ୨୭ତାରିଖରେ ମାଲାକନଗିରି ଜିଲ୍ଲାପାଳ ଙ୍କ ପିଏ ଦେବନରାୟଣ ପଣ୍ଡା ଅଫିସକୁ ଯାଇ ଘରକୁ ଫେରିନଥିଲେ ବହୁଥ ଖୋଜା ଖୋଜି କଲାପରେ ଗତ ୨୮ତାରିଖରେ ସ୍ଥାନୀୟ ସତୀଗୁଡା ଜଳଭଣ୍ଡାରରୁ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଶରୀର କୁ ପୁଲିସ ଉଦ୍ଧାର କରି ଏକ ଉପମୃତ୍ୟୁ ମାମଲା ରୁଜୁକରିଥିଲେ । ଏହା ଆତ୍ମହତ୍ୟା ନୁହଁ ତାଙ୍କ ସ୍ୱାମିଙ୍କୁ ସଡ ଯନ୍ତ୍ରକରା ଯାଇ ହତ୍ୟାକରା ଯାଇଛି ଏଥିପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ତିନିଜଣ କର୍ମଚାରୀ ଦାୟୀ ବୋଲି ଶ୍ରୀ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ଥାନାରେ ଏତଲା ଦେଇଥିଲେ । ତଦନ୍ତରେ ବିଳମ୍ବ ହେବାରୁ ଜିଲ୍ ଲାକଂଗ୍ରସ ଦଳ ଓ ପୁବ ର୍ତନ ସାସଂଦ ପ୍ରଦୀପ ମାଝି ଜିଲ୍ଲାପାଳଙ୍କୁ ଗିରଫ କରାଯାଉବୋଲି ଦାବି କରି ଜିଲ୍ଲାପାଳଙ୍କ କୁଶପୁତଳିକା ଦାହ କରିବା ସହ ଧାରଣାରେ ବସିଥିଲେ । ତଦନ୍ତରେ ବିଳମ୍ବ ହେବାରୁ ଶ୍ରୀପଣ୍ଡାଙ୍କ ପତ୍ନୀ ବାଧ୍ୟହୋଇ ମାଲକାନଗିରି ଏସଡିଜେଏମ କୋର୍ଟରେ ଗତ ସପ୍ତାହରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ଓ ତାଙ୍କ କାର୍ଯ୍ୟାଳୟର ଭି.ବେଣୁ,ପି.କେ.ସ୍ୱାଇଁ,ବି.ପାଣିଗ୍ରାହୀ ତିନିଜଣ କର୍ମଚାରୀଙ୍କ ନାମରେ ହତ୍ୟାଅଭିଯୋଗ ଆଣି ଥିଲେ , ଅଦାଲତ ତାଙ୍କ ମାମଲା ଟିକୁ ଗ୍ରହଣ କରି ମାଲକାନଗିରି ଥାନା ଅଧିକାରୀ ଙ୍କୁ ଏହି ଘଟଣାଟିକୁ ଗୁରୁତ୍ୱ ଦେଇ ବିଧିବଧ ଭାବେ ତଦନ୍ତ କରି ଆସନ୍ତା ୨୪ତାରିଖ ମଧ୍ୟରେ ଅଦାଲତ କୁ ବିବରଣି ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟର ତିନିଜଣ କର୍ମଚାରୀଙ୍କ ନାମରେ ହତ୍ୟାମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି , ୪ଜଣଙ୍କ ନାମରେ ମାଲକାନନଗିରି ଥାନା କେସ ନମ୍ବର ୪୦୧/୨୦୨୦ , ଅଣ୍ଡର ସେକ୍ସନ ୩୦୨/୫୦୬/୧୨୦ବି / ୩୪ ଦଫାରେ କେସ ରୁଜୁକରା ଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ପରେ ନବରଙ୍ଗପୁର ପୁବ ର୍ତନ ସାସଂଦ ବଳଭଦ୍ର ମାଝି ତାଙ୍କ ପ୍ରତି କ୍ରିୟାରେ କହିଛନ୍ତି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତଶରୀର ରହସ୍ୟଜନକ ଅବସ୍ଥାରେ ସତିଗୁଡା ଜଳଭଣ୍ଡାର ରୁ ଉଦ୍ଧାର ହେବା ଘଟଣାର ବିଧିବଦ୍ଧ ଭାବେ ତଦନ୍ତ ନହେବାରୁ ତାଙ୍କ ପତ୍ନୀ ଅଦାଲତର ଦ୍ୱାରାସ୍ଥ ହେବା ପରେ କୋର୍ଟର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ନାମରେ ହତ୍ୟା ମାମଲା ରୁଜୁ ହେଲା, ଜଣେ ସରକାରି କର୍ମଚାରିଙ୍କ ମୃତ୍ୟୁଘଟଣାର ତଦନ୍ତ ଠିକ ଭାବେ କରାଯାଉନାହିଁ ତାହେଲେ ଜମେ ସାଧାରଣ ନାଗରିକ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ଠାରୁ କିପରି ନ୍ୟାୟପାଇବ ଏଥିରୁ ହିଁ ଜଣାପଡୁଛି ।ଜିଲ୍ଲାପାଳଙ୍କ ବଦଳି ବିଳମ୍ବ ହେଲେ ମଧ୍ୟ ମାଲକାନଗିରି ଜିଲ୍ଲାବାସୀଙ୍କର ଜୟ ହୋଇଛି ବୋଲି ପୁବ ର୍ତନ ସାସଂଦ ଶ୍ରୀମାଝୀ ଏକ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.