Home ଅନୁଗୁଳ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତାଳଚେରରେ ଜାତୀୟ ପ୍ରେସ୍ ଦିବସ ପାଳିତ

ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତାଳଚେରରେ ଜାତୀୟ ପ୍ରେସ୍ ଦିବସ ପାଳିତ

41

ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ବେଳେ ସୁସ୍ଥ ସମାଜ ଗଠନ ପାଇଁ ସାମ୍ବାଦିକମାନେ ନିର୍ଭିକ ହେବା ଆବଶ୍ୟକ ବୋଲି ତାଳଚେର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରେସ୍ କ୍ଲବ୍ ଠାରେ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଣତନ୍ତ୍ରରେ ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାକୁ ସଠିକ୍ ଭାବେ ଉପସ୍ଥାପିତ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ତାଳଚେର ବ୍ଳକ୍‌ର ଅଧ୍ୟକ୍ଷ ବୃନ୍ଦାବନ ବେହେରା,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ,ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର ଯୋଗ ଦେଇ ନିଜର ଲେଖନୀ ଚାଳନା ମାଧ୍ୟମରେ ବିଭିନ୍ନ ଦୋଷ ତୃଟିକୁ ଦର୍ଶାଇବା ସହିତ ତାଳଚେରର ସମସ୍ୟା ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରୁଥିବା ଯୋଗୁଁ ଅନେକ ଅଭାବ ଅସୁବିଧା ପୂରଣ ହୋଇପାରୁଛି ବୋଲି ପ୍ରକାଶ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରତି ସରକାର ଯତ୍ନବାନ ହେବାକୁ ମତପୋଷଣ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଡକ୍ଟର ରଶ୍ମିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରେସ୍ ଦିବସ କାର୍ଯ୍ୟକ୍ରମରେ ଉପସଭାପତି ଦୀପକ ପ୍ରଧାନ ମଂଚ ସଂଚାଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତପନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପ୍ରେସ୍ କ୍ଲବର ପ୍ରତିଷ୍ଠାତା ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଗଣମାଧ୍ୟମ ସଂପର୍କିତ ଏହି ଆଲୋଚନାଚକ୍ରରେ ଓକିଲ,ବୁଦ୍ଧିଜୀବୀ,ସମାଜସେବୀ, ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ତଥା ବିିଭିନ୍ନ ଅନୁଷ୍ଠାନର କର୍ମକର୍ତାଗଣ ଯୋଗ ଦେଇଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ୨ ମିନିଟ୍ କାଳ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.