Home ଜିଲ୍ଲା ପରିକ୍ରମା ସହୀଦ ଯବାନ ଙ୍କ ପରିବାର ସହିତ ନିଆରା ଢଙ୍ଗରେ ମହାଶ୍ୱରୀ ଯୁବା ସଙ୍ଗଠନ ପାଳିଲେ ଦୀପାବଳି...

ସହୀଦ ଯବାନ ଙ୍କ ପରିବାର ସହିତ ନିଆରା ଢଙ୍ଗରେ ମହାଶ୍ୱରୀ ଯୁବା ସଙ୍ଗଠନ ପାଳିଲେ ଦୀପାବଳି ଉତ୍ସବ

74

ମାଲକାନଗିରି,୧୬ ।୧୧ (ଓଡିଆ ପୁଅ )ମାଲକାନଗିରି ମହାଶ୍ୱରୀ ଯୁବା ସଙ୍ଗଠନ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ଦୀପାବଳି ଉତ୍ସବ । ଜାମୁ ଓ କାଶ୍ମିର ରେ ଆତଙ୍କ ବାଦିଙ୍କ ସହିତ ଲଢି ସେମାନଙ୍କ ଗୁଳିରେ ମାଲକାନଗିରି ର ଯୁବକ ରମେଶ ହାଲଓ୍ୟା ସହିଦ ହୋଇଥିଲେ । ଠିକ ସେହିପରି ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ପଚାଂୟତର ଜୟରାମ କବାସୀ ମାଓବାଦୀଙ୍କ ସହିତ ଲଢି ସହିଦ ହୋଇଥିଲେ । ମାହାଶ୍ୱରୀ ଯୁବା ସଙ୍ଗଠନ ର କର୍ମାକର୍ତା ମାନେ ଏହି ଦୁଇପିରବାର ଙ୍କ ଘରକୁ ଯାଇ ସହିଦ ପରିବାରଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହ ସହିଦ ଯବାନ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ଜାଳି ଶ୍ରଦ୍ଦାଜଂଳୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସମାଜ ସେବୀ ବିନୋଦ ତାଓ୍ୟାରୀ, ରାହୁଲ ତାଓ୍ୟାରୀ ,ଦେବବ୍ରତ ସନା ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.