Home ଓଡ଼ିଶା କରୋନା ଭୂତାଣୁ ଠାରୁ ରକ୍ଷାପାଇବା ପାଇଁ ମାଲକାନଗିରି ସହରରେ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ 

କରୋନା ଭୂତାଣୁ ଠାରୁ ରକ୍ଷାପାଇବା ପାଇଁ ମାଲକାନଗିରି ସହରରେ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ 

340

ମାଲକାନଗିରି,୧୧ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା କାୟା ମେଲିଥିବା ବେଳେ ତାର ଭୁତାଣୁଠାରୁ ମୁକ୍ତରହିବା ପାଇଁ ମାଲକାନଗିରି ସହରରେ ଆଜି ଠାରୁ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅଗ୍ନିଶମ ଅଧିକାରୀ ସରୋଜକୁମାର ବେହେରା ଙ୍କ ନେତୃତ୍ୱରେ ମାଲକାନଗିରି ଅଗ୍ନିଶିମ ବିଭାଗ କର୍ମଚାରୀ ମାନେ ଦମକଳ ସହାୟତାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଉପକାରାଗାର, ମାଲକାନଗିରି ଆଦର୍ଶ ଥାନା ଭିତର ଓ ବାହାର କୁ ବିଶୋଧିତ କରିଛନ୍ତି । ଏକଶହ ଲିଟର ପାଣିରେ ଏକ ଲିଟର ସୋଡିୟମ ହାଇପୋ କ୍ଲୋରାଇଡ କେମିକାଲ ମିଶ୍ରଣକରା ଯାଇ ସ୍ପ୍ରେ କାରଯାଉଛି, ଏହା ଦ୍ୱାରା ଘରେ ବାହାରେ ଲୁଚିରହିଥିବା ନାନା ପ୍ରକାର ଜୀବୁଣୁ,ଭୂତାଣୁ ନିପାତ ହୋଇଯିବେ, ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ ତିନୋଟି ସ୍ଥାନରେ ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି, ପରବର୍ତି ସମୟରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ଅନ୍ୟାନ ସ୍ଥାନରେ ଏହି ବିଶୋଧନ କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.