Home ଜିଲ୍ଲା ପରିକ୍ରମା ମାଲକାନଗିରି ଏସପି ଙ୍କ ନିକଟରେ ୩ ହାର୍ଡକୋର ମାଓବାଦୀ ଙ୍କ ଆତ୍ମସମର୍ପଣ

ମାଲକାନଗିରି ଏସପି ଙ୍କ ନିକଟରେ ୩ ହାର୍ଡକୋର ମାଓବାଦୀ ଙ୍କ ଆତ୍ମସମର୍ପଣ

46

ମାଲକାନଗିରି,୩୧ା୩ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯାଳୟ ଠାରେ ଏସପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆନ୍ଦ୍ର ଓଡିଶା ବୋର୍ଡ ଜୋନାଲ କମିଟିର ୩ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ବାଶାଗୁଡା ଥାନାସ୍ଥ ଚିନ୍ତେରାମ ଗ୍ରମର ସମ୍ଭୁଦୋଡି ଓରଫ ମାଇନୁ(୨୫) ଓ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା କରନାଲ ଗ୍ରାମର ରାମା ଅପକା(୨୫)ଗତ ୨୦୦୯-୧୦ ମସିହାରେ ଜାଗୁରକୋଣ୍ଡା ମାଓସଂଗଠନରେ ଯୋଗଦେଇ ୨୦୧୦ ମସିହାରେ ନାରାୟଣପାଟଣା ଓ ଆନ୍ଦ୍ର ଓଡିଶା ବୋର୍ଡର ଜୋନାକମଟି ମେମ୍ବର ଭାବେ ସ୍ୱାଭିମାନ ଅଚଂଳରେ ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ । ଏହି ଦୁଇ ହାର୍ଡକୋର ମାଓବାଦୀଙ୍କ ନାମରେ ରାଜ୍ୟସରକାର ୪ଲକ୍ଷ ଲେଖା ଟଙ୍କା ପୁରସ୍କାର ରାସି ଘୋଷଣା କରିଥିଲେ । ଠିକ ସେହିପରି ଅନ୍ୟଜଣେ ମାଓବାଦୀ ହେଲେ ମାଲକାନଗିରି ଜିଲ୍ଲା ସ୍ୱାବିମାଂନ ଅଚଂଳ ଜୋଡାମ୍ବ ଥାନାସ୍ଥ ବେଜିଂ ଗ୍ରାମର ରଘୁଖରା(୨୧) ସେ ଗତ୨୦୧୭ ମସିହାରେ ଆନ୍ଦ୍ର ଓଡିସା ବୋର୍ଡ ଜାନାଲ କମଟି ଗୁମ୍ମା ମାଓସଂଗଠନ ରେ ଏସିଏମ ଭାବେ ଯୋଗଦେଇ ଅନେକ ମାଓହିଂସାରେ ଜଡିତ ଥିଲେ,ତାଙ୍କ ନାମରେ ରାଜ୍ୟସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାସି ଘୋଷଣା କରିଛନ୍ତି । ଏହି ତିନିଜଣ ଆନ୍ଦ୍ର କ୍ୟାର୍ଡର ମାଓବାଦୀଙ୍କ ଅତ୍ୟାଚାର ସହିନପାରି ସଂଗଠନ ଛାଡି ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଗୁରୁପ୍ରୀୟା ସେତୁ ହେବାପରେ ୪ଟି ବିଏସଏଫ କ୍ୟାମ୍ପ,ପୁଲିସ ଥାନା ହେବାରୁ ପୁଲିସର ଛାଉଣୀରେ ବିକାଶର ବାଟ ଫିଟି ଯାଇ ଅପହଁଚ ଇଲାକାରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତ୍ୱାରାନିତ ହେବାକୁ ଲାଗିବା ସହ ସେମାନେ ପୁଲିସର ଆତ୍ମସମର୍ପଣ ନିତିରେ ସାମିଲ ହୋଇ ସଂଗଠନ ଛାଡିଦଲେ ବୋଲି କହିଛନ୍ତି । ତାଙ୍କ ଗାଁଟି ମାଓପ୍ରବଣ ଅଚଂଳରେ ହୋଇଥିବାରୁ ମାଓବାଦୀଙ୍କ ମିଥ୍ୟା ପ୍ରଲୋଭନରେ ପ୍ରଭାବିତ ହୋଇ ଓ ଡରରେ ସେମାନଙ୍କ ସଂଗଠନରେ ମିଶିଥିଲେ ,ବହୁବର୍ଷ ଆଗରୁ ନକ୍ସଲ ଓ ମାଓବାଦୀମାନଙ୍କ ଗରିବ ନିସ୍ପେସିତ ଦଳିତ ଲୋକମାନଙ୍କ ସେବା ଓ ସାହୁକାରଙ୍କ ଶୋଷଣରୁ ମୁକ୍ତ କରିବା ଯେଉଁ ସତ୍ ଚିନ୍ତାଧାରା ଥିଲା ତାହା ଆଜି ଆଉନାହିଁ,କଥା କଥା କେ ହାଣକାଟ ଲୁଟତରାଜ ଚାଲିଛି,ଓଡିଶା କ୍ୟାର୍ଡର ଆନ୍ଦ୍ର କ୍ୟାର୍ଡର ମଧ୍ୟରେ ପାତରଅନ୍ତ ନିତି,ତଳୁଆ କ୍ୟାର୍ଡର ମଲିସିଆ ସଦସ୍ୟ ଙ୍କ ଉପରେ ନାନା ପ୍ରକାର ନିର୍ଯ୍ୟାତନା ଦେଇଥାନ୍ତି,ଚାନ୍ଦା ଆଦାୟ,ଆକ୍ରମଣ କିମ୍ବା ଅପରେସନରେ ତଳୁଆ କର୍ମି ମାନଙ୍କୁ ଆଗକୁ ରଖି ବଡ ବଡ କ୍ୟାର୍ଡର ମାଓବାଦୀ ମାନେ ପଛରେ ରହି ଫାଇଦା ନେଉଥିବା ବେଳେ ପ୍ରଥମେ ଛୋଟକ୍ୟାର୍ଡର ମିଲିସିଆ ସଦସ୍ୟ ମାନେହିଁ ବଳିପଡିଥାନ୍ତି । ଏବେ ମାଓ ସଂଗଠନର ନିତି ବଦଳି ହତ୍ୟା,ଲୁଟ ଅପହରଣ ଭଳି ହିସାଂକାଣ୍ଡ ଚାଲିଥିବା ଓ ସେହି ଦିନ ଠାରୁ ଏମାନଙ୍କ ମନରେ ବିଦ୍ରୋହ ଜାତ ହେଲା, ସେମାନେ କେମିତ ସଙ୍ଗଠନ ଛାଡିବେ ସେଥିପାଇଁ ବାଟ ଖୋଜୁଥିଲେ, କ୍ୟାର୍ଡର ମାଓବାଦୀ ମାନଙ୍କ ନିର୍ଯ୍ୟାତନା ସହି ନପାରି ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମ ସମର୍ପଣ କରି ସାଧାରଣ ମଣିଷପରି ଜୀବନ ଯାପନ କରିବି ବୋଲି ଆତ୍ମସମର୍ପଣ କରିଥିବା ତିନି ମାଓବାଦୀ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଆଉ ମାଓବାଦୀ ସଙ୍ଗଠନକୁ ନ ଯାଇ ସେମାନେ ସାଧାରଣ ନାଗରିକ ଭାବେ ଗାଁରେ ରହି ଚଳିବାକୁ ଚାହିଁଲେ, ମାଲକାନଗିରି ଜିଲ୍ଲାର ଅନେ ମାଓବାଦୀ ମାନେ ମାଓବାଦୀ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାରୁ, ଆତ୍ମସମମର୍ପଣ ମାଓବାଦୀ ଙ୍କୁ ଓଡିଶା ସରକାର ସମସ୍ଥ ସୁବିଧା ସୁଯୋଗ ଦେଇ ରୋଜଗାର କ୍ଷମ ବ୍ୟବସ୍ଥାକରୁଥିବାର ଜଣିପାରି ସେମାନେ ମଧ୍ୟ ମାଲକାନଗିରି ପୁଲିସ ସହିତ ଯୋଗ ଯୋଗକରି ଆଜି ମାଲକାନଗିରି ଏସପି ଅଫିସକୁ ଆସି ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆଜି ଜିଲ୍ଲାପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଆତ୍ମସମର୍ପଣ କରିଥିବା ମାଓବାଦୀ ଙ୍କୁ ପ୍ରଦର୍ଶିତ କରି ତାଙ୍କର ହିସଂକାଣ୍ଡର କାର୍ଯ୍ୟ ବଳି ସଂପର୍କ ରେ ସୁଚନା ଦେଇଥିଲେ,ରାଜ୍ୟସରକାର ଙ୍କ ମାଓବାଦୀ ଆତ୍ମସମର୍ପଣ ନିତୀ ଅନୁସାରେ ଏହି ଦୁଇ ମାଓବାଦୀଙ୍କୁ ସରକାରି ନିୟମ ଅନୁଯାଇ ସମସ୍ଥପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ଏସପି ପ୍ରକାଶ କରିଛନ୍ତି । ଏହି ଆତ୍ମସମର୍ପଣ ସମୟରେ ବିଏସଏଫ ଡିଆଇଜି ,କମାଣ୍ଡେଟଂ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.