Home କେନ୍ଦୁଝର ଶ୍ୱଶୁର ଘରୁ ବୋହୁ ଫେରାର

ଶ୍ୱଶୁର ଘରୁ ବୋହୁ ଫେରାର

157

ହାଟଡ଼ିହି, ୩୧ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବାହାଘର ମାତ୍ର ମାସେ ହୋଇଛି ହେଲେ ଶ୍ୱଶୁରଘର ମୁହଁରେ ଚୁନକାଳି ବୋଳି ବୋହୁ ଫେରାର ହୋଇଯାଇଛି । ଏପରି ଏକ ଘଟଣା ଘଟିଯାଇଛି ନନ୍ଦିପଦା ଥାନା ଅକରୁଆ ପଞ୍ଚାୟତର ଘୋଷରାପଦା ଗ୍ରାମରେ । ଗ୍ରାମର ତାରାକାନ୍ତ ବାରିକ ଗତ ୨୪/୨/୨୦୨୧ରେ ବନ୍ତ ଥାନା ମାଳତିରା ଗ୍ରାମର କାଶିନାଥ ପଢ଼ିହାରୀଙ୍କ ଝିଅ ସ୍ୱର୍ଣ୍ଣଲତାକୁ ବୈଦିକ ରୀତିରେ ବିବାହ କରିଥିଲା । ଗତ ୨୯ରାତିରେ ସମସ୍ତେ ଘରେ ଖାଇପିଇ ଶୋଇ ସାରିବାପରେ ବୋହୁ ସ୍ୱର୍ଣ୍ଣଲତା କେଉଁଆଡେ ଫେରାର ହୋଇଯାଇଥିଲା । ସକାଳୁ ଉଠି ବୋହୁ ନଥିବା ସମସ୍ତେ ଜାଣିବାକୁ ପାଇଥିଲେ । ଏପରିକି ବୋହୁ ଆଣିଥିବା ସମସ୍ତ ଗହଣାପତ୍ର, ନଗଦ ୩୭ହଜାର ଟଙ୍କା ଓ ଲୁଗାପଟା ମଧ୍ୟ ସାଙ୍ଗରେ ନେଇଯାଇଛି । ପରିବାର ଲୋକେ ଏହା ଜାଣିବାପରେ ଝିଅର ବାପଘର ସମେତ ଅନେକ ଆଡେ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ନମିଳିବାରୁ ତାରାକାନ୍ତ ବାରିକଙ୍କ ବାପା ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.