Home ଓଡ଼ିଶା ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଗଞ୍ଜେଇ ଓ ଟ୍ରକ ଜବତ  ୬ ଅଭିଯୁକ୍ତ ଯୁବକ...

ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଗଞ୍ଜେଇ ଓ ଟ୍ରକ ଜବତ  ୬ ଅଭିଯୁକ୍ତ ଯୁବକ ଜେଲ ଗଲେ

84

ନୟାଗଡ/୩୧/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରେ ନୂତନ ଏସ୍ ପି ଭାବେ ସିଦ୍ଧାର୍ଥ କଟାରିଆ ଯୋଗ ଦେଲା ପରେ ଗଞ୍ଜେଇ ଓ ବ୍ରାଉନ ସୁଗାର ବ୍ୟବସାୟ କୁ ଜିଲ୍ଲା ରେ ଜିରୋ ଟଲରାନସ୍ ଘୋଷଣା କରି ପ୍ରତେକ ଥାନା କୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ନିର୍ଦେଶ ଦେଇଥିଲେ । ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଗତ ୩୦ ତାରିଖ ସକାଳୁ କୋରାପୁଟ ରୁ ରଣପୁର ଦେଇ ବେଗୁନିଆ ଥାନା ଟିକାତାଳ ଗ୍ରାମକୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ଥ ସୂତ୍ର ରୁ ଖବର ପାଇଥିଲେ । ତେଣୁ ରଣପୁର ଥାନା କୋଟଗଡ ଛକ ନିକଟରେ ଜଗି ରହିଥିଲେ । ସଂଧ୍ୟ୍ୟା ୬ ଘଟିକା ସମୟରେ କୋଟଗଡ ଦେଇ ଯାଉଥିବା ଏକ ଟ୍ରକ କୁ ତନଖି କରିଥିଲେ । ସେହି ଟ୍ରକ ରେ ଗଞ୍ଜେଇ ଥିବାର ଦେଖି ଗଞ୍ଜେଇ ଓ ଟ୍ରକ କୁ ଜବତ କରିଥିଲେ । ଟ୍ରକ ରେ ଥିବା ୬ ଜଣ ଯୁବକ ଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଥାନା ଜେନାପଡା ଗ୍ରାମର କବି ଚନ୍ଦ୍ର ରଣା ଙ୍କ ପୁଅ କାଳନ୍ଦୀ ଚରଣ ରଣା (୩୯) , ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଗୁଣ୍ଠୁଣି ଗ୍ରାମର ଶଙ୍କର ନାୟକ ଙ୍କ ପୁଅ ପବିତ୍ର ନାୟକ (୨୯) , ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଟିକାତାଳ ଗ୍ରାମର ଲକ୍ଷ୍ମୀଧର ପରିଡା ଙ୍କ ପୁଅ ନାରାୟଣ ପରିଡା (୩୫), ଗଞ୍ଜାମ ଜିଲ୍ଲା ତାରେସେନି ଥାନା ଉଲ୍ଲ୍‌ଦନା ଗ୍ରାମର ଖଦାଳ ସେଠୀ ଙ୍କ ପୁଅ ଭୀକାରି ସେଠୀ (୩୯), ଉତ୍ତର ପ୍ରଦେଶ ରାଜ୍ୟ ବନାରସ ଜିଲ୍ଲା ଚୋଲାପୁର ଥାନା ନିୟାର ଗ୍ରାମର ଶୀତାରାମ ଙ୍କ ପୁଅ ବିନୟ କୁମାର (୩୨), ସେହି ଉତ୍ତର ପ୍ରଦେଶ ରାଜ୍ୟ ର ବନାରସ ଜିଲ୍ଲା ଚୋଲାପୁର ଥାନା ଆଜୋରପତି ଗ୍ରାମର ଫୁଲଚନ୍ଦ୍ର ରାମ ଙ୍କ ପୁଅ ଅମରେଶ କୁମାର (୨୮) କୁ ଗିରଫ କରିଥିଲେ ।

ଏନ୍ ଡି ପି ଏସ୍ ଆଇନ ଅନୁଯାଇ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କରାଯାଇ ଜବତ କରାଯାଇଥିଲା । ୩ କୁଇଣ୍ଟାଲ ୬୬କିଲେ ୪୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଓଡିଶା ରୁ  ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ର ଚେର ଲମ୍ବି ଥିବାରୁ ଓଡିଶା ପୋଲିସ ର ଦକ୍ଷ ପୋଲିସ ଅଫିସର ଭାବେ ସମ୍ମାନିତ ହେବାକୁ ଥିବା ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କୁ ଅଧିକ ତଦନ୍ତ ର ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ତଦନ୍ତରେ ସହଯୋଗ କରୁଛନ୍ତି ।  ବିଗତ ବହୁ ବର୍ଷ ପରେ ରଣପୁର ଥାନା ପୋଲିସ ର ଏହା ବଡ ଧରଣ ର ଗଞ୍ଜେଇ ଜବତ ଓ ରାକେଟ୍ କୁ ଗିରଫ । ଅଭିଯୁକ୍ତ ମାନଙ୍କୁ ଆଇନ ଅନୁଯାଇ ନୟାଗଡ ସେସନସ୍ କୋର୍ଟ କୁ ଚାଲାଣ କରିବା ପରେ ଅଭିଯୁକ୍ତ ମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ନୟାଗଡ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.