Home ଜିଲ୍ଲା ପରିକ୍ରମା ମାଲକାନଗିରି ଏସପି ଙ୍କୁ ବିଦାୟକାଳିନ ସମ୍ବୋର୍ଦ୍ଦନା, କନେଷ୍ଟବଳ ମାନେ ଖୁସିରେ ଏସପି ଙ୍କୁ କାନ୍ଧରେ ବସାଇ...

ମାଲକାନଗିରି ଏସପି ଙ୍କୁ ବିଦାୟକାଳିନ ସମ୍ବୋର୍ଦ୍ଦନା, କନେଷ୍ଟବଳ ମାନେ ଖୁସିରେ ଏସପି ଙ୍କୁ କାନ୍ଧରେ ବସାଇ ସୋଭାଯାତ୍ରା ସ୍ଥଳକୁ ନେଲେ

125

ମାଲକାନଗିରି,୨୨ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଦୁଇବର୍ଷରୁ ଉର୍ଦ୍ଦଧରି ସୁଚାରୁ ଭାବେ କାର୍ଯ୍ୟକରୁଥିବା ଏସପି ଜଗମୋହନମୀନା ଙ୍କୁ ଅନୁଗୁଳ ଜିଲ୍ଲା ଏସପି ଭାବେ ବଦଳି କରାଯାଇ ଥିବା ବେଳେ ତାଙ୍କ ସ୍ଥାନରେ ମାଲକାନଗିରିରେ ଥିବା ଏସଡିପିଓ ଖିଲାରୀ ରିଶିକେଶ ଡି ଙ୍କୁ ଜିଲ୍ଲାର ନୂତନ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ସହକାରି ଏସପି ଉଦ୍ଧବଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ପୁରଣା ଏସପି ଙ୍କୁ ବିଦାୟକାଳିନ ଓ ନୂତନ ଏସପି ଙ୍କୁ ସ୍ୱାଗତ ସମ୍ବୋର୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏସପି ଶ୍ରୀ ମୀନା ଙ୍କୁ ତାଙ୍କ ବାସଭବନ ଠାରୁ ଏକ ବିରାଟ ପଟୁଆରରେ ଆତସ ବାଜି ଫୁଟାଇ ବାଜା ବଜାଇ ନୃତ୍ୟ କରି ଡିଭିଏଫ ଓ କନେଷ୍ଟବଳ ମାନେ ଖୁସିରେ ଏସପି ଙ୍କୁ କାନ୍ଧରେ ବସାଇ ସୋଭାଯାତ୍ରାରେ ସଭାସ୍ଥଳକୁ ନେଇଥିଲେ ,ଏସପି ଜଗମୋହନ ମୀନାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପବିତ୍ର  ଉତ୍କଳ ଦିବସରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳରେ ଉଲେଖ୍ୟନିୟ କାର୍ଯ୍ୟପାଇଁ ପୁଲିସ ପଦକ  ପ୍ରଦାନ କରି  ପୁରସ୍କୁତ ସହ ସମ୍ମାନିତ କରିଥିଲେ ।ପବିତ୍ର ସ୍ୱାଧିନତା ଦିବସରେ ଏସପି ଶ୍ରୀ ମୀନାଙ୍କୁ ମାଓଦମନ ଓ ଜିଲ୍ଲାରେ ସଫଳ ଭାବେ ଶାନ୍ତି ଶୃଙ୍ଖଳାର ସିହତ ନିର୍ବାଚନ କରାଇଥିବାରୁ ରଷ୍ଟ୍ରପତି ସେବାପୁରସ୍କାର ଆସନ୍ତା ଗଣତନ୍ତ୍ର ଦିବସରେ ପ୍ରଦାନ କରାଯିବା ପାଇଁ ଘୋଷଣା ହୋଇଛି, ଏସପି ଶ୍ରୀ ମୀନା ଆଇନଶୃଙ୍ଖଳା ପ୍ରତି ଗୁରୁତ୍ୱ ଦେବାସହିତ ସମାଜ ସେବାପ୍ରତି ମଧ୍ୟ ଅଧିକ ଗୁରତ୍ୱ ଦେଇଆସୁଥିଲେ ,ତାଙ୍କ ଭଳି ଜଣେ ଉତମ ବ୍ୟକ୍ତିଙ୍କୁ ମାଲକାନଗିରି ଜିଲ୍ଲାବାସୀ କେବେ ବି ଭୁଲି ପାରିବେ ନାହିଁ ବୋଲି ମଚାଂଶିନ ଅତିଥି ମାନେ ଭାବବିହ୍ୱଳ ହୋଇ ଅଶ୍ରୁଳସ୍ବରେ ତାଙ୍କର ଭୂୟସି ପ୍ରସଶାଂ କରି କହିଥିଲେ । ଏହି ବିଦାୟକାଳିନ ଉତ୍ସବରେ ଏସପି ଜଗମୋହନ ମୀନା,ନୂତନ ଏସପି ଖିଲାରୀ ରିଶିକେଶ ଡି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ ,ବିଏସଏଫ କମାଣ୍ଡେଟଂ, ପ୍ରମୁଖ ପୁଲିସ ଅଧିକାରୀ,ସାମ୍ବାଦିକ, ଆଇନଜୀବୀ ବୁଦ୍ଧିଜୀବୀ ଯୋଗଦେଇ ବିଦାୟକାଳିନ ଏସପି ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ବ୍ୟକ୍ତବ୍ୟପ୍ରଦାନ କରିଥିଲେ । ଆରକ୍ଷୀ ଝଙ୍କାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ କରାଯାଇଥିଲା ।ଶେଷରେ ମାଲକାନଗିରି ଏସଡିପିଓ ମାନସରଜଂନବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଗତକାଲି ଏସପି ଶ୍ରୀ ମୀନା ମାଲକାନଗିରି ରୁ ବାଦାୟ ନେବା ବେଳେ ଶହଶହ ପୁଲିସ ଓ ଜନତା ତାଙ୍କୁ  ଅଶ୍ରୁଳ ନୟନରେ ବିଦାୟ ଦେଇ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅନୁରୁପ ମାଲକାନଗିରି ଜିଲ୍ଲାସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାସାମ୍ବାଦିକ ସଂଘ ଆବାହାକ ଭାସ୍କର ଚନ୍ଦ୍ରବେହେରାଙ୍କ ଆଧ୍ୟକ୍ଷତାରେ ଆଯୋଜିତ ସଭାରେ ଏସପି ଜଗମୋହନ ମୀନାଙ୍କୁ ବିଦାୟକାଳିନ ଓ ନୁତନ ଏସପି ଖିଲାରୀ ରିଶିକେଶ ଡି ଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା ଦିଆଯାଇଛି, ଏହି ସମ୍ବୋର୍ଦ୍ଦନା ସଭାରେ ଜିଲ୍ଲାର ସମସ୍ତ ଗଣ ମାଧ୍ୟମପ୍ରତି ନିଧିମାନେ ଉପସ୍ଥିତ ରହି ବିଦାୟକାଳିନ ଏସପିଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.