Home ଓଡ଼ିଶା କାର୍ଯ୍ୟ ରେ ଯୋଗ ଦେଲେ କ୍ରିଷନ କୁମାର

କାର୍ଯ୍ୟ ରେ ଯୋଗ ଦେଲେ କ୍ରିଷନ କୁମାର

144

ପୁରୀ,୨୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପୁରୀ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି କ୍ରିଷନ କୁମାର । ମଧ୍ୟାହ୍ନରେ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ମହାପ୍ରଭୁଙ୍କ ନୀତି, ଶୃଙ୍ଖଳା, ସଂସ୍କୃତି ଓ ପରଂପରାକୁ ନେଇ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରି କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ବିଶେଷକରି ଶ୍ରୀମନ୍ଦିର, ମଠ, ସେବାୟତଙ୍କ ଉନ୍ନତି ଓ କଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦିଆଯିବ । ସେବାୟତଙ୍କ ପାଇଁ ପ୍ରତିଷ୍ଠା ହେବାକୁ ଥିବା ଗୁରୁକୁଳ, ସ୍ୱାସ୍ଥ୍ୟ ଯୋଜନା ଓ ଘର ନିର୍ମାଣ ଆଦିକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.