Home ଓଡ଼ିଶା ମାଲକାନଗିରି ଏମଭି୧୧ଠାରେ ୪କୋଟି୨୦ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ଉଚ୍ଚା ସେତୂ ମନ୍ତ୍ରୀ ପ୍ରତାପଜେନା ଙ୍କ ଦ୍ୱାରା ଲୋକାର୍ପିତ

ମାଲକାନଗିରି ଏମଭି୧୧ଠାରେ ୪କୋଟି୨୦ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ଉଚ୍ଚା ସେତୂ ମନ୍ତ୍ରୀ ପ୍ରତାପଜେନା ଙ୍କ ଦ୍ୱାରା ଲୋକାର୍ପିତ

109

ମାଲକାନଗିରି,୧୪ା୮(ଓଡିଆ ପୁଅ ) ମାଲକାନଗିରି ବାଲିମେଳା ରାଜ୍ୟରାଜପଥ ଏମଭି୧୧ ଠାରେ ୪କୋଟି୨୦ଲକ୍ଷଟଙ୍କା ବ୍ୟୟଅଟକଳରେ ନିର୍ମିତ ଉଚାସେତୂକୁ ପଚାଂୟତରାଜ ଗୃହନଗର ଉନ୍ନୟନ,ଆଇନ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପଜେନା ଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ବର୍ଷାଆଷଡାଏ ହେଲେ ମାଲାକନଗିରି ବାଲିମେଳା ରାଜ୍ୟରାଜପଥ ଏମଭି ୧୧ ଠାରେ ଥିବା ନିଚା ପୋଲଉପରେ ପାଣି ହୋଇ ଯୋଗା ଯୋଗ ବିଛିନ୍ନ ହୋଇଯାଇଥାଏ । ଏଠାରେ ଏକ ଉଚାପୋଲ ନିର୍ମାଣ ପାଇଁ ବାରମ୍ବାର ଜିଲ୍ଲାବାସୀ ଦାବିକରିଆସୁଥିଲେ । ରାଜ୍ୟସରକାର ୪କୋଟି୨୦ଲକ୍ଷଟଙ୍କା ବ୍ୟୟଅଟକଳରେ ଗତ ଦୁଇବର୍ଷ ହେଲା ଏଠାରେ ଉଚ୍ଚାପୋଲନିର୍ମାଣ କାମଆରମ୍ଭ କରିଥିଲେ । ଏହି ପୋଲ ନିର୍ମାଣ ଦୀର୍ଘ ଦିନହଲା କାର୍ଯ୍ୟ ସରିଥିଲେ ମଧ୍ୟ ଉଦଘାଟନ ହୋଇନଥିବାରୁ ତାହା କାର୍ଯ୍ୟକାରି ହୋଇପାରୁନଥିଲା । ଗତ ୫ଦିନର ଲଗାଣବର୍ଷାରେ ଏଠାରେ ଥିବା ତଳିଆ ପୋଲଟି ବୁଡି ଯାଇ ଯୋଗା ଯୋଗ ବିଛିନ୍ନ ହୋଇପଡିଥିବାରୁ ଆଜି ଅପରାହ୍ନରେ ଏହି ନୂତନ ସେତୁଟିକୁ ମନ୍ତ୍ରୀ ଶ୍ରୀଜେନା ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସଭାରେ କୋଭିଡ ନିୟମପାଳନ କରି ମାସ୍କପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ପୁର୍ବତନ ବିଧାୟକ ତଥା ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଜିଲ୍ଲାଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦ୍ଦବଚରଣ ନାୟକ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ପ୍ରମୁଖଉପସ୍ଥିତି ଥିଲେ । ମାଲକାନଗିରି ବାଲିମେଳା ରାଜ୍ୟରାଜପଥ କୋରକୁଣ୍ଡା ଓ ତାର୍ଲାକୋଟା ଏମଭି୩୭ ଠାରେ ଥିବା ଦୁଇଟି ନିଚା ସେତୂ ଯୋଗୁଁ ପ୍ରତ୍ୟେକ ବର୍ଷ ବର୍ଷାଦିନରେ ସେହି ସେତୁଉପରେ ୩ରୁ ୪ଫୁଟ ଉଚ୍ଚରେ ବର୍ଷାଜଳ ପ୍ରଭାବିତ ହେବା ଦ୍ୱାରା ଯୋଗା ଯୋଗବିଛିନ୍ନ ହୋଇପଡିଥାଏ । ଏହି ଦୁଇଟି ସ୍ଥାନରେ ଦୀର୍ଘ୨ବର୍ଷ ହେଲା ଉଚ୍ଚାସେତୂ ନିର୍ମାଣ ଚାଲିଥିଲେ ମଧ୍ୟ ତାହାର କାର୍ଯ୍ୟସରିନଥିବାରୁ ଗତ ଦୁଇଦିନହେଲା ଏହି ସେତୁଉପରେ ବର୍ଷା ପାଣିରେ କୃତିମ ବନ୍ୟାସୃଷ୍ଟି ହୋଇ କୋରକୁଣ୍ଡା ଠାରୁ ବାଲିମେଳା କୁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି । ନିର୍ମାଣ ଧିନ ଏହି ଉଚ୍ଚାସେତୁ ଗୁଡିକୁ ତୁରନ୍ତ ନିର୍ମାଣକାର୍ଯ୍ୟ ସାରିବା ପାଇଁ ଜିଲ୍ଲାବାସୀ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.