Home ଓଡ଼ିଶା ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା,୯୮ହଜାର ଲୋକ ପ୍ରଭାବିତ,୫୦୦ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା,୯୮ହଜାର ଲୋକ ପ୍ରଭାବିତ,୫୦୦ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

131

ମାଲକାନଗିରି,୧୪ା୮ (ଓଡିଆ ପୁଅ ) ସମଗ୍ର ମାଲକାନଗିରି ଜିଲ୍ଲାରେ ଗତ୫ଦିନହେଲା ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାହେବା ଦ୍ୱାରା ନଦୀ ନାଳରେ ବର୍ଷାପାଣି ହୋଇ ବନ୍ୟାପରିସ୍ଥିତି ସୃଷ୍ଟିହେବାସହ ବିଭିନ୍ନ ପୋଲଉପରେ ୩ରୁ ୪ଫୁଟ ଉଚରେ ପାଣି ପ୍ରଭାବିତ ହୋଇ ଗତ ତିନିଦିନ ହେଲା ଜିଲ୍ଲା ବହ୍ୟଜଗତରୁ ବିଛନ୍ନ ହୋଇପଡିଛି । ଏହି ଲଗାଣବର୍ଷାରେ ସମଗ୍ର ମାଲକାନଗିରି ଜିଲ୍ଲାବେହାଲ ହୋଇପଡିଛି । ଗତ ୫ଦିନହେଲା ଲଗାଣ ବର୍ଷା ହେଉଥିବାରୁ ଅନେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଗାଁଗଣ୍ଡା ବୁଡିଯିବାସହିତ ରାସ୍ତାଘାଟ ଧୋଇହୋଇ ଯାଇଛି । ଏହି ବନ୍ୟାରେ ପ୍ରାୟ୨୦୦ରୁଉର୍ଦ୍ଦ ଗ୍ରାମର ୯୮ହଜାର ଲୋକପ୍ରଭାବିତ ହୋଇଛନ୍ତି,ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରାୟ୫୦୦ରୁ ଉର୍ଦ୍ଦ ବନ୍ୟାପ୍ରପିଡିତ ମାନଙ୍କୁ ପାଣିଘେରରୁ ଉଦ୍ଧାର କରାଯାଇ କାଲିମେଳା ସେବାଶ୍ରମ,ପୋଟେରୁ ଏମଭି୪୧ ବିଦ୍ୟାଳୟ,ଗୁମୁକା ପଚାଂୟତର ଏମଭି୬୪ ହାଇସ୍କୁଲ,ଏମଭି୭୨ ହାଇସ୍କୁଲ,ଏମଭି୭୯ ସେବେରୀ ବିଦ୍ୟାପିଠ,ମୋଟୁ,ମାଥିଲି ଧୁଙ୍ଗିଆପୁଟ,ବଦଲି ବନ୍ୟାଆଶ୍ରୟ ସ୍ଥଳ ଗୁଡିକରେ ଆଶ୍ରୟ ଦିଆଯାଇଛି । ଏହି ଆଶ୍ରୟସ୍ଥଳିରେ ରଖାଯାଇଥିବା ଲୋକମାନଙ୍କୁ ସୁଖିଲା ଓ ରନ୍ଧାଖାଦ୍ୟ ଦେବାସହିତ କରୋନା ପାଇଁ ମାସ୍କ,ସାନିଟାଇଜର କିଟ ପ୍ରଦାନକରାଯାଇଛି । ବନ୍ୟା ପରିସ୍ଥତି କୁ ମୁକାବିଲାକରିବା ପାଇଁ ଜିଲ୍ଲାପାଳ ମନୀଷଅଗ୍ର‌୍ୟାଲ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଭାବେ ୪ଟି ଟିମଗଠନ କରାଯାଇଛି । ମାଲକାନଗିରି ଓ କୋରକୁଣ୍ଡା ବ୍ଲକପାଇଁ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ମାଥିଲି ଓ ଖଇରପୁଟ ବ୍ଲକପାଇଁ ଆଇଟିଡିଏ ପିଏ କ୍ଷୀରାଦ୍ଧିବେହେରା,ଚିତ୍ରକୋଣ୍ଡା ବ୍ଲକ ବାଲିମେଳା ଏନଏସି ପାଇଁ ଡିଆଆରଡିଏ ପିଡି ବାଳମୁକୁନ୍ଦଭୂୟାଁ,କାଲିମେଳା ଓ ପଡିଆ ବ୍ଲକପାଇଁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କୁ ବନ୍ୟାଚଂଳ ମନିଟରିଂ ଅଫିସର ଭାବେ ମୂତୟନ କରାଯାଇଛି । ଏହା ବ୍ୟତିତ ସମସ୍ତ ସାତଟି ଯାକବ୍ଲକର ବିଡିଓ,ତହସିଲଦାର, ଅଗ୍ନିଶମବିଭାଗ ସହିତ ଅନ୍ୟାନ ବିଭାଗୀୟ ଅଧିକାରୀମାନଙ୍କୁ ବନ୍ୟାଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ନଦୀ ଘାଟକୁ ମଟୋର ଲଂଚ ବ୍ୟବସ୍ଥା ସହିତ ବୁଡି ଯାଇଥିବା ପୋଲ ନିକଟରେ ଅଗ୍ନିଶମବିଭାଗ ସହିତ ପୁଲିସ କର୍ମଚାରି ମାନଙ୍କୁ ସଜାଗ ରଖାଯାଇଛି ।୧୩ତାରିଖ ସକାଳ ୮ଟା ଠାରୁ ୧୪ତାରିଖ ସକାଳ ୮ ମଧ୍ୟରେ ୨୪ଘଟାଂ ଭିତରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ହାରାହାରି ୭୦.୦୫ ମିଲିମିଟର ବର୍ଷା ହୋଇଥିବାର ଜଣାପଡିଛି,ସାତଟି ଯାକ ବ୍ଲକରେ୨୪ଘଟାଂମଧ୍ୟରେ ୪୯୦.୪ ମିଲିମିଟର ବର୍ଷାହୋଇଛି । ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୩୦ ମିଲିମିଟର ବର୍ଷା,କୋରକୁଣ୍ଡା ବ୍ଲକରେ ୯୭.୦ ମିଲିମିଟର, ଖଇରପୁଟ ବ୍ଲକରେ ୮୪.୦ ମିଲିମିଟର,ପଡିଆ ବ୍ଲକରେ ୬୩.୪ମିଲିମିଟର ,କାଲିମେଳା ବ୍ଲକରେ ୪୬.୦ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରି ବ୍ଲକରେ ୩୫ ମିଲି ମିଟର ଓ ମାଥିଲି ବ୍ଲକରେ ୩୫ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳିନ ବିଭାଗ ସୁତ୍ରରୁ ଜଣାପଡିଛି । ଗତ ପାଚଂଦିନ ହେଲା ଲଗାଣବର୍ଷା ହେବା ଦ୍ୱାରା ଜାତୀୟ ରାଜପଥ,ରାଜ୍ୟ ରାଜପଥ ଓ ଗାଁ ଗହଳ ରାସ୍ତା ଗୁଡିକରେ ଥିବା ନିଚାପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ବିଭିନ୍ନ ଅଚଂଳକୁ ଯୋଗା ଯୋଗ ବ୍ୟାହତ ହେବାସହ ଅନେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଶହଶହ ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟହୋଇଯାଇଛି । ଗତ ତିନି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନ ହୋଇ ଯାଇଛି । ଏହି ବର୍ଷାଦ୍ୱାରା ଜୟପୁର ମାଲକାନିଗିରି ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ ପାଙ୍ଗାମ ପୋଲ ଉପରେ ୩ଫୁଟ ଉଚର ପାଣିପ୍ରବିବିତ ହେବାସହିତ ମାଲକାନଗିରି ବାଲିମେଳା ମୁଖ୍ୟ ରାଜପଥ ଏମଭି୧୧,କୋରକୁଣ୍ଡା,ଏମଭି୩୭ ପୋଲ ଉପରେ ୩ଫୁଟରୁ ୪ଫଟ ଉଚ୍ଚର ପାଣି ପ୍ରାଭାବିତ ହୋଇଥିବାରୁ ମାଲକାନଗିରି ରୁ ବାଲିମେଳା ଓ ଚିତ୍ରକୋଣ୍ଡା କୁ ଯୋଗା ଯୋଗ ବିଛିନ୍ନ ହୋଇ ଯାତାୟତରେ ବାଧାସୃଷ୍ଟିହୋଇଛି । ଏହି ଲଗାଣବର୍ଷା ଦ୍ୱାରା ବିଶେଷ କରି ମାଲକାନଗିରି କାଲିମେଳା ମୋଟୁ ମୁଖ୍ୟ ଜାତୀୟ ରାଜପଥ ପୋଟେରୁ ଓ କାଙ୍ଗୁରକୋଣ୍ଡା,ଏମଭି୯୦, ଏମଭି୭୯,ଏମଭି୯୬, ମହାରାଜପାଲି,ପୋଲ ଉପରେ ୪ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ମାଲକାନଗିରି ଠାରୁ କାଲିମେଳା, ଏମଭି୭୯,ମୋଟୁ କୁ ଯୋଗା ଯୋଗ ବିଛିନ୍ନ ହୋଇପଡିବା ସହିତ କାଲିମେଳା ପଡିଆ ରାସ୍ତାର ପୋଟେରୁ କନ୍ୟାଶ୍ରମ ପୋଲ ଉପରେ ୩ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହୋଇ କାଲିମେଳା ପଡିଆକୁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି । ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲନିକଟ ରାସ୍ତାର ଦୁଇପାଶ୍ୱର୍ରେ ଯାନବାହନ ପୋଲପାର ହୋଇନପାରି ରାସ୍ତାର ଦୁଇପାଶ୍ୱର୍ରେ ବର୍ଷାରେ ଅଟକିରହିଛନ୍ତି । ରାସ୍ତାର ଦୁଇପାଶ୍ୱର୍ରେ ଅଟକି ରହିଥିବା ଲୋକମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସୁଖିଲା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.