Home ଓଡ଼ିଶା ପ୍ରବଳ ବର୍ଷାରେ ଘରକାନ୍ଥ ପଡିଜଣେ ଆଦିବାସୀ ବାଳିକା ଆହତ

ପ୍ରବଳ ବର୍ଷାରେ ଘରକାନ୍ଥ ପଡିଜଣେ ଆଦିବାସୀ ବାଳିକା ଆହତ

98

ମାଲକାନଗିରି,୧୪ା୮(ଓଡିଆ ପୁଅ ) ଗତ ପାଚଂଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ଲଗାଣବର୍ଷା ହୋଇ ବିଭିନ୍ନ ସ୍ଥାନରେ ବହୁତ କ୍ଷୟକ୍ଷତି ଘଟାଇଛି । ପ୍ରବଳ ବର୍ଷା ହେବାଦ୍ୱାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ଦୋରାଗୁଡା ପଚାଂୟତର କମାରଗୁଡା ଗ୍ରାମର ସନ୍ତୋଷପାଙ୍ଗି ଙ୍କ ଘର କାନ୍ଥପଡି ତାଙ୍କ ଝିଅ କମଳା ପାଙ୍ଗି ଆହତ ହୋଇଛନ୍ତି । ଗତ କାଲି ରାତ୍ରରେ ସନ୍ତୋଷ ଙ୍କ ଦୋକାନଘରେ ତାଙ୍କ ଝିଅ କମଳା ଶୋଇଥିବା ଅବସ୍ଥାରେ ପ୍ରବଳ ବର୍ଷାହେବାଦ୍ୱାରା ଦୋକାନଘର କାନ୍ଥଟି ତାଙ୍କଉପରେ ଭୁଷୁଡି ପଡିଥିଲା ।କମଳା ଚିତ୍କାର କରିବାରୁ ପରିବାର ଲୋକେ ତାଙ୍କୁ ଭଙ୍ଗାକାନ୍ଥତଳୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ କରିଥିଲେ । ସନ୍ତୋଷ ଧାରକରଜ କରି ଘରନିକଟରେ ଏକ ଛୋଟିଆ ଦୋକାନଟିଏ ଖୋଲି ସେଥିରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଏହି ଦୋକାନଘର କାନ୍ଥଟି ଭୁଷୁଡି ପଡିଥିବାରୁ ତାଙ୍କର ଦୋକାନରେ ଥିବା ସମସ୍ତ ସାମଗ୍ରୀଗୁଡିକ ନଷ୍ଟ ହୋଇଯାଇଛି । ସେ ଜଣେ ଗରିବ ଆଦିବାସୀ ଲୋକ ହୋଇଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.