Home ଜିଲ୍ଲା ପରିକ୍ରମା ମାଲକାନଗରି ଜିଲ୍ଲାରେ ଜନନୀ ଯନ୍ତ୍ରଣା,୪୦ କିଲୋମିଟର ଭାର ରେ ହସପିଟାଲକୁ ବୁହା ହେଲେ ଗର୍ଭବତୀ

ମାଲକାନଗରି ଜିଲ୍ଲାରେ ଜନନୀ ଯନ୍ତ୍ରଣା,୪୦ କିଲୋମିଟର ଭାର ରେ ହସପିଟାଲକୁ ବୁହା ହେଲେ ଗର୍ଭବତୀ

77

ମାଲକାନଗିରି,୨୪ା ୫ (ଓଡିଆ ପୁଅ ) ରାସ୍ତା ନଥିବାରୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ,ଭାରରେ ବୋହି ଗର୍ଭବତୀ ମହିଳାଙ୍କୁ ଦାର୍ଘ୪୦ କିଲୋମିଟର ଜଙ୍ଗଲ ପାହଡ ରସ୍ତାରେ ପାଦରେ ଚାଲି ଚାଲି ଡାକ୍ତର ଖାନା ରେ ପହଁଚିଲାପରେ ମହିଳା ଜଣଙ୍କ ଜନ୍ମଦେଲେ ଏକ କନ୍ୟାସନ୍ତାନ । ଏମିତି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ମାଲକାନଗରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ନାକାମାମୁଡି ପଚାଂୟତରେ । ନାକାମାମୁଡା ପଚାଂୟତ ବିଛିନ୍ନାଚଂଳ ଦୃଗମ ଗଙ୍ଗାପଡା ଆଦିବାସୀ ଗ୍ରାମର ଲୋଚନ ବିଷୋୟୀ ଙ୍କ ସ୍ତ୍ରୀ ସୁବୁଦ୍ରୀ ବିଷୋୟୀ ଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା । ଗାଁର କିଛି ଯୁବକ ଆମ୍ବୁଲାନ୍ସ କୁ ଫୋନ କରିଥିଲେ, ଗାଁକୁ ଭଲରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଡି ଯାଇପାରି ନଥିଲା । ନିରାଶ ହୋଇ ଗଲେ ପରିବାର, ପରିବାର ଲୋକେ ଚିନ୍ତାରେ ରହିଥିବା ବେଳେ ଗାଁର ଦୁଇଜଣ ଯୁବକ ସଙ୍ଗେ ସଙ୍ଗେ ଏକ ପାଛିଆକୁ ବାଡିରେ ବାନ୍ଧି ଭାର ପ୍ରସ୍ତୁତ କରି ସେଥିରେ ଗର୍ଭବତୀ ମହିଳାଙ୍କୁ ବସାଇ ଡାକ୍ତର ଖାନା ଅଭିମୁଖେ ବାହାରିପଡିଲେ । ଗଙ୍ଗାପଡା ଗ୍ରାମରୁ ପାହଡ ଘଚଂ ଜଙ୍ଗଲ ପାହାଡିଆ ରାସ୍ତାରେ ପାଦରେ ଚାଲି ଚାଲି ବାୟାପଡା ଗ୍ରାମରେ ପହଁଚାଇଥିଲେ, ବାୟାପଡା ଗ୍ରାମର ଅର୍ଜୁିନ ଭଜ ନାମକ ଜଣେ ଛାତ୍ର ଓ ଅନ୍ୟଜଣେ ଯୁବକ ଭାରରେ ତୁମ୍ବାପଦର ଗ୍ରାମକୁ ବୋହି ଆଣିଥିଲେ । ଗଙ୍ଗାପଡାରୁ ର୍ ଦୀର୍ଘ ୪୦ କିଲୋମିଟର ତୁମ୍ବାପଦର ଗ୍ରାମ ନିକଟରେ ପହଁଚିଲା ପରେ ସେଠାରେ ରହିଥିବା ଆମ୍ବୁଲାନ୍ସ ରେ ଆଶାଦିଦ ିପାଣ୍ଡ୍ରି ଭଜ ଗର୍ଭବତୀ ମହିଳା ସୁବୁଦ୍ରୀ ଙ୍କୁ ବସାଇ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଜଣଙ୍କ ଏକ ଆଜି ଅପରାହ୍ନରେ କନ୍ୟା ସନ୍ତାନ ଜନ୍ମଦେଇଛନ୍ତି । ଉଭୟ ମା ଶିଶୁ ସୁସ୍ଥ ଥିବାର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଗ୍ରାମରରେ ଆମ୍ବୁଲାନ୍ସ ସେବା ପହଁଚି ପାରୁନାହିଁ,ସେମାନଙ୍କ ପାଇଁ ଖଟିଆ ଓ ଭାର ସାଜିଛି ଆମ୍ବୁଲାନ୍ସ । ଗାଁଗହଳରେ ଗରିବ ରୋଗୀଙ୍କୁ ଡାକ୍ତର ଖାନାକୁ ଆଣିବା ପାଇଁ ମାଗଣାରେ ୧୦୮ ଓ ୧୦୨ ଆମ୍ବୁଲାଲ୍ସ ସେବା ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହା କେବଳ କାଗଜ କଲମରେ ସିମିତ ହୋଇରହିଛି । ଗାଁ ଗହଳ ଓ ଦୁର୍ଗମ ପାହଡ ଇଲାକାରେ ଭଲରାସ୍ତାଟିଏ ନଥିବାରୁ ଗ୍ରାମବାସୀଙ୍କ ପାଇଁ ଖଟିଆ,ଚେୟାର,ଭାର,ସାଙ୍ଗି ସାଜିଛି ଆମ୍ବୁଲାନ୍ସ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.