Home ଜିଲ୍ଲା ପରିକ୍ରମା କରୋନା ସଂକ୍ରମଣ ଙ୍କ ମୃତଶରୀରକୁ ମଶାଣିରେ କବର ଦେବାକୁ ନେଇ ଗ୍ରାମବାସୀଙ୍କ ବିରୋଧ

କରୋନା ସଂକ୍ରମଣ ଙ୍କ ମୃତଶରୀରକୁ ମଶାଣିରେ କବର ଦେବାକୁ ନେଇ ଗ୍ରାମବାସୀଙ୍କ ବିରୋଧ

66

ମାଲକାନଗିରି,୨୪ ।୫(ଓଡିଆ ପୁଅ ) ମାଲକାନଗିରି ମଶାଣୀରେ ପଶ୍ଚିମବଙ୍ଗର ଜଣେ ମୁସଲମାନ କରୋନା ସଂକ୍ରମଣ ରୋଗିଙ୍କ ମୃତ ଶରୀର କବର ଦେବାକୁ ନେଇ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ତିବ୍ରତର ହେବାରୁ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ଅନ୍ୟତ୍ର ସେହି ବ୍ୟକ୍ତିଙ୍କର ମୃତ ଶରୀରକୁ କବର ଦେଆଯାଇଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅଚଂଳକୁ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଚଂଳରୁ କିଛି ଲୋକ କେନ୍ଦୁପତ୍ର ତୋଳିବା, ପ୍ୟାକିଂକରିବା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ୩୫ବର୍ଷ ବୟସ୍କ ଯୁବକ ଙ୍କର ଗତ କିଛି ଦିନତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେହି ଯୁବକ ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମାଲକାନଗିରି ଜିଲ୍ଲାରେ ସେହି ଯୁବକଙ୍କର କେହି ଜ୍ଞାତି ସଂପର୍କିୟ ନଥିବାରୁ ତାଙ୍କ ଶବ କୁ କବର ଦେବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଶିବାଦ କଲୋନି ନିକଟରେ ଥିବା ମୁସଲମାନ ଙ୍କ କବରସ୍ଥାନକୁ ନେଇଥିଲେ । ଜଣେ ପଶ୍ଚିମବଙ୍ଗର ଅଚିହ୍ନା କରୋନା ସଂକ୍ରମଣ ରୋଗୀଙ୍କ ମୃତ ଶରୀରକୁ ଗାଁ ନିକଟରେ ଥିବା କବରସ୍ଥାନରେ କବର ଦେବା କୁ ଆର୍ଶିବାଦ କଲୋନୀର ଗ୍ରାମବାସୀ ମାନେ ବାରଣକରି ବିରୋଧ କରିଥିଲେ । ଗ୍ରାମବାସୀ ମାନଙ୍କ ବିରୋଧକରି ରୁ ଚାପାଉତେଜନା ପ୍ରକାଶ ପାଇ ଆନ୍ଦୋଳନ ଆଡକୁ ଗତିକରିବାରୁ ଘଟଣାସ୍ଥଳରେ ତହସଲିଦାର ଡ. ଗୁଣନିଧି ନାୟକ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଉତେଜିତ ଗ୍ରାମବାସୀମାନଙ୍କୁ ବହୁତ ବୁଝାସୁଜା କଲାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ପରବର୍ତି ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେହି ବ୍ୟକ୍ତିଙ୍କର ମର ଶରୀରକୁ ଅନ୍ୟତ୍ର ଏକ ମଣାଣୀରେ କବର ଦିଆ ଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.