Home ଜିଲ୍ଲା ପରିକ୍ରମା ମାର୍କେଟ କମ୍ପେ୍ଲକ୍ସ ଗୃହ ଦଖଲକୁ ନେଲା ପ୍ରଶାସନ

ମାର୍କେଟ କମ୍ପେ୍ଲକ୍ସ ଗୃହ ଦଖଲକୁ ନେଲା ପ୍ରଶାସନ

28

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ସ୍ଥାନୀୟ ବଜାରରେ ଦକ୍ଷିଣବାଡ ପଞ୍ଚାୟତ ପକ୍ଷରୁ ନିର୍ମିତ ମାର୍କେଟ କମ୍ପେ୍ଲକ୍ସ ଗୃହକୁ ଆଜି ଦଖଲକୁ ନେଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ସରୋଜକାନ୍ତ ନାୟକ ମାଜିଷ୍ଟ୍ରେଟ ଭାବେ ପୁଲିସ ସୁରକ୍ଷା ବଳଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିଡିଓ ଦେବଦତ୍ତ ଦାଶ, ଦକ୍ଷିଣବାଡ ସରପଞ୍ଚ ବର୍ଷରାଣୀ ଯେନା, ସମିତି ସଭ୍ୟ ବାବୁଚରଣ ଦାସ ପ୍ରମୁଖ ମାର୍କେଟ କମ୍ପେ୍ଲକ୍ସର ବିଭିନ୍ନ ଗୃହକୁ ତାଲାପକାଇ ଦଖଲରେ ରଖିଥିବା ବ୍ୟବସାୟୀଙ୍କ ଠାରୁ ତାଲା ଭାଙ୍ଗି ଦଖଲକୁ ନେଇଥିଲେ। ଏ ସମ୍ପର୍କରେ ବ୍ୟବସାୟୀ ପ୍ରଶାନ୍ତ ସେନାପତି, ନିତ୍ୟାନନ୍ଦ ଯେନା, କାହ୍ନୁଚରଣ ବିଶ୍ୱାଳ, ରବିନ୍ଦ୍ର ସେଠୀ, ଅଭୟ ରାଉଳ ପ୍ରମୁଖ ବ୍ୟବସାୟୀ ବିନା ନୋଟିସରେ ତାଲାଭଙ୍ଗାଯିବାକୁ ବିରୋଧ କରିଥିଲେ। ବ୍ଲକ ପକ୍ଷରୁ ୨ ଥର ଡାକବାଜି ଯନ୍ତ୍ର ସହାୟତାରେ ଦଖଲମୁକ୍ତ କରିବାକୁ ସତର୍କ କରାଇ ଦିଆଯାଇଥିଲା ବୋଲି ବିଡିଓ ସଫେଇ ଦେଇଥିଲେ। ଉତ୍ତେଜନାପୂର୍ଣର୍ ପରିସ୍ଥିତିରେ ତାଲା ଭଙ୍ଗା ଯାଇ ସମାଗ୍ରୀଗୁଡିକୁ ପଞ୍ଚାୟତ ପରିସରକୁ ନିଆଯାଇଥିଲା। ପଞ୍ଚାୟତ ପକ୍ଷରୁ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥୀକ ବର୍ଷରେ ସି.ଏଫ.ସି. ଓ ଏସ.ଏଫ.ସି. ଅର୍ଥ ବ୍ୟୟରେ ଛଅ ବଖରା ବିଶିଷ୍ଟ ଦୋତାଲା ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା। ମାତ୍ର ଅସମ୍ପୁର୍ଣ୍ଣ ଥିବାରୁ ପଞ୍ଚାୟତ ପକ୍ଷରୁ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଇ ପାରିନଥିଲା। ନିର୍ମାଣ ଆରମ୍ଭରେ ମାର୍କେଟ କମ୍ପେ୍ଲକ୍ସ ସମ୍ମୁଖରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ ବ୍ୟବସାୟ ଗୃହ ନିର୍ମାଣ କରିଥିବା ବ୍ୟବସାୟୀଙ୍କୁ ଘର ଉଚ୍ଛେଦ କରିବାକୁ ପ୍ରବର୍ତ୍ତାଯିବା ସହ ନିର୍ମାଣ ସମ୍ପୁର୍ଣ୍ଣ ହେଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ଯୋଗାଇ ଦେବାକୁ ପଞ୍ଚାୟତ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ନିର୍ମାଣ ସମ୍ପୁର୍ଣ୍ଣରେ ବିଳମ୍ବ ହେଉଥିବାରୁ ଗୃହ ହରାଇଥିବା ବ୍ୟବସାୟୀମାନେ ନିଜସ୍ୱ ଖର୍ଚ୍ଚରେ ମାର୍କେଟ କମ୍ପେ୍ଲକ୍ସ ଗୃହ ମରାମତି କରି ବ୍ୟବସାୟ ଚଳାଉଥିଲେ। ମାତ୍ର ଗତ ପଞ୍ଚାୟତ ନିର୍ବାଚନ ପରେ ନୂତନ ସରପଞ୍ଚ ମାର୍କେଟ କମ୍ପେ୍ଲକ୍ସ ଜବରଦଖଲ ହୋଇଥିବା ଓ ଏହାକୁ ଉଚ୍ଛେଦ କରିବାକୁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲକ ପକ୍ଷରୁ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଲୋଡାଯାଇଥିଲା। ଅନୁମତି ମିଳିବା ପରେ ଆଜି ଉଚ୍ଛେଦ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.