Home ଜିଲ୍ଲା ପରିକ୍ରମା ବନ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ ଚିକିତ୍ସା କେନ୍ଦ୍ର

ବନ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ ଚିକିତ୍ସା କେନ୍ଦ୍ର

20

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବନ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଗୋଖାଦ୍ୟ ବଣ୍ଟନ ସହ ଭ୍ରାମ୍ୟମାଣ ଚିକିତ୍ସା ଭ୍ୟାନ୍ ଯୋଗେ ଛୋଟ ବଡ଼ ଗୃହପାଳିତ ପ୍ରାଣୀମାନଙ୍କୁ ଚିକିତ୍ସା ପ୍ରଦାନ ବ୍ୟବସ୍ଥା ଜାରି ରହିଛି। ଧାମନଗର ବ୍ଲକ୍‌ରେ ବନ୍ୟା ପ୍ରଭାବିତ ଗ୍ରାମରେ ଅତିରିକ୍ତ ଭାବେ ୮ଟି ଗ୍ରା.ପ. ର ୪୩ଟି ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି। ଧାମନଗର ବ୍ଲକ୍‌ର ବନ୍ୟା ପ୍ରଭାବିତ ସେଣ୍ଢପୁର ଓ ନନ୍ଦପୁର ଗାଁରେ ଭ୍ରାମ୍ୟମାଣ ଚିକିତ୍ସା ଭ୍ୟାନ ଦ୍ୱାରା ପ୍ରାଣୀମାନଙ୍କୁ ଚିକିତ୍ସା ଓ ଟୀକାକରଣ କରାଯାଇଛି। ଜିଲ୍ଲାର ୨୭ଟି ଗ୍ରାମପଞ୍ଚାୟତ ୧୦୭ ଗାଁର ବଡ଼ ପ୍ରାଣୀ ୪୬, ୬୦୬ ଓ ଛୋଟ ପ୍ରାଣୀ ୧୪, ୦୫୩ଙ୍କ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଅତିରିକ୍ତ ୧୪୧.୩ ମ୍ୟାଟ୍ରିକ ଟନ୍ ଗୋଖାଦ୍ୟର ଆବଶ୍ୟକତା ବିଷୟରେ ଅବଗତ କରାଯାଇଛି। ଆଜି ସକାଳେ ଧାମନଗର ବ୍ଲକ୍‌ରେ ୪୫.୩ ମ୍ୟାଟ୍ରିକଟନ୍ ଗୋଖାଦ୍ୟ ପହଞ୍ôଚ ଥିଲାବେଳେ ଚାନ୍ଦବାଲି ବ୍ଲକ୍ ପାଇଁ ୧୯.୫ ମ୍ୟାଟ୍ରିକ ଟନ୍ ଓ ଭଦ୍ରକ ବ୍ଲକ୍ ପାଇଁ ୧.୫ ମ୍ୟାଟ୍ରିକ୍ ଟନ୍ ଗୋଖାଦ୍ୟ ଆଜି ପହଞ୍ôଚବାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭେନ୍ଦୁ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ମତେ ଧାମନଗର ବ୍ଲକ୍‌ର ପଧାନୀ ଓ ଖଡ଼ିପଦା ଏମ୍‌.ଆର୍‌.ସି.(ମେଡ଼ିକାଲ ଲିଲିଫ୍ ସେଣ୍ଟର) ଜରିଆରେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଇ ବନ୍ୟା ପ୍ରପୀଡ଼ିତ ଲୋକ ମାନଙ୍କର ଆବଶ୍ୟକତା ଅନୁଯାୟୀ ଔଷଧ ଓ ଚିକିତ୍ସା ପ୍ରଦାନ କରାଯାଉଛି। ଭଣ୍ଡାରିପୋଖରୀ ବ୍ଲକ୍‌ର ଷୋଳମପୁର ଓ ଜଳାହାରୀ ଠାରେ, ତିହିଡ଼ି ବ୍ଲକ୍‌ର କାଁପଡ଼ା, ଶ୍ୟାମସୁନ୍ଦରପୁର, ସି.ଏଚ୍‌.ସି ଚାନ୍ଦବାଲି ଅଧୀନରେ ଆରଡ଼ି ସେକ୍ଟରରେ ସୁନ୍ଦରପୁର ଗାଁରେ ଏମ୍‌.ଆର.ସି. ଜରିଆରେ ଚିକିତ୍ସା ଔଷଧ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.